ମାଓ ମୁକ୍ତ ଭାରତ ଟାର୍ଗେଟରେ ଆଜି ସରୁଛି ଡେଡଲାଇନ୍
ଭୁବନେଶ୍ୱର,୩୧/୦୩:ସରୁଛି ଡେଡଲାଇନ୍, ସରୁଛନ୍ତି ‘ମାଓବାଦୀ’। ମାଓ ମୁକ୍ତ ଭାରତ ଟାର୍ଗେଟରେ ଆଜି ସରୁଛି ଡେଡଲାଇନ୍। ଗତ ୫ ବର୍ଷରେ ରାଜ୍ୟରେ ୪୮ ମାଓବାଦୀ ନିହତ ହୋଇଥିବାବେଳେ ୭୮ ଜଣ ଗିରଫ ହୋଇଥିବା ବେଳେ ଟପ୍ ମାଓ ନେତା କେନ୍ଦ୍ରୀୟ କମିଟି ସଦସ୍ୟ ମେଶ୍ରି ବେଶ୍ରା ଓ ପୂର୍ବତନ ମାଓ ସଂଗଠନ ମୁଖ୍ୟ ଗଣପତି ଆତ୍ମସମର୍ପଣ କରିବା ନେଇ ଚର୍ଚ୍ଚା ହେଉଛି । ମେଶ୍ରି ବେଶ୍ରା ମୁଣ୍ଡରେ ରହିଛି ଏକ କୋଟି ଟଙ୍କା ପୁରସ୍କାର ରାଶି । ଓଡ଼ିଶାରେ କନ୍ଧମାଳରେ କେବଳ ୯ ମାଓବାଦୀ ରହିଛନ୍ତି । ଡିଭିଜନାଲ୍ କମିଟି ପକ୍ଷରୁ ମେମ୍ବର ସିଲା ନେତୃତ୍ୱରେ ମାଓବାଦୀ ରହୁଛନ୍ତି । ତାଙ୍କୁ ଧରିବା ପାଇଁ ଚାଲିଛି ଅପରେସନ । ଯଦି ଆତ୍ମ ସମର୍ପଣ କରିବାକୁ ସେମାନଙ୍କୁ ଆହ୍ୱାନ ଦିଆଯାଇଛି ନ କଲେ ପୋଲିସ ଗୁଳି ଶିକାର ହେବେ ବୋଲି ପୋଲିସ ଡିଜି କହିଛନ୍ତି ।
କିଛି ଦିନ ତଳେ ସୂଚନାଥିଲା କି, ମାର୍ଚ୍ଚ ୩୧ ଥିଲା ଡେଡ୍ ଲାଇନ । ତା ପୂର୍ବରୁ ସମସ୍ତ ନକ୍ସଲ ହିଂସା ଛାଡ଼ି ଆତ୍ମସମର୍ପଣ କରନ୍ତୁ ବୋଲି କୁହାଯାଇଥିଲା । କନ୍ଧମାଳରୁ ଆହ୍ବାନ ଦେଇଥିଲା ପୋଲିସ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅର୍ନ୍ତଗତ ନନ୍ଦା ବାଲି ସଂରକ୍ଷିତ ଜଙ୍ଗଲରେ ଯବାନଙ୍କ ସର୍ଚ୍ଚ ଅପରେସନ ବେଳେ ଏନକାଉଣ୍ଟର ହୋଇଥିଲା । ଯବାନଙ୍କ ଗୁଳିରେ ୨ ଜଣ ମାଓବାଦୀ ନିହତ ହୋଇଥିଲେ।

Comments are closed.