ସୁଶାନ୍ତ ସିଂ ରାଜପୁତଙ୍କ ଶରୀରରେ ଦେଖାଗଲା ଲିଗେଚର ମାର୍କ, ଅଟୋପ୍ସି ରିପୋର୍ଟକୁ ନେଇ ସୃଷ୍ଟି ହେଉଛି ପ୍ରଶ୍ନ


ସୁଶାନ୍ତ ସିଂ ରାଜପୁତଙ୍କ କଥିତ ଆତ୍ମହତ୍ୟା ମାମଲାର ଯାଂଚ କରିବା ପାଇଁ ସିବିଆଇ ଟିମ ମୁମ୍ବାଇରେ ପହଂଚିଯାଇଛି । ଶୁକ୍ରବାରଦିନ ସିବିଆଇ ଏହି କେସ ସହ ଜଡ଼ିତ ଅନେକ ଲୋକଙ୍କ ସହ ପଚରାଉଚରା କରିଥିଲା । ଏହା ମଧ୍ୟରେ ସୁଶାନ୍ତ ସିଂଙ୍କ ଅଟୋପ୍ସି ରିପୋର୍ଟ ସାମ୍ନାକୁ ଆସିଛି , ଯାହାକୁ ଦେଇ ଅନେକ ଗମ୍ଭୀର ପ୍ରଶ୍ନ ସୃଷ୍ଟି ହୋଇଛି ।

ମିଡିଆ ରିପୋର୍ଟ ଅନୁଯାୟୀ ସୁଶାନ୍ତଙ୍କ ଅଟୋପ୍ସି ରିପୋର୍ଟରେ ସୁଶାନ୍ତଙ୍କ ଶରୀରରେ ଲିଗେଚର ଚିହ୍ନ ଥିବାର ଉଲ୍ଲେଖ ରହିଛି । ଲିଗେଚର ମାର୍କକୁ ସାଧାରଣ ଭାଷାରେ ଏକ ଗଭୀର ଚିହ୍ନ କୁହାଯାଇଥାଏ । ସାଧାରଣ ଭାବେ ଏହି ଚିହ୍ନ ୟୁ ସେପର ହୋଇଥାଏ, ଯାହା ଦର୍ଶାଇଥାଏ ଯେ ଗଳାକୁ କୌଣସି ଦଉଡ଼ିଦ୍ୱାରା କଷାଯାଇଛି ।

ଏହା ମଧ୍ୟରେ ରୀୟା ଚକ୍ରବର୍ତୀଙ୍କ ମୁର୍ଦ୍ଦାଘରକୁ ଯାଇ ସୁଶାନ୍ତଙ୍କ ଶବକୁ ଦେଖିବା ଏବଂ ୪୫ ମିନିଟ ସେଠାରେ ରହିବା ପ୍ରସଙ୍ଗ ବେଶ ଗରମ ମାହୋଲ ସୃଷ୍ଟି କରିଛି । ଏହାକୁ ନେଇ ଭାଜପା ନେତା ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ ପ୍ରଶ୍ନ ଉଠାଇସାରିଛନ୍ତି । ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟ କରି କହିଛନ୍ତି ଯେ, “ଯେତେବେଳେ ଆରସି କୁପର ହସପିଟାଲରେ ପୋଷ୍ଟମର୍ଟମ ଚାଲୁ ରହିଥିଲା, ସେତେବେଳେ ରୀୟା ସେଠାରେ ୪୫ ମିନିଟ ପାଇଁ ଲିଭ-ଇନ-ଗାର୍ଲ ଥିଲେ । କଣ ଯେତେବେଳେ ପୋଷ୍ଟମର୍ଟମ ଚାଲୁ ରହିଥିଲା ସେ ରୁମ ମଧ୍ୟରେ ଥିଲେ ଏବଂ ପ୍ରମାଣ ସହ ଏପଟସେପଟ କାମ କରୁଥିଲେ କି? ତାଙ୍କର ଉପନାମ ଫେମି ଫେଟଲ (ମ୍ୟାନ-ଇଟର କିମ୍ବା ଖଲନାୟୀକା) କରିଦିଆଯିବା ଆବଶ୍ୟକ ।

ସୁଶାନ୍ତ ସିଂଙ୍କ ମୃତ୍ୟୁ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି । ଏହି ମାମଲାରେ ଅନେକ ଲୋକଙ୍କ ଭୁମିକା ଥିବା ଜଣାପଡ଼ୁଛି । ଏମିତିରେ ବର୍ତମାନ ସିବିଆଇ ହାତକୁ କେସ ଯିବା ପରେ ପ୍ରକୃତ ଘଟଣା ଧରାପଡ଼ିବ ବୋଲି ଆଶା କରାଯାଉଛି ।


Share It

Comments are closed.