ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ତାଙ୍କ ବାପା କେ.କେ ସିଂହ
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ୧୩ ଦିନ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ତାଙ୍କ ବାପା କେକେ ସିଂ। ସୁଶାନ୍ତଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡିଥିବା ତାଙ୍କ ବାପା ନିଜ ପୁଅ ସମ୍ପର୍କରେ ବହୁତ କିଛି କହିଛନ୍ତି। ଏକ ଏଣ୍ଟରଟେନମେଣ୍ଟ ପୋର୍ଟାଲକୁ ଦେଇଥିବା ଇଣ୍ଟରଭ୍ୟୁରେ ସେ କହିଛନ୍ତି, ପୁଅଟିଏ ପାଇବାକୁ ସେ ଓ ତାଙ୍କ ସ୍ତ୍ରୀ ୩ ବର୍ଷ ମାନସିକ୍ କରିଥିଲେ। ବହୁ ମନ୍ଦିର ଓ ଧର୍ମପୀଠରେ ମାନସିକ କରିବା ପରେ କୋଳକୁ ଆସିଥିଲେ ସୁଶାନ୍ତ। ୪ ଝିଅ ପରେ ପାଉଥିଲୁ ଏହି ଗୋଟିଏ ପୁଅ। ତେବେ ମାନସିକରେ ମଗାଯାଇଥିବା ଜିନିଷ ବୋଧ ହୁଏ ଏଭଳି ଚାଲିଯାଏ। କିନ୍ତୁ ଯାହା ହେବାର ଥିଲା ତାକୁ କେହି ରୋକି ପାରିବେନି। ସେ ଏତେ କମ୍ ଦିନରେ ଏତେ କିଛି କରିଦେଲା ବୋଲି ସୁଶାନ୍ତଙ୍କୁ ମନେ ମନେ ଝୁରି ହେଉଥିବା ତାଙ୍କ ବାପା କହିଛନ୍ତି। ଏହାପରେ ସୁଶାନ୍ତଙ୍କ ବାପା କହିଛନ୍ତି, ଶେଷ ଦିନ ଗୁଡିକରେ କ’ଣ ହେଲା ତାହା ଆମେ ଆଉ ଜାଣି ପାରିଲୁନି। ସୁଶାନ୍ତ ଆମକୁ ଏ ବିଷୟରେ କିଛି କହୁନଥିଲେ। ଆମେମାନେ ବି ଫିଲ୍ମ ଇଣ୍ଡଷ୍ଟ୍ରୀଠାରୁ ଖୁବ୍ ଦୂରରେ ରହୁଥିଲେ। କାରଣ ଆମକୁ ଚାକଚକ୍ୟ ପସନ୍ଦ ନଥିଲା। ସୁଶାନ୍ତ ଛୋଟ ଥିବା ବେଳେ ନିଜର ସବୁକଥା ମୋତେ କହୁଥିଲା, କିନ୍ତୁ ଗତ କିଛି ବର୍ଷ ହେବ ସେ ଏକାନ୍ତରେ ରହିବାକୁ ଭଲ ପାଉଥିଲା, କିଛି ପଚାରିଲେ କେବଳ ହସି ଦେଉଥିଲା। ପ୍ରଥମେ ତ ସେ ସବୁ କିଛି କହୁଥିଲା, କିନ୍ତୁ ପରେ କ’ଣ ହେଲା କାହାକୁ କିଛି କହୁନଥିଲା।
