ରାଷ୍ଟ୍ରୀୟ ଖେଳ ଦିବସରେ ଆଲ୍‌ମଣ୍ଡ ସହ ଆପଣଙ୍କ ଫିଟ୍‌ନେସ୍ ଯାତ୍ରାକୁ ଆଗକୁ ବଢାନ୍ତୁ!


ଭୁବନେଶ୍ୱର : ଦେଶର ମହାନ ହକି ଖେଳାଳୀ ତଥା କିମ୍ବନ୍ଦନ୍ତୀ କ୍ରୀଡାବିତ୍ ମେଜର ଧ୍ୟାନଚାନ୍ଦଙ୍କ ସମ୍ମାନରେ ଆମେ ପ୍ରତିବର୍ଷ ରାଷ୍ଟ୍ରୀୟ କ୍ରୀଡା ଦିବସ ପାଳନ କରୁଛୁ । କ୍ରୀଡା ଓ ଅନ୍ୟାନ୍ୟ କାର୍ଯ୍ୟରେ ଅଂଶଗ୍ରହଣ କରି ଫିଟ୍ ଓ ସୁସ୍ଥ ରହିବାର ଗୁରୁତ୍ୱ ଉପରେ ଭାରତର ଯୁବପିଢିଙ୍କୁ ସଚେତନ କରିବା ପାଇଁ ଏହି ଦିବସର ପାଳନ କରାଯାଉଛି । ଫିଟ୍‌ନେସ୍ ସ୍ତର ପ୍ରତି ଏକ ଦୃଢ ଆଭିମୁଖ୍ୟ ସହିତ ଏହି ରୁଟିନ୍‌କୁ ଉନ୍ନତ ପୋଷଣ, ଏକ ସନ୍ତୁଳିତ ଆହାର ଦ୍ୱାରା ପରିପୂର୍ଣ୍ଣ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ନିଜ ଆହାରରେ କେବଳ ଗୋଟିଏ ମୁଠା ବାଦାମ ବା ଆଲ୍‌ମଣ୍ଡକୁ ସାମିଲ କରି ଏହାକୁ ହାସଲ କରିହେବ । ଏସମ୍ପର୍କରେ ମ୍ୟାକ୍ସ ହେଲ୍‌ଥକେୟାର, ଦିଲ୍ଲୀର ଡାଏଟେଟିକ୍ସ ବିଭାଗର ଆଂଚଳିକ ମୁଖ୍ୟ ରିତିକା ସାମ୍‌ଦର କହିଛନ୍ତି, ଗୋଟିଏ ମୁଠା ଆଲ୍‌ମଣ୍ଡ ଏକ ଉପଯୁକ୍ତ ପୋଷ୍ଟ-ୱର୍କଆଉଟ୍ ସ୍ପୋର୍ଟ ସ୍ନାକ୍ ହୋଇଥାଏ, କାରଣ ଏହା ଶରୀରକୁ ଶକ୍ତି ଯୋଗାଇଥାଏ ଏବଂ ଏଥିରେ ପରିତୃପ୍ତିର ଗୁଣ ରହିଥାଏ । ଆଲ୍‌ମଣ୍ଡରେ ହେଲ୍‌ଦି ଫ୍ୟାଟ୍ ମଧ୍ୟ ରହିଥାଏ ଯାହା ଶରୀର ପାଇଁ ଆବଶ୍ୟକ ହୋଇଥାଏ ଏବଂ ଏଥିରେ ପ୍ରଚୁର ପରିମାଣର ପ୍ରୋଟିନ୍ ମଧ୍ୟ ରହିଥାଏ ଯାହାକି ଆପଣଙ୍କ ସ୍ପୋର୍ଟସ୍ ରୁଟିନ୍‌କୁ ସକ୍ଷମ କରିବାରେ ସାହାଯ୍ୟ କରିଥାଏ ।
