ଘଟଗାଁରେ ଆଜିଠୁ ମାଆ ତାରିଣୀଙ୍କ ଚଇତି ପର୍ବ

Share It

କେଉଁଝର,୦୯/୦୪:ଆଜିଠାରୁ ଆରମ୍ଭ ହେଉଛି କେନ୍ଦୁଝର ଜିଲ୍ଲାର ଆରାଧ୍ୟା ଦେବୀ ଘଟଗାଁ ମା ତାରିଣୀଙ୍କର ପ୍ରସିଦ୍ଧ ଚଇତି ପର୍ବ ।ଆଜି ବ୍ରହ୍ମ ମୁହୂର୍ତ୍ତରେ ପ୍ରଥମେ ମାଙ୍କୁ ହଳଦୀ, ଚୂଆ, ଗଙ୍ଗାଜଳ, ଅଘୁର,ଚନ୍ଦନ ଆଦିରେ ମହାସ୍ନାନ କରାଯାଇଥିଲା । ସ୍ନାନପରେ ମାଙ୍କୁ ସିନ୍ଦୁରରେ ସଜିତ କରାଯାଇଥିଲା । ପରେ ମାଙ୍କୁ ସୁନାମୁକୁଟ, ସୁନାର ଚକ୍ଷୁ,ଚିତା,ସୁନାର ମୁଖ, ହୀରାର ନୁଥ ମାଙ୍କୁ ଆଭୂଷଣ କରି ବଡସିଂହାର ବେଶ କରାଯାଇଥିଲା । ଚଇତି ପର୍ବରେ ଆଜିଠାରୁ ୭ଦିନ ଧରି ପ୍ରକମ୍ପିତ ହେବ ଘଟଗାଁ ମାତାରିଣୀଙ୍କ ପୀଠ । ଆଜିଠାରୁ ୧୫ ତାରିଖ ଯାଏ ଅନୁଷ୍ଠିତ ହେବ ମା ତାରିଣୀଙ୍କର ୯୦ତମ ଚଇତି ପର୍ବ । ଚଇତି ପର୍ବରେ ମା, ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

ପ୍ରତିଦିନ ମନ୍ଦିର ଭିତରେ ଭାଗବତ ପାଠ, ଚଣ୍ଡୀପାଠ ହେବା ସହ, ସାଂସ୍କୃତିକ ମଣ୍ଡପରେ ସକାଳ ୯ଟାରୁ ସନ୍ଧ୍ୟା ସାଢ଼େ ୫ଟା ଯାଏ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ । ମା ଙ୍କ ସୁନାବେଶ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିଛି ଘଟଗାଁକୁ। ଟ୍ରଷ୍ଟ ବୋର୍ଡ ତରଫରୁ ଭକ୍ତ ମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।


Share It

Comments are closed.