ପାକିସ୍ତାନକୁ ତାଲିବାନର ଚେତାବନୀ, ପୁନର୍ବାର ଆକ୍ରମଣ କଲେ ଭୋଗିବ ଗମ୍ଭୀର ପରିଣାମ
ଆଫଗାନିସ୍ତାନ ସଂଲଗ୍ନ ଖୋଷ୍ଟ ପ୍ରଦେଶରେ ପାକିସ୍ତାନୀ ବାୟୁସେନା ଏୟାର ଷ୍ଟ୍ରାଇକ୍ କରିବା ପରେ ତାକୁ ନେଇ ତାଲିବାନ କ୍ଷୁବ୍ଧ ହୋଇଛି । ଯଦି ପାକିସ୍ତାନ ପୁନର୍ବାର ଏଭଳି ଆକ୍ରମଣ କରେ ତେବେ ତାର ଗମ୍ଭୀର ପରିଣାମ ଭୋଗ କରିବ ବୋଲି ତାଲିବାନ ଚେତାବନୀ ଦେଇଛି ।
ତାଲିବାନ ମୁଖପାତ୍ର ଜବିହୁଲା ମୁଜାହିଦ୍ ନିଜ ଟୁଇଟର ଆକାଉଣ୍ଟରେ ଏହି ଧମକ ଦେଇଛନ୍ତି । ସେ କହିଛନ୍ତି ପାକିସ୍ତାନ ଆଫଗାନ ବାସୀଙ୍କ ଧୈର୍ଯ୍ୟର ପରୀକ୍ଷା ନକରୁ । ପୁନର୍ବାର ଯଦି ଆକ୍ରମଣର ଦୁଃସାହସ କରିବ ତେବେ ପାକିସ୍ତାନ ତାର ପରିଣାମ ଭୋଗିବ । ଦୁଇଦେଶ ମଧ୍ୟରେ ଥିବା ସମସ୍ୟା ରାଜନୈତିକ ଉପାୟରେ ସମାଧାନ କରାଯିବା ଉଚିତ ।
ଏଥିସହିତ ସେ ଏହି ଘଟଣାକୁ ନେଇ କାବୁଲରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କୁ ସମନ୍ ଜାରି କରିଛନ୍ତି । ପାକ୍ ବାୟୁସେନା ଖୋଷ୍ଟ ପ୍ରଦେଶର କିଛି ଗ୍ରାମରେ ଏୟାର ଷ୍ଟ୍ରାଇକ୍ କରିବାରୁ ୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି ।
Comments are closed.