ଭାରତରେ ବିଏମଡବ୍ଲୁଆଇଏକ୍ସ ର ଶୁଭାରମ୍ଭ

Share It

ଭୁବନେଶ୍ୱର: ଭାରତରେ ପ୍ରଥମ ବିଏମଡବ୍ଲୁଆଇଏକ୍ସ କାର୍‌ର ଶୁଭାରମ୍ଭ କରାଯାଇଛି । ବିଏମଡବ୍ଲୁ ଆଇଏକ୍ସ ହେଉଛି ବିଏମଡବ୍ଲୁ ଗ୍ରୁପ୍‌ର ନୂଆ ଟେକ୍ନୋଲୋଜି ଫ୍ଲାଗ୍‌ସିପ୍ । ‘ଆଇଏକ୍ସ’ ର ଅର୍ଥ ହେଉଛି ପ୍ରଥମ ବିଏମଡବ୍ଲୁ ଇଲେକ୍‌ଟ୍ରିକାଲ-ହ୍ୱିଲ୍ ଡ୍ରାଇଭ୍ ଭେଇକିଲ୍ (ଏସଏଭି-ସ୍ପୋର୍ଟସ୍ ଆକ୍ଟିଭିଟି ଭେଇକିଲ୍‌) । ଏହା ବାଧାହୀନ ଭାବେ ପ୍ରିମିୟମ ମୋବିଲିଟିକୁ ଜିରୋ-ଏମିଶନ, ସ୍ପୋର୍ଟିଙ୍ଗ୍ ଆଜିଲିଟି ଓ ଲକ୍‌ଜରିଅସ୍ ସ୍ପେଶିଅସ୍‌ନେସ୍ ସହିତ ଏକ ଦୀର୍ଘ ଅପରେଟିଂ ରେଞ୍ଜ୍ ସହ ଏକତ୍ରୀତ କରୁଛି । ଏହି କାର୍ ଏକ କମ୍ପ୍ଲିଟ୍‌ଲି-ବିଲ୍ଟ-ଅପ୍ ୟୁନିଟ୍‌(ସିବିୟୁ) ଭାବେ ଉପଲବ୍ଧ ହେବ ଏବଂ ଏହାକୁ ଇଣ୍ଡିଆରେ ପ୍ରମୁଖ ମେଟ୍ରୋପଲିଟିଆନ୍ ସହରଗୁଡିକରେ ବିଏମଡବ୍ଲୁ ଡିଲର୍‌ସିପ୍ ମାଧ୍ୟମରେ ଏବଂ shop.bmw.in ରେ ବୁକ୍ କରାଯାଇପାରିବ । ଏହି କାର୍‌ର ଡେଲିଭରି ଆସନ୍ତା ଏପ୍ରିଲ ରୁ ଆରମ୍ଭ ହେବ । ପ୍ରଥମ ବିଏମଡବ୍ଲୁଆଇଏକ୍ସ କୁ ୧,୧୫,୯୦,୦୦୦ ର ଏକ ଇଂଟ୍ରୋଡକ୍ଟରୀ ମୂଲ୍ୟରେ ଶୁଭାରମ୍ଭ କରାଯାଇଛି । ଏସମ୍ପର୍କରେ ବିଏମଡବ୍ଲୁ ଗ୍ରୁପ୍ ଇଣ୍ଡିଆର ପ୍ରେସିଡେଂଟ୍ ବିକ୍ରମ ପାୱା କହିଛନ୍ତି, ‘ ଏକ ଦ୍ରୁତ ପରିବର୍ତିତ ବିଶ୍ୱରେ, ପ୍ରଥମ ବିଏମଡବ୍ଲୁ ଆଇଏକ୍ସ ହେଉଛି ଏକ ନୂତନ ଜେନେରେଶନ ପାଇଁ ଅଲ୍ଟିମେଟ୍ ଡ୍ରାଇଭିଂ ମେଶିନ୍ । ଏକ୍ସ୫ ର ଫଙ୍କ୍‌ସନାଲିଟି, ଏକ୍ସ୬ ର ଡାଇନାମିକ୍ସ ଓ ଏକ୍ସ୭ ର ଆକର୍ଷଣୀୟ ଉପସ୍ଥିତି ସହିତ ନୂଆ ବିଏମଡବ୍ଲୁ ଇଡ୍ରାଇଭ୍‌ଟେକ୍ନୋଲୋଜିର ସମ୍ମିଶ୍ରଣ, ଏକ ନୂତନ ଯୁଗର ପ୍ରତୀକ ସୃଷ୍ଟି କରିଛି । ବର୍ଣ୍ଣ ଇଲେକ୍‌ଟ୍ରିକ୍‌, ବିଏମଡବ୍ଲୁ ଆଇଏକ୍ସ ଏକ କାର୍‌ଠାରୁ ଯଥେଷ୍ଟ ଅଧିକ- ଏହା ହେଉଛି ଜୀବନର ଏକ ଆଧୁନିକ ମାଧ୍ୟମ ।”

