ଆସନ୍ତା ଅପ୍ରେଲ ୨୧ତାରିଖ ସୋମବାରରେ ସମ୍ୱଲପୁରରେ ବିଭିନ୍ନ ଜନ ଅଭିଯୋଗର ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ
୧୭ତାରିଖ ଦିନ ୧୧ ଟା ସମୟରୁ ଆରମ୍ଭ ହେବ ପଞ୍ଜୀକରଣ
ଭୁବନେଶ୍ବରତା-୧୬-୦୪-୨୦୨୫ : ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଆସନ୍ତା ଅପ୍ରେଲ୨୧ତାରିଖ-ସୋମବାରରେ ଏଥର ସମ୍ବଲପୁରରେ ଜନସାଧାରଣଙ୍କର ବିଭିନ୍ନ ଅଭିଯୋଗର ଶୁଣାଣି କରିବେ । ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ, ଦୁର୍ଗାପାଲି ଠାରେ ବିଭିନ୍ନ ଜନ ଅଭିଯୋଗର ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ ।
ଏଥିପାଇଁ ଆସନ୍ତାକାଲି ଅପ୍ରେଲ ୧୭ତାରିଖ ଦିବା ୧୧ ଘଟିକା ଠାରୁ ଜନଶୁଣାଣି ପୋର୍ଟାଲଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ଆରମ୍ଭ ହେବ ପଞ୍ଜୀକରଣ ।ପଞ୍ଜୀକୃତ ସର୍ବାଧିକ ୧୦୦୦ ଦରଖାସ୍ତକାରୀ୨୧ତାରିଖ ଦିନ ସକାଳ ୮ଟା ସମୟରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସେମାନଙ୍କର ଅଭିଯୋଗ ଜଣାଇପାରିବେ । ସାଧାରଣପ୍ରଶାସନଓସାଧାରଣଅଭିଯୋଗବିଭାଗ ପକ୍ଷରୁ ସୂଚନା ।
Comments are closed.