ଆରମ୍ଭ ହେଲା ୨୦ ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା,ଯୋଗ ଦେଲେ ୨୦ ଟି ରାଜ୍ୟର ବୁଣାକାର
ଭୁବନେଶ୍ଵର,୧୪/୦୨: ଉଦଘାଟିତ୍ ହେଲା ୨୦ ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା।ଆଜିଠାରୁ ଆରମ୍ଭ ଏହି ମେଳା ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଚଳିତବର୍ଷ ୯୦୫ ଗୋଟି ଷ୍ଟଲ ଖୋଲିଥିବା ବେଳେ ୨୦ ଟି ରାଜ୍ୟର ବୁଣାକାର ଓ କାରିଗର ଅଂଶଗ୍ରହଣ କରିଛନ୍ତି ।ବୁଣାକାର ଓ କାରିଗରଙ୍କ ଆର୍ଥିକ ସମୃଦ୍ଧି ଏହି ମେଳାର ପ୍ରମୁଖ ଲକ୍ଷ୍ୟ ହୋଇଥିବା ବେଳେ ୧୨ ଜଣ ହସ୍ତଶିଳ୍ପୀଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା । ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ସହିତ ସିଏସଆଇଆର-ଆଇଏମଏମଟି, ଭୁବନେଶ୍ଵର ଓ ଆଇଆଇପି-ମୁମ୍ବାଇ ମଧ୍ୟରେ ଦୁଇଟି ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଥିଲା । ସେହିପରି ହସ୍ତତନ୍ତ ଓ ବୟନ ଶିଳ୍ପ ନିର୍ଦ୍ଦେଶାଳୟ ଏବଂ ଆଇସିଏଆର୍-ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ନାଚୁରାଲ୍ ଫାଇବର୍ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଏବଂ ଓୟୁଟିଆର୍, ଭୁବନେଶ୍ଵର ମଧ୍ୟରେ ଦୁଇଟି ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଥିଲା।

Comments are closed.