ପୁଣି ପୁଲୱାମାରେ ଜଣେ ଆତଙ୍କବାଦୀକୁ ନିପାତ କଲେ ସୁରକ୍ଷା କର୍ମୀ

Share It

ପୁଲୱାମା : ଗୁରୁବାର ସକାଳ ପୁଲୱାଲା ଠାରେ ସୁରକ୍ଷା କର୍ମୀଙ୍କ ଦ୍ୱାରା ଜଣେ ଆତଙ୍କବାଦୀକୁ ନିପାତ କରାଯାଇଛି ବୋଲି କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସୁରକ୍ଷା କର୍ମୀଙ୍କୁ ଦକ୍ଷିଣ କାଶ୍ମୀର ପୁଲୱାମାସ୍ଥିତ ନଦୀର ଗ୍ରାମରେ ୨ରୁ ୩ ଆତଙ୍କବାଦୀ ଥିବାର ଖବର ମିଳିବା ପରେ ତୁରନ୍ତ ଘେରାବନ୍ଦୀ ଓ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଯାଇଥିଲା ।
ବର୍ତ୍ତମାନ ସେହି ଅଂଚଳକୁ ଘେରାବନ୍ଧୀ କରି ଦିଆଯିବା ସହ ସୁରକ୍ଷା କର୍ମୀଙ୍କ ଦ୍ୱାରା ଆତଙ୍କବାଦୀ ଦମନ ଅପରେସନ ଚାଲିଛି ।
ଅବନ୍ତିପୋରାସ୍ଥିତ ନଦୀର, ଟ୍ରାଲ ଅଂଚଳରେ ଏନକାଉଣ୍ଟର ଆରମ୍ଭ ହୋଇଥିବାବେଳେ ପୋଲିସ ଏବଂ ସୁରକ୍ଷାକର୍ମୀ ବର୍ତ୍ତମାନ ସେଠାରେ କାର୍ଯ୍ୟରତ ଅଛନ୍ତି ବୋଲି କାଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରକାଶ ଥାଉକି ଗତ କିଛି ଦିନ ତଳେ ଅପରେସନ କେଲର ଦ୍ୱାରା ଲସ୍କର – ଏ – ତାଇବାର ତିନ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ସୁରକ୍ଷାକର୍ମୀ


Share It

Comments are closed.