ସୁଶାନ୍ତଙ୍କ ଭାଣେଜି ପୋଷା କୁକୁର ଫଜର ଏକ ଭାବପ୍ରବଣ ଭିଡିଓ ସେୟାର କରି ଲେଖିଛନ୍ତି- ‘ସେ ଏପର୍ଯ୍ୟନ୍ତ ମଧ୍ୟ ଅପେକ୍ଷା କରିଛି’


ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାଙ୍କ ପ୍ରଶଂସକଙ୍କୁ ମର୍ମାହତ କରିଛି। ସୋସିଆଲ ମିଡିଆରେ ଅଭିନେତାଙ୍କ ଭିଡିଓ ଏବଂ ଫଟୋ ସେୟାର କରି ପ୍ରଶଂସକମାନେ ସେମାନଙ୍କୁ ମନେ ରଖିଛନ୍ତି | ଏହି ସମୟରେ ସୁଶାନ୍ତଙ୍କ ଭଣେଜି ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ତାଙ୍କ ଡଗି ଫଜ ନଜର ଆସୁଛି।

ସୁଶାନ୍ତଙ୍କ ମୃତ୍ୟୁ ପରେ, ତାଙ୍କର କୁକୁର ଫଜର ଅନେକ ଭିଡିଓ ଭାଇରାଲ ହୋଇଥିଲା | ସୁଶାନ୍ତଙ୍କ ଭାଣେଜି ମଲ୍ଲିକା ସିଂ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଫଜ୍‌ର ଏକ ଭିଡିଓ ପୋଷ୍ଟ କରିଛନ୍ତି। ସେ ଏହା ମଧ୍ୟ ଲେଖିଛନ୍ତି ଯେ ‘ଫଜ୍ ଆଖିରେ ଆଶା ଧରି କବାଟ ଆଡକୁ ଚାହିଁରହିଥାଏ’।


ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଫଜକପ ବିହାରର ପାଟନାସ୍ଥିତ ତାଙ୍କ ଘରକୁ ନେଇଆସିଛନ୍ତି। ଏହାପୂର୍ବରୁ ଅଭିନେତାଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ମଧ୍ୟ ଏକ ଫଟୋ ସେୟାର କରିଥିଲେ। ଯେଉଁଥିରେ ସୁଶାନ୍ତଙ୍କ ପିତା କେ.କେ ସିଂ ଏବଂ ଫଜ୍ ନଜର ଆସିଥିଲେ।

View this post on Instagram

Dad with Fudge ❤️

A post shared by Shweta Singh kirti (@shwetasinghkirti) on


ଏହାପୂର୍ବରୁ ଏକ ଭିଡିଓରେ ସୁଶାନ୍ତ ଏବଂ ଫଜ୍ ଖେଳୁଥିବା ଦେଖିବାକୁ ମିଳିଥିଲା। ଭିଡିଓରେ ଦୁହେଁ ବଗିଚାରେ ଥିଲେ ଏବଂ ଦୌଡ଼ୁଥିଲେ।


ସୂଚନାଯୋଗ୍ୟ, ସିବିଆଇ ବର୍ତ୍ତମାନ ସୁଶାନ୍ତ ସିଂ ରାଜପୁତ ମାମଲାର ତଦନ୍ତ କରିବ। ଅନୁସନ୍ଧାନକାରୀ ସଂସ୍ଥା ରିୟା ଚକ୍ରବର୍ତ୍ତୀ, ଇନ୍ଦ୍ରଜିତ ଚକ୍ରବର୍ତ୍ତୀ, ସାନ୍ଧ୍ୟା ଚକ୍ରବର୍ତ୍ତୀ, ଶୌଭିକ ଚକ୍ରବର୍ତ୍ତୀ, ସାମୁଏଲ ମିରାଣ୍ଡା, ଶ୍ରୁତି ମୋଦୀଙ୍କ ବିରୋଧରେ ଏଫଆଇଆର ରେଜିଷ୍ଟର କରିଛନ୍ତି। ମାମଲା ରେଜିଷ୍ଟର ହେବା ପରେ ରିୟାଙ୍କ ଓକିଲ ସତୀଶ ମନେଶିନ୍ଦ ଏହାକୁ ବେଆଇନ ବୋଲି କହିଥିଲେ।


Share It

Comments are closed.