୫୬ ବର୍ଷରେ ପାଦ ଥାପିଲେ ବ୍ରେନ ଲାରା, ଆସନ୍ତୁ ତାଙ୍କର ସେହି ବିରଳ ରେକର୍ଡ ସଂପର୍କରେ ଜାଣିବା ଯାହାକୁ ଆଜି ପର୍ଯ୍ୟନ୍ତ କେହି ଭାଙ୍ଗି ପାରିନାହାନ୍ତି

Share It

ୱେଷ୍ଟଇଣ୍ଡିଜ୍ ପୂର୍ବତନ ଅଧିନାୟକ ବ୍ରାଏନ୍ ଲାରାଙ୍କୁ କ୍ରିକେଟ ଇତିହାସର ଅନ୍ୟତମ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଭାବେ ବିବେଚନା କରାଯାଏ। ବ୍ରାଏନ୍ ଲାରା ଆଜି ତାଙ୍କର ୫୬ତମ ଜନ୍ମଦିନ ପାଳନ କରୁଛନ୍ତି।

ଯେପର୍ଯ୍ୟନ୍ତ ବ୍ରାୟନ ଲାରା କ୍ରିଜ୍ ରେ ଥିଲେ, ସ୍କୋରବୋର୍ଡ କ୍ରମାଗତ ଭାବରେ ଚାଲୁ ରହିଥିଲା। ବିଶ୍ୱରେ କେବଳ ଜଣେ ବ୍ୟାଟ୍ସମ୍ୟାନ୍ ଅଛନ୍ତି ଯିଏ ଗୋଟିଏ ଇନିଂସରେ ୫୦୦ କିମ୍ବା ତା’ଠାରୁ ଅଧିକ ରନ୍ କରିବାର ବିଶ୍ୱ ରେକର୍ଡ କରିଛନ୍ତି ଏବଂ ସେହି କିମ୍ବଦନ୍ତୀ… ବ୍ରାୟନ ଲାରା ୧୯୯୪ ମସିହା ଜୁନ୍ ମାସରେ ବର୍ମିଂହାମ ଗ୍ରାଉଣ୍ଡରେ ଡରହାମ ବିପକ୍ଷରେ ଅପରାଜିତ ୫୦୧ ରନ୍ବିଶ୍ୱ ରେକର୍ଡ ଇନିଂସ୍ ଖେଳିଥିଲେ ୱେଷ୍ଟଇଣ୍ଡିଜ୍ ଏହି ମହାନ ଖେଳାଳି। ଦୀର୍ଘ ୩୧ ବର୍ଷ ଧରି ବିଶ୍ୱର କୌଣସି ବ୍ୟାଟ୍ସମ୍ୟାନ୍ ପ୍ରଥମ ଶ୍ରେଣୀ କ୍ରିକେଟରେ ବ୍ରାଏନ୍ ଲାରାଙ୍କ ବିଶ୍ୱ ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇନାହାନ୍ତି।

୧୯୯୪ ମସିହା ଜୁନ୍ ୬ ତାରିଖରେ ବ୍ରାଏନ୍ ଲାରା ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ସର୍ବାଧିକ ବ୍ୟକ୍ତିଗତ ଇନିଂସ୍ ଖେଳିବାର ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ। ୱାର୍ଭିକ୍ସାୟାର ପକ୍ଷରୁ ଖେଳୁଥିବା ବେଳେ ବର୍ମିଂହାମ ଗ୍ରାଉଣ୍ଡରେ ଡରହାମ ବିପକ୍ଷରେ ସେ ଅପରାଜିତ ୫୦୧ ରନ୍ କରିଥିଲେ। ଏହି ମ୍ୟାଚରେ ବ୍ରାୟନ ଲାରା ୱାର୍ଭିକ୍ସାୟାର ପକ୍ଷରୁ ଖେଳୁଥିବା ବେଳେ ୬୨ ଚୌକା ଓ ୧୦ ଛକା ମାରିଥିଲେ। ସେହି ସମୟରେ ସେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ହନିଫ ମହମ୍ମଦଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଥିଲେ। ପାକିସ୍ତାନର ମହାନ ବ୍ୟାଟ୍ସମ୍ୟାନ୍ ହନିଫ ମହମ୍ମଦ ଜାନୁଆରୀ ୧୯୫୯ରେ ବାହାୱଲପୁର ଦଳ ବିପକ୍ଷରେ ପ୍ରଥମ ଶ୍ରେଣୀ କ୍ରିକେଟରେ ୪୯୯ ରନ୍ କରିଥିଲେ। ହନିଫ ମହମ୍ମଦ ମାତ୍ର ୧ ରନ୍ କରି ୫୦୦ ରନ୍ ର ରେକର୍ଡ ହାତଛଡ଼ା କରିଥିଲେ। ସେହି ମ୍ୟାଚ୍ ରେ କରାଚି ପକ୍ଷରୁ ଖେଳୁଥିବା ବେଳେ ହନିଫ ମହମ୍ମଦ ୬୪ ଚୌକା ମାରିଥିଲେ।


Share It

Comments are closed.