ସଷ୍ଟେନେବିଲିଟି ପାଇଁ ପ୍ରତିବଦ୍ଧତା ସହିତ ହଲ୍‌ମାର୍କ ‘ସିଅର୍ ଡ୍ରାଇଭିଂ ପ୍ଲେଜର୍‌’ ପ୍ରଦାନ କରୁଛି । ଚତୁରତାର ସହ ଏକୀକୃତ ‘ସାଏ ଟେକ୍‌’ ସହିତ ମୋନୋଲିଥିକ୍ ଏକ୍ସଟେରିୟର ଷ୍ଟାଇଲିଂ ଓ ମଡର୍ଣ୍ଣ ମିନିମାଲିଷ୍ଟିକ୍ କକ୍‌ପିଟ୍ ଏବଂ ଫ୍ରଂଟ୍ ଓ ରିୟର ଆକ୍ସେଲ୍ ପାଇଁ ଦୁଇଟି ଇଲେକ୍‌ଟ୍ରିକ୍ ମୋଟର୍ ସହିତ ଇନ୍‌ଷ୍ଟାଂଟ୍ ଆକ୍‌ସିଲରେଶନ ଭଳି ଫିଚର ରହିଛି । ଏହାର ସବୁଠାରୁ ଚମତ୍କାର ଫିଚରଗୁଡିକ ମଧ୍ୟରେ ଡ୍ରାଇଭର୍‌ଙ୍କ ଆଡକୁ ଢଳି ରହିଥିବା ସବୁଠାରୁ ଲମ୍ବା ସିଙ୍ଗଲ୍‌-ପିସ ବିଏମଡବ୍ଲୁ୍ କର୍ଭଡ୍ ଗ୍ଲାସ୍ ଡିସ୍‌ପ୍ଲେ, ପ୍ରବେଶ ଓ ପ୍ରସ୍ଥାନକୁ ସହଜ କରୁଥିବା ରେସ୍ କାର୍ ଅନୁପ୍ରାଣିତ ହେକ୍ସାଗୋନାଲ ଷ୍ଟିଅରିଂ ହ୍ୱିଲ୍‌, ବୃହତ୍ ବିଏମଡବ୍ଲୁ୍ ସ୍କାଏ ଲାଉଞ୍ଜ ପାନୋରମା ଗ୍ଲାସ୍ ରୁଫ୍‌, ଇଂଟିଗ୍‌ରାଲ ହେଡ୍ ରିଷ୍ଟ୍ରେଂଟ୍‌ସ ଓ ମସାଜ୍ ଫଙ୍କ୍‌ସନ ସହିତ ମଲ୍ଟି-ଫଙ୍କ୍‌ସନାଲ ସିଟ୍‌, ବିସ୍ପୋକ୍ ଲେଦର୍ ଅପ୍‌ହୋଲ୍‌ଷ୍ଟେରୀ, ପ୍ରତ୍ୟେକ ମୁଡ୍ ପାଇଁ ଆମ୍ବିଏଂଟ୍ ଲାଇଟିଙ୍ଗ୍‌, ୪୦/୨୦/୪୦ ସ୍ପ୍ଲିଟ୍ ସହ ୧,୭୫୦ ଲିଟର୍ ପର୍ଯ୍ୟନ୍ତ ଲଗେଜ୍ କାପାସିଟି ଆଦି ସାମିଲ ରହିଛି ।

