ମଣିପାଲ୍ ଭୁବନେଶ୍ୱରରେ କାର୍ଡିଆକ୍ ସାଇନସ୍ ବିଭାଗରେ ଟ୍ରିପଲ୍ ହାର୍ଟ ଭାଲଭ୍ ପରିବର୍ତ୍ତନ ସର୍ଜରୀ ସଫଳ
ଭୁବନେଶ୍ୱର :ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱରଠାରେ ଏକ ଅତ୍ୟନ୍ତ ଜଟିଳ ଟ୍ରିପଲ୍ ଭାଲଭ୍ ରିପ୍ଲେସମେଣ୍ଟ ହାର୍ଟ ସର୍ଜରୀ ସଫଳତାର ସହ କରାଯାଇଛି। ଏହି ସର୍ଜରୀ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ୪୫ ବର୍ଷୀୟା ଜଣେ ମହିଳାଙ୍କ ଉପରେ କରାଯାଇଥିଲା। ଏହା ପୂର୍ବ ଭାରତର ଉନ୍ନତ ହାର୍ଟ ସର୍ଜରୀ ଚିକିତ୍ସା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ସଷ୍ଟୋନ୍ ବୋଲି ଗଣାଯାଉଛି।
ଉକ୍ତ ରୋଗୀ ରୁନୁ ସ୍ୱାଇଁ ଦୀର୍ଘ ୬–୭ ବର୍ଷ ଧରି ଭୟଙ୍କର ଶ୍ୱାସକଷ୍ଟରେ ଆକ୍ରାନ୍ତ ଥିଲେ। ଦିନକୁ ଦିନ ଏହି ସମସ୍ୟା ବଢ଼ିବା ସହ ସେ ସାଧାରଣ ଦୈନନ୍ଦିନ କାମ କରିବାକୁ ମଧ୍ୟ ଅସମର୍ଥ ହୋଇପଡ଼ିଥିଲେ। ଶେଷରେ ଶୋଇବା ସମୟରେ ମଧ୍ୟ ଭୟଙ୍କର ଶ୍ୱାସ ଅଭାବ ହେଉଥିଲା। ଏହା ସହିତ ଦୁଇଟି ପାଦ, ମୁହଁ ଓ ପେଟ ଫୁଲିଯିବା ସହ ଜଣ୍ଡିସ୍ ମଧ୍ୟ ହୋଇଥିଲା, ଯାହା ସ୍ଥାନୀୟ ଚିକିତ୍ସାରେ ଉପଶମ ମିଳୁନଥିଲା।
ପରେ ସେ ଜଣେ ହୃଦରୋଗ ବିଶେଷଜ୍ଞଙ୍କ ପାଖକୁ ଯାଇ ଚିକିତ୍ସା କରାଇଥିଲେ ଏବଂ ରିହ୍ୟୁମାଟିକ୍ ହାର୍ଟ ଡିଜିଜ୍ (RHD) ଯୋଗୁଁ ତାଙ୍କ ହୃଦୟର ଏକାଧିକ ଭାଲଭ୍ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଚିହ୍ନଟ ହୋଇଥିଲା। ଛୋଟ ବେଳେ ସେ ର୍ୟୁମାଟିକ୍ ଫିଭର ରୋଗରେ ଆକ୍ରାନ୍ତ ଥିଲେ ଏଥିପାଇଁ ତାଙ୍କର ଆଣ୍ଠୁଗଣ୍ଠି ଗୁଡିକ ଆକ୍ରାନ୍ତ ଥିଲା ଏବଂ ତାଙ୍କୁ ନିୟମିତ ଜ୍ୱର ମଧ୍ୟ ଆସୁଥିଲା। ବର୍ତ୍ତମାନ ଏହି ରୋଗ ଧୀରେ ଧୀରେ ବଢି ତାଙ୍କ ହାର୍ଟର ଭାଲଭ୍କୁ ପ୍ରଭାବିତ କରିଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତ୍ୱର ଚିକିତ୍ସା ପାଇଁ ସେ ମଣିପାଲ୍ ହସ୍ପିଟାଲ୍, ଭୁବନେଶ୍ୱରର ବରିଷ୍ଟ କାର୍ଡିଓଥୋରାସିକ୍ ଭାସ୍କୁଲାର ସର୍ଜନ୍ ଡାକ୍ତର ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ ପାଖକୁ ରେଫର୍ କରାଯାଇଥିଲା।
ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ ରୋଗୀଙ୍କ ମିଟ୍ରାଲ୍, ଏଓର୍ଟିକ୍ ଓ ଟ୍ରାଇକସ୍ପିଡ୍ — ତିନୋଟି ହୃଦୟ ଭାଲଭ୍ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଏକା ସାଥିରେ ତିନୋଟି ଭାଲଭ୍ରେ ସମସ୍ୟା ହେବା ଏକ ଅତ୍ୟନ୍ତ ଦୁର୍ଲଭ ଅବସ୍ଥା।
ରୋଗର ଗୁରୁତ୍ୱକୁ ଦୃଷ୍ଟିରେ ରଖି ୬–୭ ଘଣ୍ଟା ଧରି ଚାଲିଥିବା ଏକ ଓପନ୍ ହାର୍ଟ ସର୍ଜରୀ କରାଯାଇଥିଲା, ଯେଉଁଥିରେ ଏକା ସମୟରେ ତିନୋଟି ହୃଦୟ ଭାଲଭ୍ ସଫଳତାର ସହ ପରିବର୍ତ୍ତନ କରାଯାଇଥିଲା। ଏହା ମଣିପାଲ୍ ହସ୍ପିଟାଲ୍, ଭୁବନେଶ୍ୱରର ପ୍ରଥମ ସଫଳ ଟ୍ରିପଲ୍ ଭାଲପ୍ ରିପ୍ଲେସମେଣ୍ଟ ସର୍ଜରୀ ଅଟେ।
ଏହି ସଫଳତା ସମ୍ପର୍କରେ ଡାକ୍ତର ଜିତେନ୍ଦ୍ର ନାଥ ପଟ୍ଟନାୟକ କହିଛନ୍ତି, “ଏପରି ସର୍ଜରୀ ଅତ୍ୟନ୍ତ ଜଟିଳ ହୋଇଥାଏ। ଦୀର୍ଘ ସମୟ ଅପରେସନ୍, ଫୁସଫୁସ ଉପରେ ପ୍ରଭାବ ଓ ସର୍ଜରୀ ପରେ ହୃଦୟର ସୁସ୍ଥ ହେବା ଏକ ବଡ଼ ଚ୍ୟାଲେଞ୍ଜ ଥାଏ। ତଥାପି ରୋଗୀ ବର୍ତ୍ତର୍ମାନ ସୁସ୍ଥ ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ଅଛି”
ଏହି ସଫଳ ସର୍ଜରୀ ଡାକ୍ତର ବିବେକ ଚୌଧୁରୀଙ୍କ ନେତୃତ୍ୱରେ ଅନେସ୍େଥସିଆ ଟିମ୍, ପର୍ଫ୍ୟୁଜନିଷ୍ଟ ଟିମ୍, କାର୍ଡିଆକ୍ ସର୍ଜରୀ ଟିମ୍ ଓ ଓଟି ଟିମ୍ର ସମିଳିତ ପ୍ରୟାସରେ ସମ୍ଭବ ହୋଇଥିଲା। ରୋଗୀଙ୍କୁ ଅପରେସନ୍ ପରେ ୨୪ ଘଣ୍ଟା ନିରନ୍ତର ନିରୀକ୍ଷଣ ଓ ସେବା ଦିଆଯାଇଥିଲା।
Comments are closed.