ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୦୪/୦୪:ରାଜ୍ୟସ୍ତରୀୟ “ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ” କାର୍ଯ୍ୟକ୍ରମ ଆରମ୍ଭ।ନୂତନ ଶିକ୍ଷା ବର୍ଷ ଆରମ୍ଭ ରୁ ପିଲାଙ୍କୁ କରାଯାଉଛି ଖଡି ଛୁଆଁ ଓ ପ୍ରବେଶ ଉତ୍ସବ।ସ୍କୁଲ ପ୍ରବେଶ ଅବସରରେ କୁନି କୁନି ପିଲାଙ୍କୁ ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ।ରାଜଭବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ।ଜାତୀୟ ଶିକ୍ଷା ନୀତି ୨୦୨୦ର ଆଭିମୁଖ୍ୟକୁ ଆଗକୁ ନେବାକୁ ଏହାର ପ୍ରୟାସ।ଏହି ଅବସରରେ ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଉତ୍ସବ ପାଳନ କରାଯାଉଛି।
କୋମଳମତି ଶିଶୁଙ୍କ ଶିକ୍ଷା କ୍ଷେତ୍ରରେ ନୂଆ ପରିକଳ୍ପନା ଆଣିବା ପାଇଁ ଏଭଲି ଏକ ନିଷ୍ପତ୍ତି ନିଆଯାଇଥିଲା । ପୂର୍ବ ବର୍ଷ ମଧ୍ୟ ଏଭଲି ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଚଳିତ ବର୍ଷ ପିଲାମାନଙ୍କ ସହ ଅଭିଭାବକ ମାନେ ମଧ୍ୟ ସାମିଲ ହେବେ । ଏହା ସହ ଶିକ୍ଷା ସଚେତନତା ରଥ ମଧ୍ୟ ଜିଲ୍ଲା ରୁ ଜିଲ୍ଲା ଗଡିବ। ୬ ତାରିଖ ରୁ ୧୦ ତାରିଖ ଯାଏ ଗଡିବ ଶିକ୍ଷା ରଥ ।
Comments are closed.