ଗ୍ରୀଷ୍ମ ଋତୁରେ ନିଜ ସ୍କିନର କିପରି ନେବେ ଯତ୍ନ, ଜାଣନ୍ତୁ ଉପାୟ

Share It

ଗ୍ରୀଷ୍ମ ଦିନରେ ଆପଣଙ୍କ ଚର୍ମର ଯତ୍ନ ଦେବା ନିତ୍ୟାନ୍ତ ଆବଶ୍ୟକ। ଯଦି ଆପଣ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି ତେବେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ଏହାଦ୍ୱାରା ଆପଣଙ୍କ ଚର୍ମ ତେଲିଆ ହେବା ଠାରୁ ଶୁଷ୍କତା ଯାଏ ବିଭିନ୍ନ ସମସ୍ୟା ହୋଇପାର। ଏପରି ସ୍ଥିତିରେ, ବିଶେଷକରି ପୁରୁଷମାନେ ଗ୍ରୀଷ୍ମ ଋତୁରେ ସେମାନଙ୍କର ଚର୍ମର ବିଶେଷ ଯତ୍ନ ନେବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ଏପରି କ’ଣ ଟିପ୍ସ ରହିଛି, ଯାହାଦ୍ୱାରା ଗ୍ରୀଷ୍ମ ଋତୁରେ ଆପଣଙ୍କ ଚର୍ମକୁ ସୁରକ୍ଷିତ ରଖିପାରିବେ।

ଦିନରେ ଦୁଇଥର ଗାଧୋଇବା ଆବଶ୍ୟକ

ଗ୍ରୀଷ୍ମ ସମୟରେ ଚେଷ୍ଟା କରନ୍ତୁ ଗୋଟିଏ ଦିନରେ ଦୁଇଥର ଗାଧୋଇବା ପାଇଁ। ପ୍ରାୟତଃ ପୁରୁଷ ମାନଙ୍କ ମୁଁହର ଚର୍ମ ତେଲିଆ ହୋଇଥାଏ। ଏଥିପାଇଁ ସେମାନଙ୍କୁ ଦିନରେ ଦୁଇଥର ମୁଁହ ସଫା କରିବା ଉଚିତ୍‌। ଏହା ବ୍ୟତୀତ ଚର୍ମରେ ଜମା ହୋଇଥିବା ଅତ୍ୟଧିକ ତେଲକୁ ମଧ୍ୟ ଦୂର କରିଥାଏ।

ଟୋନର(ଫେସୱାସ) ମାଧ୍ୟମରେ ମୁଁହ ସଫା କରନ୍ତୁ

ଜାଣିରଖନ୍ତୁ ଯେ ପୁରୁଷମାନଙ୍କର ଚର୍ମ ମହିଳାଙ୍କ ତୁଳନାରେ ଖୁବ୍‌ ଟାଇଟ ହେବା ସହ ମୋଟା ହୋଇଥାଏ। ଏଭଳି ସ୍ଥିତିରେ ପୁରୁଷଙ୍କୁ ଅଧିକ ଧ୍ୟାନ ଦେବା ଆବଶ୍ୟକ। ତେଣୁ ତ୍ୱଚା ସଫା କରିବା ପାଇଁ ଭଲ ଟୋନର ବ୍ୟବହାର କରନ୍ତୁ। ଟୋନର ସ୍କ୍ରିନର ଛୋଟ ଛୋଟ ଛିଦ୍ରକୁ ସଫା କରିବାରେ ସାହାଯ୍ୟ କରିଥାଏ।

ନେଚୁରାଲ ସ୍କ୍ରବିଙ୍ଗ ନିଶ୍ଚିତ କରନ୍ତୁ

ଗ୍ରୀଷ୍ମ ଋତୁରେ ଚର୍ମରେ ନେଚୁରାଲ ସ୍କ୍ରବିଙ୍ଗ ନିତ୍ୟାନ୍ତ ଆବଶ୍ୟକ। ଏହା ଦ୍ୱାରା ଡେଡ୍‌ ସେଲ୍ସ ବାହାର ହୋଇଥାଏ। ପୁରୁଷମାନଙ୍କୁ ଅତିକମ୍‌ରେ ତିନି ଦିନକୁ ଥରେ ଡିପ୍‌ ଏକ୍ସଫୋଲିଏସନ ପାଇଁ ସ୍କ୍ରବିଙ୍ଗ କରିବା ଉଚିତ୍‌। ଏହା ଆପଣଙ୍କ ତ୍ୱଚାରେ ନେଚୁରାଲ ଚମକ ଆସିଥାଏ।

ମଶ୍ଚରାଇଜର କରନ୍ତୁ

ସବୁବେଳେ ଆପଣଙ୍କ ଚର୍ମକୁ ମଶ୍ଚରାଇଜର କରନ୍ତୁ। ଗ୍ରୀଷ୍ମ ଋତୁରେ, ଚର୍ମ ସବୁବେଳେ ହାଲୁକା ମଶ୍ଚରାଇଜର କରିବା ଦ୍ୱାରା ଆପଣଙ୍କ ଚର୍ମ ଭଲ ରହିଥାଏ। ଏହା ଚର୍ମରେ କୁଣ୍ଡେଇ ହେବାର ସମ୍ଭାବନାକୁ ମଧ୍ୟ ହ୍ରାସ କରିଥାଏ।


Share It

Comments are closed.