ବିଏମଡବ୍ଲୁ ଇଡ୍ରାଇଭ୍ ଟେକ୍ନୋଲୋଜିର ୫ମ ପିଢିରେ ଏକ ସିଙ୍ଗଲ୍ ହାଉସିଂରେ ଏକ ଅତ୍ୟଧିକ ଇଂଟିଗ୍ରେଟେଡ୍ ଡ୍ରାଇଭ୍ ୟୁନିଟ୍ ରହିଛି ଯାହାକି ଦୁଇଟି ଇଲେକ୍‌ଟ୍ରିକ୍ ମୋଟର୍ (ଫ୍ରଂଟ୍ ଓ ରିୟର ଆକ୍ସେଲ୍ ପାଇଁ), ସିଙ୍ଗଲ୍‌-ସ୍ପିଡ୍ ଟ୍ରାନ୍ସମିଶନ ଓ ପାୱାର ଇଲେକ୍‌ଟ୍ରୋନିକ୍ସ ଦ୍ୱାରା ପରିଚାଳିତ । ଆଇଏକ୍ସ ଖୁବ୍‌ଶୀଘ୍ର ୩୨୬ଏଚପି ର ଆଉଟ୍‌ପୁଟ୍ ସହିତ ୬.୧ ସେକେଣ୍ଡରେ ୦ ରୁ ୧୦୦ କିଲୋମିଟର୍ ପ୍ରତି ଘଂଟା ବେଗରେ ଅତିକ୍ରମ କରିଥାଏ । ଏହାର ଇଂଟେଲିଜେଂଟ୍ ଅଲ୍‌-ହ୍ୱିଲ୍‌ଡ୍ରାଇଭ୍ ଖୁବ୍‌ଶୀଘ୍ର ପ୍ରତିକ୍ରିୟା ଦେଇଥାଏ ଏବଂ ଚାଳନା ସ୍ଥିତି ଓ ସଡକ ଚଟ୍ଟାଣ ସହ ମେଳ ଖାଇବା ପାଇଁ ଫ୍ରଂଟ୍ ଓ ରିୟର ହ୍ୱିଲ୍ ମଧ୍ୟରେ ସମାନ ପରିମାଣର ଟର୍କ ବିତରଣ କରିଥାଏ । ବିଏମଡବ୍ଲୁ ଆଇକୋନିକ୍ ସାଉଣ୍ଡସ୍ ଇଲେକ୍‌ଟ୍ରିକ୍ ନିୟୋଜିତ ଚାଳନା ଶବ୍ଦ ଓ ପେଡେଷ୍ଟ୍ରିଆନ୍ ଆଲର୍ଟ ସୃଷ୍ଟି କରିଥାଏ । ଫ୍ଲୋର୍‌ରେ ଏକତ୍ରୀତ ହୋଇଥିବା ଦୁଇଟି ହାଇ ଭୋଲ୍‌ଟେଜ୍ ବ୍ୟାଟେରୀରେ ୭୬.୬ କିଲୋୱାଟ ଆୱାରର ଏକ ମିଳିତ କ୍ଷମତା ରହିଛି ଏବଂ ଏହା ୪୨୫ କିଲୋମିଟର୍ ପର୍ଯ୍ୟନ୍ତ ଏକ ରେଞ୍ଜ୍ ପ୍ରଦାନ କରୁଛି । ଫାର୍ଷ୍ଟ-ଏଭର୍ ବିଏମଡବ୍ଲୁଆଇଏକ୍ସ ଦ୍ରୁତ ଓ ବାଧାମୁକ୍ତ ଚାର୍ଜିଂ ସୁନିଶ୍ଚିତ କରୁଛି । ବିଏମଡବ୍ଲୁ ଗ୍ରୁପ୍ ଇଣ୍ଡିଆ ଭାରତର ୩୫ଟି ସହରରେ ବିଏମଡବ୍ଲୁ ଡିଲର୍ ନେଟ୍‌ୱର୍କରେ ଫାଷ୍ଟ ଚାର୍ଜର୍ ସହିତ ଲକ୍‌ଜରୀ ସେଗ୍‌ମେଂଟ୍‌ରେ ସବୁଠାରୁ ଉନ୍ନତ ଚାର୍ଜିଙ୍ଗ୍ ନେଟ୍‌ୱର୍କ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି । ଫାର୍ଷ୍ଟ-ଏଭର ବିଏମଡବ୍ଲୁଆଇଏକ୍ସ୍ ଅସୀମିତ କିଲୋମିଟର୍ ପାଇଁ ଦୁଇ ବର୍ଷର ଷ୍ଟାଣ୍ଡାର୍ଡ ୱାରେଂଟି ସହିତ ଆସୁଛି । ବିଏମଡବ୍ଲୁ୍ ଇଣ୍ଡିଆ ଫାଇନାନ୍ସିଆଲ ସର୍ଭିସେସ୍ ଫାର୍ଷ୍ଟ-ଏଭର୍ ବିଏମଡବ୍ଲୁଆଇଏକ୍ସ୍ ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ଲୋନ୍‌, ଇନ୍ସ୍ୟୁରାନ୍ସ ଓ ଯାନ ସର୍ଭିସ୍‌ଗୁଡିକ ପାଇଁ ଏକ ସମ୍ପୂର୍ଣ୍ଣ ପ୍ୟାକେଜ୍ ପ୍ରଦାନ କରୁଛି ।


Share It

Comments are closed.