ପ୍ରକାଶ ପାଇଛି ଯୁକ୍ତ ୨ ଶିକ୍ଷା ବର୍ଷ କ୍ୟାଲେଣ୍ଡର

Share It

ଭୁବନେଶ୍ୱର,୦୮/୦୪:ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଛି ଯୁକ୍ତ ୨ ଶିକ୍ଷା ବର୍ଷ କ୍ୟାଲେଣ୍ଡର।ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆସନ୍ତା ଏପ୍ରିଲ ତୃତୀୟ ସପ୍ତାହରୁ ଏବଂ ଏକାଦଶ ଶ୍ରେଣୀ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆରମ୍ଭ ହେବ।ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ଶିକ୍ଷା କ୍ୟାଲେଣ୍ଡରରେ ସୂଚନା ଦିଆଯାଇଛି।୨୦୨୭ର ଯୁକ୍ତ୨ ପରୀକ୍ଷା ପାଇଁ ପ୍ରସ୍ତୁତି ହୋଇଛି ଯୋଜନା। ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ୨୦୨୭ ଜାନୁଆରି ପ୍ରଥମ ଓ ଦ୍ବିତୀୟ ସପ୍ତାହରେ ଅନୁଷ୍ଠିତ ହେବ ଏହାପୂର୍ବରୁ ୨୦୨୬ ଡିସେମ୍ବର ୨୦ରୁ ୩୧ ତାରିଖ ଏବଂ ଜାନୁଆରି ୧୦ରୁ ୧୫ ମଧ୍ୟରେ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ ଆସେସ୍‌ମେଣ୍ଟ କରାଯିବ।ଫେବ୍ରୁଆରି ଦ୍ବିତୀୟ ସପ୍ତାହ ସୁଦ୍ଧା ପରିଷଦ ନିକଟରେ ପ୍ରାକ୍ଟିକାଲ ମାର୍କ  ଦାଖଲ ହେବ।ଥିଓରି ପରୀକ୍ଷା ପୂର୍ବଭଳି ପେବ୍ରୁଆରି ଦ୍ବିତୀୟ ସପ୍ତାହରୁ ମାର୍ଚ୍ଚ ୪ର୍ଥ ସପ୍ତାହ ମଧ୍ୟରେ ଅନୁଷ୍ଠିତ ହେବ ଏବଂ ୨୦୨୭ ମେ’ ତୃତୀୟ ସପ୍ତାହରେ ଫଳ ପ୍ରକାଶ ପାଇବ। ଉଚ୍ଚ ମାଧ୍ୟମିକ  ଶିକ୍ଷା  ପରିଷଦ  ପକ୍ଷରୁ ଆୟୋଜିତ ହେଉଥିବା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଡିସେମ୍ବର ମଧ୍ୟରେ ଶେଷ ହେବ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ନଭେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ।ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ ରେୟାରମ୍ୟାନ୍ କପ୍ ବକ୍ତୃତା ପ୍ରତିଯୋଗିତା ସେପ୍ଟେମ୍ବର ପ୍ରଥମ ସପ୍ତାହ, ବାର୍ଷିକ ସାଂସ୍କୃତିକ ଓ ଲିଟେରାରି ପ୍ରତିଯୋଗିତା ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ଅନୁଷ୍ଠିତ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ସମସ୍ତ ଇନ୍‌ଡୋର ଗେମ୍ ଅକ୍ଟୋବର ଦ୍ବିତୀୟ ଓ ତୃତୀୟ ସପ୍ତାହ ଏବଂ ଆଉଟ୍‌ଡୋର କ୍ରୀଡ଼ା ନ‌ଭେମ୍ବର ଓ ଡିସେମ୍ବର ମାସରେ କରା‌ଯିବ ଅକ୍ଟୋବରରୁ ଫେବୃଆରି ମଧ୍ୟରେ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଏବଂ ନିଭେମ୍ବର-ଡିସେମ୍ବର ମଧ୍ୟରେ ଏକାଡେମିକ ଓ ପରୀକ୍ଷା କର୍ମଶାଳା ଅନୁଷ୍ଠିତ ହେବ ଧାର୍ଯ୍ୟ ହୋଇଥିବା ତାରିଖରେ ପରିବର୍ତନ ହୋଇପାରେ ବୋଲି ମଧ୍ୟ ପରିଷଦ ପକ୍ଷରୁ ପୋଷ୍ଟ କରାଯାଇଛି।


Share It

Comments are closed.