ସୁଶାନ୍ତଙ୍କ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଲା, ଫେରିଗଲେ ପାଟନା
ଅଭିନେତା ସୁଶାନ୍ତ ସିଂହ ରାଜପୂତଙ୍କ ମୃତ୍ୟୁରେ ସାରା ଦେଶ ମର୍ମାହତ । ସେପଟେ ତାଙ୍କ ପରିବାରରେ ଦୁଃଖ ଲାଗିରହିଛି । କିନ୍ତୁ ବର୍ତ୍ତମାନ ଏହି ଖବର ଆସିଛି କି ସୁଶାନ୍ତଙ୍କ ବାପାଙ୍କ ସ୍ୱାସ୍ଥ୍ୟ ହଠାତ୍ ବିଗିଡ଼ିବାକୁ ଲାଗିଛି । ୩୪ ବର୍ଷିୟ ନିଜର ଯୁବା ପୁଅକୁ ହରାଇବା ପରେ ସେ ସଂପୂର୍ଣ୍ଣ ଋପେ ଭାଙ୍ଗି ପଡିଛନ୍ତି । ଟାଇମ୍ସର ରିପୋର୍ଟ ମୁତାବକ , ତାଙ୍କ ବାପା ତୁରନ୍ତ ପାଟନା ଚାଲିଯାଇଛନ୍ତି । ରିପୋର୍ଟ ମୁତାବିକ , ସୁଶାନ୍ତଙ୍କ ବାପା ଏହି ଦୁଃଖରୁ ଘରୁ ବାହାରି ପାରୁନାହାନ୍ତି ଏବଂ କିଛି ସମୟ ଅନ୍ତରରେ ସେ ଚେତାଶୂନ୍ୟ ହେଇଯାଉଛନ୍ତି । ତାଙ୍କ ପରିବାର ତରଫରୁ ଏ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ଏହି ଭିତରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛନ୍ତି ସମସ୍ତେ । ସୂଚନା ଯେ, ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ଭିଲେ ପାର୍ଲେର ପବନ ହଂସ ଶ୍ମଶାନରେ କରାଯାଇଥିଲା । ସୁଶାନ୍ତ ସିଂହ ରାଜପୂତଙ୍କର ପିତା ପୁଅର ପାର୍ଥିବ ଶରୀର ନେଇ ଶ୍ମଶାନରେ ପହଞ୍ଚିଥିଲେ । ତାଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ପୁରା ପରିବାର ଶେହି ସମୟରେ ସେଠାରେ ଉପସ୍ଥିତ ଥିଲେ । ଏହି ଭିତରେ ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟାରେ ତାଙ୍କର କଜିନ୍ ଭାଉଜ ସୁଧା ଦେବୀଙ୍କୁ ଏତେ ଦୁଃଖ ଲାଗିଥିଲା ଯେ , ସେ ବି ଆର ପାରିକୁ ଚାଲିଗଲେ ।
Comments are closed.