ଦୁର୍ଘଟଣା ଘଟାଇ ଫେରାର ଥିବା ବୋଲର ଗାଡିକୁ ଧରିଲେ ଗାଡି ଭଙ୍ଗାରୁଜା , ବସିଥିବା ଲୋକଙ୍କୁ ମାଡ଼, ଚାଳକ ଫେରାର
ବ୍ରହ୍ମଗିରି : ରବିବାର ସକାଳ ସମୟ ରେ ଦୁର୍ଘଟଣା ଘଟାଇ ଫେରାର ଥିବା ଏକ ବୋଲର ଗାଡିକୁ କିଛି ଯୁବକ ଗୋଡ଼ାଇ ଧରିବା ସହିତ ଗାଡି ଭଙ୍ଗାରୁଜା କରିଛନ୍ତି । ବସିଥିବା ଲୋକଙ୍କୁ ମାଡ଼ ମାରିବା ସମୟରେ ଗାଡିର ଚାଳକ ଫେରାର ହୋଇଯାଇଛି । ଘଟଣା ସ୍ଥାନରେ ବ୍ରହ୍ମଗିରି ପୋଲିସ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ସହିତ ଗାଡିଟିକୁ ଜବତ କରିଛନ୍ତି । ଖବର ନେବାରେ ଜଣା ପଡ଼ିଛି ପୁରୀ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମଗିରି ବ୍ଲକ ନିକଟରେ ଓଡ଼ିଶା ସରକାରଙ୍କ ଓରର୍କ ଦିପାଟମେଣ୍ଟ OD-0-28-04027 ଏକ ବୋଲର ଗାଡ଼ି ବୃଦ୍ଧ ଲୋକକୁ ଧକାଡଦେଇ ଫେରାର ଥିଲା । କିନ୍ତୁ କିଛି ଯୁବକ ସେହି ସମୟରେ ଗାଡିଟିକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । ହେଲେ ଅଟକାଇ ନପାରି ବ୍ରହ୍ମଗିରି ଗୋଲରା ରାସ୍ତାର ବେଙ୍ଗମା ଛକ ନିକଟରେ ରଖିବା ସହ ଗାଡି ଭଙ୍ଗାରୁଜା କରିଥିଲେ । ହେଲେ ଗାଡି ଚାଳକ ଫେରାର ହୋଇଯାଇଥିଲା କିନ୍ତୁ ଗାଡି ରେ ବସିଥିବା ଲୋକଙ୍କୁ ନିସ୍ତୁକ ପିଟିଥିଲେ । ଆହତ ହୋଇଥିବା ୨ ଜଣଙ୍କୁ ପୋଲିସ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସିତ ପାଇଁ ପଠାଇବା ସହିତ ଘଟଣାର ଅନୁସନ୍ଧlନ କରୁଥିବା ବ୍ରହ୍ମଗିରି ଥାନା ଆଇଆଇସି ପ୍ରଜ୍ଞା ମାହାନ୍ତି କହିଛନ୍ତି ।
Comments are closed.