ସ୍ୱତନ୍ତ୍ର ମାଇକ୍ରୋଫିନ୍ ହୋମ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ଅମ୍ଫାନ୍ ପୀଡିତଙ୍କ ପାଇଁ ସହାୟତା
ଭୁବନେଶ୍ୱର: ଭାରତର ଗ୍ରାମାଂଚଳରେ ପରିଚାଳିତ ମାଇକ୍ରୋଫାଇନାନ୍ସ କମ୍ପାନୀ ସ୍ୱତନ୍ତ୍ର ମାଇକ୍ରୋଫିନ୍ ପ୍ରାଇଭେଟ୍ ଲିମିଟେଡ୍, ଏହାର ଗୃହ ବୀମା ବା ହୋମ୍ ଇନ୍ସ୍ୟୁରାନ୍ସ (ଷ୍ଟାଣ୍ଡାର୍ଡ ଫାୟାର ସ୍ପେଶାଲ ପେରିଲ୍ ପଲିସି) ମାଧ୍ୟମରେ ନୀକଟରେ ପଶ୍ଚିମବଙ୍ଗ ଓ ଓଡିଶାର ଉପକୂଳବର୍ତୀ ଅଂଚଳଗୁଡିକରେ ହୋଇଥିବା ବାତ୍ୟା ‘ଅମ୍ଫାନ୍’ କାରଣରୁ ଘଟିଥିବା କ୍ଷୟକ୍ଷତି ପରେ ବାତ୍ୟା ପୀଡ଼ିତମାନଙ୍କୁ ସହାୟତା କରିବାରେ ଏକ ପ୍ରମୁଖ ମାଧ୍ୟମ ରୂପେ ପ୍ରମାଣିତ ହୋଇଛି । ଏହା କେବଳ ମାଇକ୍ରୋ ଋଣ ପ୍ରଦାନ କରୁନାହିଁ ବରଂ ଏକାଧିକ ଆର୍ଥିକ ସେବା ଯେପରିକି ନଗଦବିହୀନ ସ୍ୱାସ୍ଥ୍ୟ ବୀମା, ବ୍ୟକ୍ତିଗତ ଦୁର୍ଘଟଣା ଓ ଗୃହ ବୀମା ଆଦି ପ୍ରଦାନ କରୁଛି । ଏହାର ସେବାଗୁଡିକର ଏକ ବ୍ୟାପକ ତାଲିକାକୁ ଗ୍ରାମାଂଚଳର ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ।
ପଶ୍ଚିମବଙ୍ଗ ଓ ଓଡିଶାର ଏକାଧିକ ଉପକୂଳବର୍ତୀ ଜିଲ୍ଲାଗୁଡିକ ଏବେ ମଧ୍ୟ ଅମ୍ଫାନ୍ ବାତ୍ୟା ପରବର୍ତୀ ଦୁଃଖଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଏହି ହୋମ୍ ଇନ୍ସ୍ୟୁରାନ୍ସ ଅଧୀନରେ ଉପଭୋକ୍ତାଙ୍କ ଘରକୁ ଅଗ୍ନିକାଣ୍ଡ, ବଜ୍ରପାତ, ଝଡ, ବିସ୍ଫୋରଣ, ବିସ୍ଫୋରକ ବନ୍ୟା ସ୍ଥିତି ଆଦି ଯୋଗୁଁ ହେଉଥିବା କ୍ଷତିକୁ ବୀମାଭୁକ୍ତ କରାଯାଇଥାଏ ଏବଂ ପ୍ରଭାବିତ ଉପଭୋକ୍ତାଙ୍କୁ ନିଜ ଘରର ପୁନଃନିରମାଣ ପାଇଁ ଅତ୍ୟାବଶ୍ୟକୀୟ ସାହାଯ୍ୟ ପ୍ରଦାନ କରାଯାଇଥାଏ । ଆମର ଅଫରିଙ୍ଗ୍ ପ୍ରାୟ ୨ କୋଟି ଟଙ୍କା ମୂଲ୍ୟର କ୍ଲେମ୍ ସହିତ ୨୦୦୦ରୁ ଅଧିକ ପରିବାରକୁ ଲାଭ ପହଂଚାଇଛି ଏବଂ ଏହି କ୍ଲେମ୍ ଅର୍ଥ ଉପଭୋକ୍ତାଙ୍କୁ ସେମାନଙ୍କ ଘରର ପୁନଃନିର୍ମାଣ କରିବାରେ ଓ ନିଜ ଜୀବନକୁ ପୁଣିଥରେ ସଜାଡିବାରେ ସହଯୋଗ କରିବ ।
Comments are closed.