ସନ୍ଦେହଜନକ ଅବସ୍ଥାରେ ପଶ୍ଚିମବଙ୍ଗ ବିଜେପି ବିଧାୟକଙ୍କ ଝୁଲନ୍ତା ଶବ ଉଦ୍ଧାର, ଘଟଣାର କଡା ତଦନ୍ତ ପାଇଁ ଦାବୀ କଲେ ରାଜ୍ୟପାଳ
ପଶ୍ଚିମବଙ୍ଗର ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ରହସ୍ୟଜନକ ମୃତ୍ୟୁ । ଉତ୍ତର ଦିନଜପୁର ଜିଲାର ବିନ୍ଦାଲରେ ଥିବା ଘର ନିକଟରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ବିଜେପି ନେତା ରାହୁଲ ସିହ୍ନା ଟିଏମସି ବିରୋଧରେ ହତ୍ୟା ଅଭିଯୋଗ ଲଗାଇ ସିବିଆଇ ତଦନ୍ତର ଦାବି କରିଛନ୍ତି। ସେ କହିଛନ୍ତି ଯେ ଆମେ ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ହତ୍ୟାର ସିବିଆଇ ତଦନ୍ତ ଦାବି କରୁଛୁ।
Political violence and vendetta @MamataOfficial shows no signs of abating.
Death of Debendra Nath Roy, Hemtabad MLA-Uttar Dinajpur District, raises serious issues including allegations of murder.
Need for thorough impartial probe to unravel truth and blunt political violence.
— Governor West Bengal Jagdeep Dhankhar (@jdhankhar1) July 13, 2020
ବିଜେପି ନେତା ରାହୁଲ ସିହ୍ନା କହିଛନ୍ତି ତୃଣମୂଳ କଂଗ୍ରେସ୍ ଏହି ହତ୍ୟା ପଛରେ ରହିଛି ଏବଂ ସେ ଏହାକୁ ଆତ୍ମହତ୍ୟା ରୂପ ଦେଇଛି। ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ ହତ୍ୟା ପଛରେ ସତ୍ୟତା ପତ୍ତା ଲଗାଇବା ପାଇଁ ସିବିଆଇ ତଦନ୍ତର ଆଦେଶ ଦିଅନ୍ତୁ। ସେହିପରି ନିରପେକ୍ଷ ତଦନ୍ତ ସହ ଘଟଣାର ସତ୍ୟାସତ୍ୟ ବାହାର କରିବାର ଆବଶ୍ୟକତା ଥିବା ଟ୍ୱିଟ୍ କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ । ଦେବେନ୍ଦ୍ର ନାଥ ରାୟ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଝୁଲାଇ ଦେଇଥିଲା ତଦନ୍ତ କରୁଛି ପୁଲିସ । ୨୦୧୬ସେ ହେମଟାବାଦରୁ ସିପିଆଇ ଟିକେଟରେ ପଶ୍ଚିମବଙ୍ଗ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ରେ ଦେବେନ୍ଦ୍ର ବିଜେପିରେ ସାମିଲ ହୋଇଥିଲେ ।
Comments are closed.