ଏବେ ମାସ୍କ ନପିନ୍ଧିଲେ ଦେବାକୁ ପଡିବ ୧୦,୦୦୦ ଜୋରିମାନା

Share It

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି ସାରା ରାଜ୍ୟରେ ରବିବାର ହେବ ଲକ୍‍ଡାଉନ୍‍। ଅତ୍ୟାବଶ୍ୟକ ସେବା ବ୍ୟତୀତ କେହି ବାହାରକୁ ବାହାରି ପାରିବେ ନାହିଁ। ଏହି ଦିନରେ ରାଜ୍ୟର ପ୍ରମୁଖ ସ୍ଥାନଗୁଡ଼ିକୁ ସାନିଟାଇଜ୍‍ କରାଯିବ। ଏହାସହିତ ବିନା ମାସ୍କରେ ଧରାପଡ଼ିଲେ ୧ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ଦ୍ୱିତୀୟ ଥର ବିନା ମାସ୍କରେ ଧରାପଡ଼ିଲେ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଦେଶ ଦେଇଛନ୍ତି ଯେ, ସହର ଏବଂ ଗ୍ରାମୀଣ ଅଞ୍ଚଳରେ ରବିବାର ଦିନ ସଂପୂର୍ଣ୍ଣ ବନ୍ଦ ରହିବ । ଆବଶ୍ୟକୀୟ ସେବାକୁ ଛାଡି ଦେଲେ ସମସ୍ତ ବଜାର, ଅଫିସ ବନ୍ଦ ରହିବ ।


Share It

Comments are closed.