ସୁଶାନ୍ତଙ୍କ ବାପା କହିଛନ୍ତି, ବିବାହର ପାଇଁ ସେ ବହୁତ କିଛି କରିବାକୁ ଭାବୁଥିଲା। ବିହାରର ଲୋକଙ୍କ ସାହାଯ୍ୟ କରିବାକୁ କିଛି କରିବାକୁ ଚାହୁଁଥିଲା। କିନ୍ତୁ ସମୟ ମିଳିଲାନି। ସୁଶାନ୍ତ ଚନ୍ଦ୍ରପୃଷ୍ଠରେ ପ୍ଲଟ କିଣିଥିଲା। ନିଜର ପ୍ଲଟକୁ ଦେଖିବା ପାଇଁ ସେ ୫୫ ଲକ୍ଷ ଟଙ୍କାର ଟେଲିସ୍କୋପ୍ କିଣିଥିଲା। ସେହି ଟେଲିସ୍କୋପରେ ନିଜର ଫ୍ଲାଟକୁ ଦେଖୁଥିଲା। ଏହାପରେ ତାଙ୍କ ବାପା କହିଛନ୍ତି ବାହାଘର ନେଇ ମୁଁ ତା’ ସହିତ ଶେଷ କଥା ହୋଇଥିଲି ଓ ସେ କହିଥିଲା କରୋନା ସମୟରେ ତ ହୋଇପାରିବନି। ତା ଛଡା ଗୋଟେ ଫିଲ୍ମ ଆସୁଛି ଶେଷ ହୋଇଯିବା ପରେ ଫେବୃଆରୀ-ମାର୍ଚ୍ଚରେ ଦେଖିବା, ବାହାହୋଇଯିବି। ଏହା ସୁଶାନ୍ତ ସହିତ ମୋର ଶେଷ କଥାବାର୍ତ୍ତା ଥିଲା ବୋଲି କହିଛନ୍ତି ସେ। ତେବେ ସୁଶାନ୍ତ କାହାକୁ ବାହା ହୋଇଥାନ୍ତେ ସେ ବିଷୟରେ କିଛି କହିନାହାନ୍ତି। ସେ କହିଛନ୍ତି, ଆମେ କେବଳ ତାକୁ କହୁଥିଲୁ ନିଜର ପସନ୍ଦର ଝିଅକୁ ବାହା ହୁଅ, ଯାହା ସହର ସାରା ଜୀବନ ବିତାଇ ପାରିବୁ।’ ଏହାପରେ ସେ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କ ବିଷୟରେ କହିଥିଲେ। ଅଙ୍କିତା କେବଳ ମୁମ୍ବାଇରେ ତାଙ୍କୁ ଦେଖା କରିବାକୁ ଆସିଥିଲେ ତାହା ନୁହେଁ ବଂର ପାଟନା ବି ଆସିଥିଲେ। ଉଲ୍ଳେଖନୀୟ ଯେ, ଅଙ୍କିତା ହେଉଛନ୍ତି ସୁଶାନ୍ତଙ୍କ ଜୀବନର ଏକମାତ୍ର ଝିଅ, ଯାହାଙ୍କୁ ତାଙ୍କର ବାପା ଏବଂ ପରିବାର ଲୋକ ଜାଣନ୍ତି। କେକେ ସିଂଙ୍କୁ ଯେତେବେଳେ ସୁଶାନ୍ତ ଓ ଅଙ୍କିତାଙ୍କ ବ୍ରେକଅପ୍ ବିଷୟରେ ପଚରାଯାଇଥିଲା ସେ କହିଥିଲେ, ଏବେ ଏହା ତ କେବଳ ସଂଯୋଗ, ଯାହା ହେବାର ଥାଏ, ତାହା ହିଁ ହୋଇଥାଏ। ସୁଶାନ୍ତଙ୍କ ମୃତ୍ୟୁ ପରେ ଅନ୍ତିମସଂସ୍କାରରେ ଯଦିଓ ବଲିଉଡର ଅନେକ ଫିଲ୍ମଷ୍ଟାର ଆସିଥିଲେ କିନ୍ତୁ ତାଙ୍କ ପାଖକୁ ଆସି କେହି ଦେଖା କରିନଥିଲେ। ମୁମ୍ବାଇରେ ସେ ୩ ଦିନ ଥିଲେ କେବଳ ଅଙ୍କିତାଙ୍କୁ ଛାଡି ଆଉ କେହି ତାଙ୍କ ପାଖକୁ ଆସିନଥିଲେ। ତେବେ ବଲିଉଡରୁ କେବଳ କୃତି ସେନନ ହିଁ ଦେଖା କରିବାକୁ ଆସିଥିଲେ। ସମସ୍ତେ କରୋନା ପାଇଁ ମୁହଁରେ ମାସ୍କ ଲଗାଇକି ରଖିଥିଲେ। କୃତି ଯେତେବେଳେ ଘରକୁ ଆସିଥିଲେ ଆମ ସହ ବସି କଥା ହୋଇଥିଲେ। ତେବେ ସେ କେବଳ କହୁଥିଲେ ଓ ଆମେ ଚୁପ୍ ହୋଇ ବସିକି ଶୁଣୁଥିଲୁ ବୋଲି କହିଛନ୍ତୁ ସୁଶାନ୍ତଙ୍କ ବାପା।
Comments are closed.