ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କଲେ ସ୍ଥଳସେନା ମୁଖ୍ୟ
ପୁରୀ,୨୮/୦୩:ପୁରୀରେ ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ।ତିନି ଦିନିଆ ଓଡିଶା ଗସ୍ତରେ ମହାପ୍ରଭୁଙ୍କ ଦର୍ଶନ ସହ ଗୋପାଳ ପୁର ଓ ଭୁନେଶ୍ୱରରେ କାର୍ଯ୍ୟକ୍ରମରେ ଯୋଗଦେବାର ରହିଛି ।ସିଂହଦ୍ୱାରରେ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଙ୍କୁ ସ୍ଵାଗତ କରାଯାଇଛି ।
ପ୍ରାୟ ୪୫ ମିନିଟ ଧରି ମହାପ୍ରଭୁଙ୍କ ସାନିଧ୍ୟ ନେଇଥିଲେ । ଦର୍ଶନ ପରେ ମୁକ୍ତି ମଣ୍ଡପ, ରୋଷ ଘର ବୁଲି ଦେଖିଲେ ସ୍ଥଳସେନା ମୁଖ୍ୟ । ପୁରୀ ପରେ ସ୍ବତନ୍ତ୍ର ବିମାନରେ ଗୋପାଳପୁର ଗସ୍ତରେ ଯିବେ । ଗୋପାଳପୁର ସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜରେ ଅସ୍ତ୍ର ଶସ୍ତ୍ର ପ୍ରଦର୍ଶନୀ ଦେଖିବା ସହ ପ୍ରଶିକ୍ଷଣ ଶିବିରରେ ତଦାରଖ କରିବେ ।

Comments are closed.