ସେକ୍ସ ସ୍କାଣ୍ଡଲରେ ବୌଦ୍ଧ ସନ୍ୟାସୀ
ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା ଭଳି ଏକ ଘଟଣା ଥାଇଲାଣ୍ଡସ୍ଥିତ ଏକ ବୁଦ୍ଧିଷ୍ଟ ସଂପ୍ରଦାୟରୁ ଆସିଛି । ଘଟଣାଟି ଏହା ଯେ, ବରିଷ୍ଠ ସାଧୁ ଏବଂ ସନ୍ୟାସୀଙ୍କୁ ପ୍ରଲୋଭନ ଏବଂ ବ୍ଲାକମେଲିଂ କରିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରିଫ କରାଯାଇଛି । ଉକ୍ତ ମହିଳାଙ୍କ ନାମ ଏମଏସ ଗଲ୍ଫ ଥିବାବେଳେ ତାଙ୍କ ପ୍ରକୃତ ପରିଚୟ ହେଉଛି ଉଲାୱାନ ଏମସାୱତ ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ. “ଉକ୍ତ ମହିଳା ଜଣକ ପାଖାପାଖି ୯ ସାଧୁ ସନ୍ୟାସୀଙ୍କ ସହ ଗୁପ୍ତ ଯୌନ କାର୍ଯ୍ୟାକଳାପରେ ଲିପ୍ତ ଥିଲେ । ଯାହା ଫଳରେ ରେ ମହିଳା ଜଣକ ସାଧୁ ସନ୍ୟାସୀଙ୍କୁ ନିଜର ଅନ୍ତରଙ୍କ ଫଟୋ ଏବଂ ଭିଡିଓ ପଠାଇ ମୋଟ ଆକାରରେ ଟଙ୍କା ଆଦାୟ କରୁଥିଲେ । ”
ଏହି ଘଟଣାଟି ସେତେବେଳେ ସମସ୍ତଙ୍କ ଲୋକଲୋଚନକୁ ଆସିଥିଲେ ଯେତେବେଳେ ଏମଏସ ଗଲ୍ଫଙ୍କ ଆକାଉଣ୍ଟକୁ ଗତ ତିନି ବର୍ଷ ମଧ୍ୟରେ ପାଖାପାଖି ୧୦୦ କୋଟି ଉର୍ଦ୍ଧ୍ୱ ଟଙ୍କା ଆସିଛି, ଯାହାର ଅଧିକାଂଶ ଅଂଶ ଅନଲାଇନ ଗ୍ୟାମଲିଙ୍ଗ ସାଇଟରେ ଖର୍ଚ୍ଚ ହୋଇଛି ବୋଲି ଜଣାପଡିଛି ।
ପୋଲିସ ତାଙ୍କ ଘରୁ ପାଖାପାଖି ୮୦,୦୦୦ ଉର୍ଦ୍ଧ୍ୱ ଫଟୋ ଏବଂ ଭିଡିଓ ସିଲ କରିଛନ୍ତି ଯାହାକୁ ସେ ବ୍ଲାକମେଲିଂ କରିବା ପାଇଁ ବ୍ୟବହାର କରୁଥଲେ ।
ଏହି ଦୁର୍ନୀତି ପାଇଁ ଉକ୍ତ ସନ୍ୟାସୀମାନଙ୍କୁ ବହିଷ୍କାର କରାଯାଇଛି ଏବଂ ସନ୍ୟାସୀଙ୍କ ନେତୃତ୍ୱ ପ୍ରତି ଥିବା ବିଶ୍ୱାସକୁ ଫେରାଇ ଆଣିବା ପାଇଁ ସରକାର ନେତୃତ୍ୱରେ ସଂସ୍କାର ଆରମ୍ଭ କରିଛନ୍ତି ।
Comments are closed.