‘କାଇ ପୋ ଚେ’ରେ ସୁଶାନ୍ତଙ୍କ ଶିଷ୍ୟ ଭୂମିକା ନିର୍ବାହ କରିଥିବା ବାଳକ ଏବେ ମୁମ୍ବାଇ ଇଣ୍ଡିଆନ୍ସର କ୍ରିକେଟର, କିଛି ଏଭଳି କଥା କହି ନିଜର ପୁରୁଣା ଦିନ ସ୍ମୃତି ବଖାଣିଲେ ଦିଗବିଜୟ


ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବରରେ ତାଙ୍କ ପ୍ରଶଂସକ ଏବଂ ବନ୍ଧୁ ସ୍ତବ୍ଧ ହୋଇଯାଇଛନ୍ତି। ସେମାନେ ତାଙ୍କ ମୃତ୍ୟୁ ଖବରରୁ ବାହାରି ପାରୁ ନାହାନ୍ତି। ୨୦୧୩ମସିହାରେ ଆସିଥିବା ଫିଲ୍ମ ‘କାଇ ପୋ ଚେ’ର କୋ-ଷ୍ଟାର ଦିଗବିଜୟ ଦେଶମୁଖ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁରେ ଅତ୍ୟନ୍ତ ଦୁଃଖି ହୋଇଯାଇଛନ୍ତି। ଫିଲ୍ମରେ ଦିଗବିଜୟ ଦେଶମୁଖ ଜଣେ କ୍ରିକେଟରଙ୍କ ଭୂମିକାରେ ଅଭିନୟ କରିଥିଲେ ଏବଂ ସୁଶାନ୍ତ ତାଙ୍କ ମେଣ୍ଟୋର ହୋଇଥିଲେ। ଦିଗବିଜୟ ଦେଶମୁଖ ଏବେ ଜଣେ କ୍ରିକେଟର ଏବଂ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନର ଅଂଶ ହୋଇଯାଇଛନ୍ତି। ଦିଗବିଜୟ ଜଣେ ଯୁବ ଦ୍ରୃତ ବୋଲର ଏବଂ ମହାରାଷ୍ଟ୍ର ତରଫରୁ କ୍ରିକେଟ ଖେଳନ୍ତି। ସୁଶାନ୍ତଙ୍କ ମୃତ୍ୟୁରେ ଦେଶମୁଖ କହିଛନ୍ତି,‘ସେ କ୍ରିକେଟକୁ ନେଇ ଉତ୍ସାହୀ ଥିଲେ। ସୁଟିଂର ଶେଷ ଦିନ ଦିଗବିଜୟ ତାଙ୍କୁ ପ୍ରତିଶ୍ରୃତି ଦେଇଥିଲେ ଯେ ସେ ତାଙ୍କୁ ସେତେ ଦିନ ଯାଏଁ ଭେଟିବେ ଯେତେ ଯାଏଁ ଜଣେ ଭଲ କ୍ରିକେଟର ନ ହୋଇଯାଉଛନ୍ତି। ଏବର୍ଷ ସେ ଯେତେବେଳେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସିଲେକ୍ଟ ହୋଇଥିଲେ ସେତେବେଳେ ସେ ତାଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଥିଲେ କିନ୍ତୁ ଲକଡାଉନ୍ ଯୋଗୁଁ ସେ ତାଙ୍କୁ ଭେଟି ପାରିନଥିଲେ। ଆଜି ସେ ଆଉ ଦୁନିଆରେ ନାହାନ୍ତି। ୨୦୨୦ ଆଇପିଏଲର ଆକ୍ସନରେ ମୁମ୍ବାଇ ଇଣ୍ଡିଆନ୍ସର ଟିମ୍ ତାଙ୍କୁ ୨୦ଲକ୍ଷ ଟଙ୍କାରେ କିଣିଥିଲେ।

