ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ଶ୍ରୀଲଙ୍କା ଗସ୍ତକୁ ନେଇ ପ୍ରଶ୍ନ ଉଠାଇଲେ ମାଞ୍ଜରେକର

Share It

ଶିଖର ଧାଓ୍ୱନଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଶ୍ରୀଲଙ୍କା ଗସ୍ତ କରିଛି । ଶ୍ରୀଲଙ୍କା ବିପକ୍ଷରେ ଜୁଲାଇ ୧୩ ତାରିଖରୁ ଦିନିକିଆ ସିରିଜ ଆରମ୍ଭ ହେବ । ଏହି ଗସ୍ତରେ ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ ଦିଆଯାଇଛି । କାରଣ ଅଧିକାଂଶ ବରିଷ୍ଠ ଖେଳାଲି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ବ୍ରିଟେନରେ ଅଛନ୍ତି ।

ଶ୍ରୀଲଙ୍କା ବିପକ୍ଷ ସିରିଜରେ ଯେଉଁ ଯୁବ ଖେଳାଳି ଭଲ ପ୍ରଦର୍ଶନ କରିବେ ସେମାନେ ଟି୨୦ ବିଶ୍ୱକପରେ ସ୍ଥାନ ମିଳିପାରେ । କିନ୍ତୁ ଭାରତୀୟ ଦଳର ପୂର୍ବତନ ଖେଳାଳି ସଞ୍ଜୟ ମାଞ୍ଜରେକର ଭିନ୍ନ ମନ୍ତବ୍ୟ ଦେଇଛନ୍ତି । ଶ୍ରୀଲଙ୍କା ବିପକ୍ଷ ସିରିଜ ଟି୨୦ ବିଶ୍ୱକପ ପାଇଁ ଗେମ୍ ଚେଞ୍ଜର୍ ହେବ ନାହିଁ ବୋଲି ସେ କହିଛନ୍ତି ।

ମାଞ୍ଜରେକର କହିଛନ୍ତି ଯେ, ଭାରତର ଟି୨୦ ଟିମ୍ ଭଲ ସ୍ଥିତିରେ ଅଛି । ଭାରତର ଟିମ୍ ସବୁଠାରୁ ମଜବୁତ ହେବ । କିନ୍ତୁ ଶ୍ରୀଲଙ୍କା ବିପକ୍ଷ ସିରିଜ ଗେମ୍ ଚେଞ୍ଜର ହେବ ନାହିଁ । ଦେଶରେ ପ୍ରତିଭାବାନ ଖେଳାଳିଙ୍କ ଅଭାବ ନାହିଁ । ମନୀଷ ପାଣ୍ଡେଙ୍କ ପ୍ରଦର୍ଶନ ସର୍ବଦା ସମାନ ନୁହେଁ । ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟସମ୍ୟାନ୍ ଭାବେ ଖେଳିବା ପାଇଁ ପ୍ରସ୍ତୁତ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ସେ ଏହା ପ୍ରମାଣିତ କରିଥିଲେ । ରାହୁଲ ଚହର, ବରୁଣ ଚକ୍ରବର୍ତ୍ତୀ ଓ ୟୁଜବେନ୍ଦ୍ର ଚହଲଙ୍କୁ ସୁଯୋଗ ଦେବା କଷ୍ଟ ହେବ ।

ସେ ଆହୁରି କହିଛନ୍ତି ୟେ, ବାମହାତୀ ବ୍ୟାଟସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବା ପାଇଁ ଯୋଗ୍ୟ । ରୋହିତ ଶର୍ମା ଓ ବିରାଟ କୋହଲି ଓପନିଂ କଲେ ଭଲ ହେବ । ତେବେ ସଞ୍ଜୁ ସାମସନଙ୍କ ବଦଳରେ ଇଷାନ କିଶନ ଓ୍ୱିକେଟ୍ କିପିଂ କଲେ ଭଲ ହେବ ବୋଲି ମାଞ୍ଜରେକର କହିଛନ୍ତି ।


Share It

Comments are closed.