ସେହିପରି ପିଲେଟ୍‌ସ ଏକ୍ସପର୍ଟ ଏବଂ ଡାଏଟ୍ ଓ ନ୍ୟୁଟ୍ରିସନ କନ୍‌ସଲ୍‌ଟାଂଟ୍ ମାଧୁରୀ ରୁଇୟା କହିଛନ୍ତି, ଶରୀରର ସାମଗ୍ରିକ ବୃଦ୍ଧି ଓ ବିକାଶ ପାଇଁ ଖେଳ ଓ ଶାରୀରିକ ବ୍ୟାୟାମ ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଶାରୀରିକ ତାଲିମ୍‌କୁ ବଢାଇବା ପାଇଁ ଉନ୍ନତ ଓ ସନ୍ତୁଳିତ ଆହାର ଜରୁରୀ ହୋଇଥାଏ । ତେଣୁ ଗୋଟିଏ ମୁଠା ଆଲ୍‌ମଣ୍ଡର ସେବନ ସହ ନିଜ ରୁଟିନ୍‌କୁ ଆରମ୍ଭ କରନ୍ତୁ । ଏହା ପୁଷ୍ଟିକର ହେବା ସହ ସୁସ୍ଥ ହୃଦୟ ପାଇଁ ସହାୟକ ହୋଇଥାଏ । କିଙ୍ଗ୍‌ଓ କଲେଜ୍ ଲଣ୍ଡନର ଏକ ସଦ୍ୟତମ ଅନୁସନ୍ଧାନ ମୁତାବକ, ପ୍ରତିଦିନ ଆଲ୍‌ମଣ୍ଡ ସେବନ ଦ୍ୱାରା ଧମନୀଗୁଡିକର ଏଣ୍ଡୋଥେଲିଆଲ କାର୍ଯ୍ୟକ୍ଷମତା ଉନ୍ନତ ହେବା ସହ ଖରାପ ଏଲ୍‌ଡିଏଲ୍ – କୋଲେଷ୍ଟ୍ରୋଲ କମ୍ ହୋଇଥାଏ । ନ୍ୟୁଟ୍ରିସନ ଓ ୱେଲ୍‌ନେସ୍ କନ୍‌ସଲ୍‌ଟାଂଟ୍ ଶୀଲା କ୍ରିଷ୍ଣସ୍ୱାମୀଙ୍କ ମତରେ, ଭାରତର ଅଧିକରୁ ଅଧିକ ଲୋକ ଏବେ ଖେଳ ଓ ନିୟମିତ ଶାରୀରିକ ବ୍ୟାୟାମର ଗୁରୁତ୍ୱକୁ ବୁଝୁଛନ୍ତି । ଏହାଛଡା ନିୟମିତ ଅଳ୍ପ ବ୍ୟାୟାମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ବର୍ତମାନ ପିଲାମାନେ ଅନ୍‌ଲାଇନ୍ କ୍ଲାସ୍‌ରେ ବ୍ୟସ୍ତ ରହୁଥିବାରୁ ସେମାନଙ୍କର ଶାରୀରିକ ଗତିବିଧି କମ୍ ରହୁଛି, ତେଣୁ ସେମାନଙ୍କ ପାଇଁ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ । ନିୟମିତ ଖେଳ ଓ ଅଳ୍ପ ଶାରୀରିକ ବ୍ୟାୟାମ ସହ ସେମାନଙ୍କ ଆହାରରେ ଆଲ୍‌ମଣ୍ଡକୁ ସାମିଲ କରାଯିବା ଜରୁରୀ । ଆଲ୍‌ମଣ୍ଡରେ ଜିଙ୍କ୍‌, ଫୋଲେଟ୍ ଓ ଆଇରନ୍ ଭଳି ପୋଷକ ତତ୍ୱ ରହିଛି ଯାହା ପ୍ରତିରକ୍ଷା ପ୍ରଣାଳୀର ସାଧାରଣ କାର୍ଯ୍ୟରେ ସହାୟକ ହୋଇଥାଏ ।


Share It

Comments are closed.