ପୁଣି ସୁଶାନ୍ତଙ୍କ ଜଣେ ୧୪ ବର୍ଷିୟ ପ୍ରଶଂସକ କଲେ ଆତ୍ମହତ୍ୟା
ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଯୋଗୁଁ ସାରା ଦେଶ ଆଶ୍ଚର୍ଯ୍ୟ ଚକିତ । ସୁଶାନ୍ତ ସିଂହଙ୍କ ପ୍ରଶଂସକ ଏବେ ମଧ୍ୟ ଶୋକରେ ବୁଡି ରହିଛନ୍ତି । ସୁଶାନ୍ତ ସିଂହଙ୍କ ଆଉ ଜଣେ ପ୍ରଶଂସକ ଆତ୍ମହତ୍ୟା କରିଛନ୍ତି । ଟାଇମ୍ସ ଅଫ ଇଣ୍ଡିଆର ଖବର ଅନୁଯାୟୀ ନାଗପୁରର ଜଣେ ୧୪ ବର୍ଷର ବାଳକ ଆତ୍ମହତ୍ୟା କରିଛି । ନାଗପୁର ନିକଟସ୍ଥ ଜରିପଟକାରେ ରହୁଥିବା ୧୪ ବର୍ଷର ବାଳକ ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ପରେ ଲଗାତାର ଚିନ୍ତାରେ ବୁଡି ରହିଥିଲେ । ପରିବାରଲୋକେ ମଧ୍ୟ ଏହି ମାମଲାର ତାଙ୍କ ଦୃଷ୍ଟି ହଟାଇବାକୁ ବହୁତ ଚେଷ୍ଟା କରିଥିଲେ ।
ପୋଲିସ ଅନୁଯାୟୀ, ତାଙ୍କ ଘରୁ କୌଣସି ସୁଇସାଇଡ ନୋଟ ମିଳିନାହିଁ । ପୋଲିସ ମୃତ୍ୟୁ ମାମଲା ରୁଜ୍ଜୁ କରିଛି । ପରିବାରଲୋକ କହିଛନ୍ତି ଯେ, ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ପରେ ସେ ବହୁତ ଅବସାଦଗ୍ରସ୍ତ ଥିଲେ । ସେ ସବୁବେଳେ ଟିଭିରେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ସମ୍ବନ୍ଧୀୟ ଖବର ଦେଖୁଥିଲେ । ଏହାସହ ସେ ସବୁବେଳେ ଦୁଃଖି ରହୁଥିଲେ ।
ଏହା ପୂର୍ବରୁ ବିହାର ରାଜଧାନୀ ପାଟଣା ସମେତ ଦୁଇ ଜିଲ୍ଲାରେ ଦୁଇଟି ଅଲଗା ଅଲଗା ଘଟଣାରେ ଜଣେ ଯୁବତୀ ଓ ଜଣେ ଯୁବକ ଆତ୍ମହତ୍ୟା କରିଥିଲେ । ପ୍ରଥମ ଘଟଣା ପାଟଣାର । ରାଜେନ୍ଦ୍ର ନଗର ଥାନା ଅନ୍ତର୍ଗତ ୧୨ ନମ୍ବର ରୋଡ଼ରେ ରହୁଥିବା ଜଣେ ୧୭ ବର୍ଷର ଯୁବତୀ ଫାସୀ ଲଗାଇ ଆତ୍ମହତ୍ୟା କରିଥିଲେ । ଯୁବତୀ ଜଣକ ନିକଟରେ ପାଟଣାର ଏକ ସ୍କୁଲରେ ମ୍ୟାଟିକ ପରୀକ୍ଷା ଦେଇଥଲେ । ତାଙ୍କ ପରୀକ୍ଷା ମଧ୍ୟ ଭଲ ହୋଇନଥିଲା । ସେଥିପାଇଁ ମଧ୍ୟ ସେ ଡିପ୍ରେସନରେ ଥିଲେ । ଆତ୍ମହତ୍ୟାର ଅନ୍ୟ ଘଟଣା ନାଳନ୍ଦାର । ଗୌତମ ନାମକ ଜଣେ ଯୁବକଙ୍କ ଦାଦା କହିଥିଲେ ଯେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ସେ ବହୁତ ଭାଙ୍ଗି ପଡ଼ିଥିଲେ । ଏହିଭଳି ସ୍ଥିତିରେ ସେ ଆତ୍ମହତ୍ୟା କରିଥିଲେ ।
ସୁଶାନ୍ତ ସିଂହ ରାଜପୁତ ଜୁନ ୧୪ ତାରିଖରେ ନିଜର ବାନ୍ଦ୍ରା ସ୍ଥିତ ଆପାର୍ଟମେଣ୍ଟରେ ଫାସୀ ଲଗାଇ ଆତ୍ମହତ୍ୟା କରିଥିଲେ । ସୁଶାନ୍ତଙ୍କ ଘରେ କାମ କରୁଥିବା ସହାୟକ ଏ ସମ୍ପର୍କରେ ପୋଲିସକୁ ଫୋନ କରି ସୂଚନା ଦେଇଥିଲେ । ଗତ ସପ୍ତାହରେ ବିହାର ମୁଜାଫରପୁର କୋର୍ଟରେ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତାଙ୍କ ମହିଳା ବନ୍ଧୁ ରିୟା ଚକ୍ରବର୍ତ୍ତୀଙ୍କ ସମେତ ବଲିଉଡର କିଛି ଅଭିନେତା ଓ ନିର୍ଦେଶକଙ୍କ ବିରୋଧରେ ଆବେଦନ ଦାଏର କରାଯାଇଛି ।
Comments are closed.