ଦିଗବିଜୟ କହିଥିଲେ ଯଦି ଲକଡାଉନ୍ ନ ଲାଗିଥାନ୍ତା ତେବେ ସେ ନିଜ ଶେଷ ପ୍ରତିଶ୍ରୃତି ପୂରଣ କରିପାରିଥାନ୍ତେ କିନ୍ତୁ ସେ ଏପରି କରିବାରେ ବିଫଳ ହୋଇଥିଲେ। ୨୨ବର୍ଷ ବୟସ୍କ ଏହି ଦ୍ରୃତ ବୋଲର କହିଥିଲେ ଯେ କିଭଳି ସେ ‘ଏମଏସ୍ ଧୋନି ଅନଟୋଲ୍ଡ ଷ୍ଟୋରୀ’ ଫିଲ୍ମର ସୁଟିଂ ଦେଖିବାକୁ ଯାଇଥିଲେ। ସହରରେ ରହି ମଧ୍ୟ ପରେ ସେ ତାଙ୍କୁ ଭେଟି ପାରିନଥିଲେ। ତାଙ୍କୁ ସବୁବେଳେ ଏହାର ପଶ୍ଚାତାପ ରହିବ। ଦେଶମୁଖଙ୍କ ପାଖରେ ‘କାଇ ପୋ ଚେ’ ଫିଲ୍ମରେ ସୁଶାନ୍ତଙ୍କ ସହ କାମ କରିବାର ସ୍ମୃତି ରହିଛି। ସେ କହିଛନ୍ତି ଯେ ‘ ସୁଶାନ୍ତ ଖୁବ୍ ରିହର୍ସାଲ୍ କରୁଥିଲେ ଏବଂ ବହୁତ ପରୋପକାରୀ ଥିଲେ।

ସୁଶାନ୍ତଙ୍କ ସହ କଥାବାର୍ତ୍ତାକୁ ମନେ ପକାଇ ଦେଶମୁଖ କହିଛନ୍ତି,‘ସେହି ସମୟରେ ତାଙ୍କୁ ମାତ୍ର ୧୫ବର୍ଷ ବୟସ ହୋଇଥିଲା,ସେ ୬ମାସ ତାଙ୍କ ସହ ସୁଟିଂ କରିଥିଲେ। ସୁଟିଂ ପରେ ସେ ତାଙ୍କୁ ତାଙ୍କ ରୁମକୁ ଆସିବାକୁ କହୁଥିଲେ। ତାଙ୍କ ବ୍ୟବହାର ବହୁତ ଫ୍ରେଣ୍ଡଲି ଥିଲା। ସେ ତାଙ୍କ କାମକୁ ନେଇ ଖୁସି ଏବଂ ଉତ୍ସାହୀ ଥିଲେ। ସେ ବଡ଼ କ୍ରିକେଟର ନଥିଲେ ମଧ୍ୟ ସେ ସବୁବେଳେ ତାଙ୍କ ସହ କ୍ରିକେଟ ବିଷୟରେ କହୁଥିଲେ। ଦିଗବିଜୟ କହିଛନ୍ତି ଯେ ସେ କେବେ ବୁଝି ପାରିବେ ନାହିଁ ଯେ ସେ ଆତ୍ମହତ୍ୟା କରିବାକୁ କାହିଁକି ନିଷ୍ପତ୍ତି ନେଲେ? ନିଜ ଶେଷ ଫିଲ୍ମ ଛିଛୋରାରେ ସେ କହୁଛନ୍ତି ଯେ ଆତ୍ମହତ୍ୟା ସମସ୍ୟାର ସମାଧାନ ନୁହେଁ। ସେ ସବୁବେଳେ ବହୁତ ଲାଇଭଲି ଏବଂ ଶକ୍ତିମାନ୍ ଦେଖାଯାଆନ୍ତି। ସେ ଜାଣି ପାରୁ ନାହାନ୍ତି ଯେ ଏହି ନିଷ୍ପତ୍ତି ନେବା ପାଇଁ ତାଙ୍କୁ କେଉଁ କଥା ବାଧ୍ୟ କରିଥିଲା। ସେ ଶୁଣିଥିଲେ ଯେ ସୁଶାନ୍ତ ଅନେକ ଦିନ ହେବ ଅବସାଦଗ୍ରସ୍ତ ଥିଲେ।


Share It

Comments are closed.