୩ ଡିଗ୍ରୀ ବଢ଼ିବ ତାତି, ସତର୍କ କରାଇଲା ପାଣିପାଗ ବିଭାଗ

Share It

ଭୁବନେଶ୍ଵର,୦୯/୦୩:ରାଜ୍ୟରେ ପୁଣିଥରେ ଦିନ ତାପମାତ୍ରା ବଢ଼ିବାର ସମ୍ଭାବନା। ଆଗାମୀ ଦୁଇ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏହା ସହିତ ଆଗାମୀ କିଛି ଦିନ ମଧ୍ୟରେ ଗରମର ପ୍ରଭାବ କ୍ରମେ ବଢ଼ିବାର ଆଶଙ୍କା କରାଯାଇଛି।ପାଣିପାଗ ବିଭାଗର ସୂଚନା ଅନୁସାରେ, ଏହି ବୃଦ୍ଧି ପରେ ପରବର୍ତ୍ତୀ ୩ ଦିନ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ତେବେ ଆକାଶ ସାଧାରଣତଃ ନିର୍ମଳ ରହିବା ସହ ଦିନ ସମୟରେ ଗରମ ଅନୁଭବ ହେବାର ସମ୍ଭାବନା ରହିଛି।

ଏପଟେ ଗତ ୨୪ ଘଣ୍ଟାରେ ଝାରସୁଗୁଡାରେ ସର୍ବାଧିକ ୩୭.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ରାୟଗଡାରେ ସର୍ବନିମ୍ନ ୧୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।ଏଥିରୁ ଜଣାପଡ଼ୁଛି ଯେ ୨ ଦିନର ବିରତି ପରେ ପୁଣି ରାଜ୍ୟର କିଛି ଅଞ୍ଚଳରେ ଗରମର ପ୍ରଭାବ ଧୀରେଧୀରେ ବଢ଼ିବା ଆରମ୍ଭ ହୋଇଛି।


Share It

Comments are closed.