କୋଲେଷ୍ଟ୍ରଲ ଓ ଏଲଡିଏଲ ହ୍ରାସ କରିବାରେ ସହାୟକ ହୋଇଥାଏ ଆଲମଣ୍ଡ
ଭୁବନେଶ୍ୱର : ପ୍ରତିବର୍ଷ ହୃଦରୋଗ ଯୋଗୁଁ ଅନେକ ମୂଲ୍ୟବାନ ଜୀବନ ଅକାଳରେ ନଷ୍ଟ ହେଉଛି । ବିଶେଷ କରି ଭାରତରେ ହୃଦରୋଗ ଦ୍ରୁତ ବେଗରେ ବୃଦ୍ଧି ପାଉଛି । ୱାର୍ଲ୍ଡ ହାର୍ଟ ଫେଟେରେଶନ ମଧ୍ୟ ଉଲ୍ଲେଖ କରିଛି ଯେ, ମହିଳାମାନେ ପ୍ରଥମେ ହୃଦଘାତର ଶିକାର ହେବା ସମ୍ଭାବନା ଅଧିକ ଓ ପୁରୁଷଙ୍କ ତୁଳନାରେ ମୃତ୍ୟୁହାର ମଧ୍ୟ ଅଧିକ । ଏଭଳି ସ୍ଥିତିରେ ଏକ ସରଳ କିନ୍ତୁ ପ୍ରଭାବଶାଳୀ ଉପାୟ ହେଉଛି ହୃଦୟ-ସୁସ୍ଥ ଅଭ୍ୟାସ ଅନୁସରଣ କରିବା, ଯେଉଁଥିରେ ଆପଣଙ୍କ ଦୈନନ୍ଦିନ ଖାଦ୍ୟରେ କାଲିଫର୍ଣ୍ଣିଆ ଆଲମଣ୍ଡକୁ ସାମିଲ କରିବା ଅନ୍ତର୍ଭୁକ୍ତ ରହିଛି । କାରଣ କାଲିଫର୍ଣ୍ଣିଆ ଆଲମଣ୍ଡରେ ହୃଦୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ ମୋନୋଅନସାଚୁରେଟେଡ ଫ୍ୟାଟ, ଭିଟାମିନ ଇ, ମ୍ୟାଗ୍ନେସିୟମ, ପୋଟାସିୟମ ଓ ଡାଏଟାରୀ ଫାଇବର ଭଳି ୧୫ଟି ଆବଶ୍ୟକୀୟ ପୋଷଣତତ୍ୱ ରହିଛି । ନିୟମିତ ଆଲମଣ୍ଡ ଖାଇବା ଦ୍ୱାରା ମୋଟ କୋଲେଷ୍ଟ୍ରଲ ଓ ଏଲଡିଏଲ ହ୍ରାସ ପାଇପାରିବ । ଏହି ଅଭ୍ୟାସ ହୃଦୟ ରୋଗ ସମ୍ବନ୍ଧିତ ପ୍ରଦାହକୁ ହ୍ରାସ କରିଥାଏ ।
ଏସମ୍ପର୍କରେ ନ୍ୟୁଟ୍ରିସନ ଓ ୱେଲନେସ୍ କନ୍ସଲ୍ଟାଂଟ ଶୀଲା କ୍ରିଷ୍ଣସ୍ୱାମୀ କହିଛନ୍ତି, “ ଭାରତରେ ହୃଦରୋଗର ବର୍ଦ୍ଧିତ ଘଟଣା ସହ ଏଭଳି ଖାଦ୍ୟ ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ଯାହା କେବଳ କୋଲେଷ୍ଟ୍ରଲ ହ୍ରାସ କରେ ନାହିଁ ବରଂ ସାମଗ୍ରିକ ହୃଦୟକୁ ସୁସ୍ଥ ରଖିଥାଏ । ଆଲମଣ୍ଡ ଏକ ପୋଷଣଯୁକ୍ତ ଖାଦ୍ୟ ଯାହା ପ୍ରଦାହ ହ୍ରାସ କରିବା ସହ ହୃଦୟର କାର୍ଯ୍ୟକାରିତାକୁ ସୁଦୃଢ କରିବାରେ ସାହାଯ୍ୟ କରିଥାଏ ।” ମ୍ୟାକ୍ସ ହେଲ୍ଥକେୟାର, ଦିଲ୍ଲୀର ଡାଏଟେଟିକ୍ସ ବିଭାଗର ଆଂଚଳିକ ମୁଖ୍ୟ ରିତିକା ସମାଦାର କହିଛନ୍ତି, “ଆଜିର ଅତ୍ୟଧିକ ବ୍ୟସ୍ତବହୁଳ ଜୀବନରେ ଛୋଟ କିନ୍ତୁ ଅର୍ଥପୂର୍ଣ୍ଣ ଖାଦ୍ୟ ପରିବର୍ତନର ଆବଶ୍ୟକତା ବୃଦ୍ଧି ପାଇଛି । ମୋନୋସାଚୁରେଟେଡ ଫ୍ୟାଟ, ଭିଟାମିନ ଇ ଓ ମ୍ୟାଗ୍ନେସିୟମରେ ସମୃଦ୍ଧ ଆଲମଣ୍ଡରେ ସୁସ୍ଥ ରକ୍ତଚାପ ଓ କୋଲେଷ୍ଟ୍ରଲ ବଜାୟ ରଖିବାରେ ସାହାଯ୍ୟ କରିବା ପାଇଁ ଭାରତୀୟ ଆହାର ମାର୍ଗଦର୍ଶିକାରେ ସୁପାରିଶ କରାଯାଇଥିବା ସମସ୍ତ ପ୍ରମୁଖ ଉପାଦାନ ରହିଛି । ଚଳିତ ବିଶ୍ୱ ହୃଦୟ ଦିବସରେ ନିଜ ନିୟମିତ ଆହାରରେ ଆଲମଣ୍ଡକୁ ଅନ୍ତର୍ଭୁକ୍ତ କରିବା ଏକ ସନ୍ତୁଳିତ ଆହାର ଓ ମଜବୁତ ହୃଦୟ ଦିଗରେ ଏକ ସ୍ମାର୍ଟ ପଦକ୍ଷେପ ଅଟେ ।”
ସେହିପରି ଅଭିନେତ୍ରୀ ସୋହା ଅଲୀ ଖାନ କହିଛନ୍ତି, “ମୁଁ କାଲିଫର୍ଣ୍ଣିଆ ଆଲମଣ୍ଡ ସହ ମୋର ସକାଳ ଆରମ୍ଭ କରିଥାଏ କାରଣ ଏହା ମୋତେ ଫୁଲ୍ ରଖିବା ସହ ମୋର ଶକ୍ତି ବୃଦ୍ଧି କରିଥାଏ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବେ ମୋର ହୃଦୟ ସ୍ୱାସ୍ଥ୍ୟରେ ସହଯୋଗ କରିଥାଏ । ଏହା ପୋଷଣତତ୍ୱରେ ସମୃଦ୍ଧ ହୋଇଥିବାରୁ ଖରାପ କୋଲେଷ୍ଟ୍ରଲ ଓ ପ୍ରଦାହ କମ୍ କରିବାରେ ସାହାଯ୍ୟ କରିଥାଏ ଯାହା ଏକ ସୁସ୍ଥ ହୃଦୟ ପାଇଁ ଜରୁରୀ ଅଟେ ।”
Comments are closed.