କିଏ ଖେଳିବ ଟି-୨୦ ବିଶ୍ୱକପ ସେମିଫାନାଲ, ଭବିଷ୍ୟବାଣୀ କଲେ ପୂର୍ବତ୍ତନ କ୍ରିକେଟର ୱାସିମ ଆକ୍ରମ

Share It

ଆସନ୍ତା ୧୬ତାରିଖରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟର ମହାକୁମ୍ଭ କୁହାଯାଉଥିବା ଟି-୨୦ବିଶ୍ବକପ । ଅଷ୍ଟ୍ରେଲିଆରେ ହେଉଥିବା ଏହି ବିଶ୍ବକପ୍ ଲାଗି ସବୁ ଟିମ୍ ଏବେ ନିଜ ନିଜ ସ୍ତରରେ ପ୍ରସ୍ତୁତି ଜାରି ରଖିଛନ୍ତି । ସବୁ ଟିମ୍ ନିଜକୁ ଏହି ବିଶ୍ବକପର ଦାବିଦାର ବୋଲି ମନେ କରୁଛନ୍ତି । ଏହାରି ଭିତରେ ଟି-୨୦ବିଶ୍ବକପର ସେମି ଫାଇନାଲକୁ ନେଇ ପାକିସ୍ତାନର ପୂର୍ବତନ ମହାନ କ୍ରିକେଟର ଓ୍ବାସିମ ଆକ୍ରମଙ୍କ ବୟାନ ଏବେ ସାମ୍ନାକୁ ଆସିଛି । ସେ ଫାଇନାଲରେ ଖେଳିବାକୁ ଥିବା ଟିମ୍‌କୁ ନେଇ ଭବିଷ୍ୟତବାଣୀ କରିଛନ୍ତି । ଯେଉଁଥିରେ ଏସିଆର ଦୁଇଟି ପ୍ରମୁଖ ଦଳକୁ ସାମିଲ କରିଛନ୍ତି ।

ପାକିସ୍ତାନର ପୂର୍ବତନ ବୋଲର ଓ୍ବାସିମ ଆକ୍ରମଙ୍କ କହିବା ଅନୁଯାୟୀ ଭାରତ, ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ଚାରୋଟି ଟିମ୍‌ରୁ ଏହି ତିନି ଯିଏ କି ଆଇସିସି ଟି-୨୦ବିଶ୍ବକପର ସେମିଫାଇନାଲ ଲାଗି କ୍ବାଲିଫାଇ କରିବେ । ଟି-୨୦ବିଶ୍ବକପର ଅଷ୍ଟମ ସଂସ୍କରଣ ୧୬ଅକ୍ଟୋବରରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଛି ଏବଂ ସବୁ ଟିମ୍ ବିଶ୍ବକପର ତାଜ୍ ପିନ୍ଧିବାକୁ ପ୍ରସ୍ତୁତି ଜାରି ରଖିଛନ୍ତି ।

ଗତଥରର ଚାମ୍ପିଅନ ହୋଇଥିବା ଅଷ୍ଟ୍ରେଲିଆ ନିଜର ସ୍ଥିତି ଜାରି ରଖିବାକୁ ଜୋରଦାର ପ୍ରୟାସ ଜାରି ରଖିଛି । ମାତ୍ର ଅଷ୍ଟ୍ରେଲିଆ ଟିମକୁ ଅନ୍ୟପକ୍ଷ ଯେପରିକି ଟିମ୍ ଇଣ୍ଡିଆ, ପାକିସ୍ତାନ, ନ୍ୟୁଜଲାଣ୍ଡ, ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକାକୁ ସାମ୍ନା କରିବାକୁ ପଡ଼ିବ ।

ଟୁର୍ଣ୍ଣାମେଣ୍ଟକୁ ଆଉ ଏକ ସପ୍ତାହରୁ କମ୍ ସମୟ ବାକି ରହିଛି । ପ୍ରଶଂସକମାନେ ମଧ୍ୟ ଏଲିମିନେଶନ ରାଉଣ୍ଡରେ ଶୀର୍ଷ ୪ଲାଗି ନିଜ ନିଜ ବିଶ୍ଳେଷଣ ଆରମ୍ଭ କରି ଦେଇଛନ୍ତି । ଆକରମ ବି ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଆଇସିସି ଟୁର୍ଣ୍ଣାମେଣ୍ଟ ଏବଂ ସେମିଫାଇନାଲରେ ସ୍ଥାନ ବନାଇବା ଟିମ୍ ଉପରେ ନିଜ ରାୟ ବ୍ୟକ୍ତ କରିଛନ୍ତି । ଆକରମ ଦୁବାଇରେ ଗଣମାଧ୍ୟମକୁ କହିଛନ୍ତି କି ସେମିଫାଇନାଲ ଲାଗି ମୁଁ ଅଷ୍ଟ୍ରେଲିଆ, ଭାରତ ଏବଂ ପାକିସ୍ତାନକୁ ଦେଖିବାକୁ ଚାହୁଁଛି । କିନ୍ତୁ ଦକ୍ଷିଣ ଆଫ୍ରିକା ମଧ୍ୟ ଯାଇପାରେ ।


Share It

Comments are closed.