ରାସ୍ଥାରୁ ଗଛକାଟି ଗର୍ଭବତୀଙ୍କୁ ଡ଼ାକ୍ତରଖାନାରେ ପହଂଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
ଭୁବନେଶ୍ୱର: ନିକଟରେ ମହାବାତ୍ୟା ଅମ୍ଫାନ୍ ତାର ପ୍ରକୋପ ଦେଖାଉଥିବା ସମୟରେ ରୋଗୀ ମାନଙ୍କ ପାଇଁ ସଦା ସମର୍ପିତ ୧୦୮ ଆମ୍ବୁଲାନ୍ସ ତାର ନିରନ୍ତର କାର୍ଯ୍ୟ ଜାରିରଖିଛି । ଅନେକ ସ୍ଥାନରେ ଦେଖାଯାଇଛି, ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କର ରୋଗୀ ମାନଙ୍କପ୍ରତିଥିବା ସମର୍ପଣ ଭାବ ସତରେ ଖୁବ୍ ପ୍ରଶଂସନୀୟ । ରୋଗୀ ମାନଙ୍କୁ ସ୍ଥାନାନ୍ତର କରୁଥିବା ସମୟରେ ବାଟରେ ଆସୁଥିବା ବିଭିନ୍ନ ଘାତ ପ୍ରତିଘାତକୁ ଏକ ଆହ୍ନାନ ଆକାରରେନେଇ ତଥା ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମକରି ସେବା ଯୋଗାଇ ଏହି କର୍ମଚାରୀମାନେ ଦେଇଛନ୍ତି ମାନବିକତାର ପରିଚୟ ।
ନିକଟରେ ମହାବାତ୍ୟା ଅମ୍ଫାନ୍ ପ୍ରକୋପରେ ବଡ଼ ବଡ଼ ଗଛସବୁ ରାସ୍ଥାରେ ପଡ଼ିଥିବାବେଳେ କେଉଁଠି କେଉଁଠି ଘରର ଟିଣ ସବୁ ମଧ୍ୟ ରାସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା । ଯେଉଁଥିପାଇଁ ବାତ୍ୟା ପ୍ରଭାବିତ ଅଚଂଳ ଯେପରିକି ପୁରୀ, ଯାଜପୁରର ସୁକିନ୍ଦା, ଭଦ୍ରକ ଏବଂ ବାଲେଶ୍ୱର ପରି ଅନେକ ସ୍ଥାନରେ ଫସି ରହିଥିଲା ୧୦୮ ଆମ୍ବୁଲାନ୍ସ । ଦେଖିବାକୁ ମଳିଛି ଏହିସବୁ ସ୍ଥାନ ମାନଙ୍କରେ ୧୦୮ ଆମ୍ବୁଲାନ୍ସର କୁଶଳୀ କର୍ମଚାରୀମାନେ ରାସ୍ଥାରେ ପଡ଼ିଥିବା ଗଛ ସବୁକୁ କାଟି ରୋଗୀ ପାଖରେ ପହଂଚି ଯୋଗାଇଦେଇଛନ୍ତି ନିରନ୍ତର ସେବା । ଏହିପରି ଏକ ଘଟଣାକ୍ରମେ ଭଦ୍ରକ ନିକଟରେ ଏକ ଗର୍ଭବତୀ ମହିଳାଙ୍କୁନେଇ ଆମ୍ବୁଲାନ୍ସ ଯାଉଥିବାବେଳେ ରାସ୍ଥାରେ ବଡ଼ ବଡ଼ ଗଛ ପଡ଼ିଥିବାରୁ ଆମ୍ବୁଲାନ୍ସ ଆଗକୁ ଯାଇପାରିନଥିଲା । ଏହାପରେ ରାସ୍ଥାରେ ପଡ଼ିଥିବା ଗଛସବୁକୁୁ ୧୦୮ ଆମ୍ବୁଲାନ୍ସର କର୍ମଚାରୀମାନେ ସଫାକରି ରୋଗୀଙ୍କୁ ଡ଼ାକ୍ତରଖାନାରେ ପହଂଚାଇଥିଲେ । ଲୋକ ମାନଙ୍କ ଦୁର୍ଦିନରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କର ଏହି ଦାୟିତ୍ୱବୋଦ୍ଧ ବାସ୍ତବରେ ଖବ୍ ପ୍ରଶଂସନୀୟ ।
Comments are closed.