ଭାରତର Mi-24 ହେଲିକପ୍ଟରକୁ ଅକ୍ତିଆରରେ ନେଲା ତାଲିବାନ
ଆଫଗାନିସ୍ତାନରେ ତାଲିବାନ ବାୟୁସେନାର ଏମଆଇ -୨୪ ଆଟାକ ହେଲିକପ୍ଟରକୁ କାବୁ କରିଛି। ଏହି ହେଲିକପ୍ଟରକୁ ଭାରତ ବନ୍ଧୁତ୍ୱର ଉଦାହରଣ ଭାବରେ ଏହି ଆଫଗାନିସ୍ତାନକୁ ଭାରତ ଉପହାର ଦେଇଥିଲା। ଏହି ହେଲିକପ୍ଟର ନିକଟରେ ତାଲିବାନ ଯୋଦ୍ଧାଙ୍କ ଉପସ୍ଥିତିର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି। କୁହାଯାଉଛି ଯେ ତାଲିବାନଙ୍କ ଅଧୀନରେ ଆସିଥିବା ଏହି ହେଲିକପ୍ଟରର ଅବସ୍ଥା ଅତ୍ୟନ୍ତ ଖରାପ ରହିଛି। ଆଫଗାନିସ୍ତାନ ବାୟୁସେନା ହେଲିକପ୍ଟରକୁ ଛାଡି ବେଳେ ତା ଭିତରୁ ଇଞ୍ଜିନ ଓ ଅନ୍ୟାନ୍ୟ ଯନ୍ତ୍ରପାତି ହଟାଇ ଦେଇଥିଲା। ଏଭଳି ପରିସ୍ଥିତିରେ ଏହି ହେଲିକପ୍ଟର ଉଡିପାରିବ ନାହିଁ।
ଉଲ୍ଲେଖନୀୟ ଯେ, ୨୦୧୫-୧୬ବର୍ଷରେ ପ୍ରଥମ ଥର ପାଇଁ ଆଫଗାନିସ୍ତାନକୁ ଭାରତ ଚାରିଟି ଏମଆଇ-୨୪ ଆଟାକ୍ ହେଲିକପ୍ଟର ଉପହାର ଦେଇଥିଲା। ଯାହା ପରେ ମେ ୨୦୧୯ ରେ ଭାରତ ପୁଣି ଦୁଇଟି ଏମଆଇ-୨୪ ହେଲିକପ୍ଟର ହସ୍ତାନ୍ତର କଲା। ଏହି ହେଲିକପ୍ଟର ହସ୍ତାନ୍ତର ପାଇଁ ଆୟୋଜିତ ସମାରୋହରେ ତତ୍କାଳୀନ ଭାରତୀୟ ରାଷ୍ଟ୍ରଦୂତ ବିନୟ କୁମାର ଏବଂ ଆଫଗାନିସ୍ତାନର ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଅସଦୁଲ୍ଲା ଖାଲିଦ ଯୋଗ ଦେଇଥିଲେ। ଏମଆଇ-୨୪ଭି ହେଲିକପ୍ଟର ଋଷରେ ନିର୍ମିତ, ଯାହାର ରପ୍ତାନି ପ୍ରକାରକୁ ଏଆଇ-୩୫ଭାବରେ ଜଣାଶୁଣା।
Comments are closed.