ପାକିସ୍ତାନ ଏଜେଣ୍ଟଙ୍କୁ ଭେଟିଥିବାର ସ୍ୱୀକାର କଲେ ଜ୍ୟୋତି, ଏନକ୍ରିପଟେଡ ଆପରେ କରୁଥିଲେ ଯୋଗାଯୋଗ
ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ସହ ସମ୍ପର୍କ ରଖିବା ସ୍ୱୀକାର କରିଛନ୍ତି ଏବଂ କହିଛନ୍ତି ଯେ ସେ ନୂଆଦିଲ୍ଲୀରେ ପାକିସ୍ତାନୀ ହାଇକମିଶନର ଅଧିକାରୀ ଦାନିଶଙ୍କ ସହ ନିୟମିତ ଯୋଗାଯୋଗରେ ଥିଲେ, ସୂତ୍ର ଅନୁସାରେ।
ପ୍ରାପ୍ତ ସୂଚନା ଅନୁଯାୟୀ, ଜ୍ୟୋତି କହିଛନ୍ତି ଯେ ସେ ପ୍ରଥମେ ୨୦୨୩ ମସିହାରେ ପାକିସ୍ତାନ ଯାତ୍ରା କରିବା ପାଇଁ ଭିସା ପାଇଁ ହାଇକମିଶନକୁ ଯାଇଥିବା ସେହି ସମୟରେ ଦାନିଶ ଓରଫ ଏହସର ଦାରଙ୍କ ସହ ଯୋଗାଯୋଗରେ ଆସିଥିଲେ। ପେହଲଗାମ ଆକ୍ରମଣରେ ୨୬ ଜଣଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା ପରେ ଭାରତ ଦ୍ୱାରା ବହିଷ୍କୃତ ହୋଇଥିବା ପାକିସ୍ତାନର କୂଟନୀତିଜ୍ଞଙ୍କ ମଧ୍ୟରୁ ଡାନିସ ହେଉଛନ୍ତି ଅନ୍ୟତମ ।
‘ଟ୍ରାଭେଲ ୱିଥ ଜୋ’ ୟୁଟ୍ୟୁବ ଚ୍ୟାନେଲ ଚଳାଉଥିବା ଜ୍ୟୋତିଙ୍କର ପାଖାପାଖି ୪ ଲକ୍ଷ ସବସ୍କ୍ରାଇବର ଅଛନ୍ତି । ଜ୍ୟୋତିଙ୍କୁ ପଚାରଯାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, “ସେ ୨୦୨୩ରେ ପାକିସ୍ତାନ ଗସ୍ତ ପାଇଁ ଭିସା ଆବେଦନ ସଂପର୍କରେ ବୁଝିବା ଲାଗି ଦିଲ୍ଲୀସ୍ଥିତ ପାକିସ୍ତାନ ହାଇ କମିଶନକୁ ଯାଇଥିଲେ ।”
୩୩ ବର୍ଷୀୟା ଜ୍ୟୋତି କହିଥିଲେ ଯେ, ସେ ସେଠାରେ ଦାନୀଶଙ୍କ ସହ ତାଙ୍କ ଭେଟ ହୋଇଥିଲା ଏବଂ ସେ ତାଙ୍କର ରହିବା ଏବଂ ଗସ୍ତ ବ୍ୟବସ୍ଥା କରିଥିଲେ ।
ଜ୍ୟୋତି ଆହୁରୀ ମଧ୍ୟ କହିଛନ୍ତି ଯେ, “ସାକିର ଏବଂ ରାଣା ସାହାବାଜ ନାମକ ଦୁଇ ପାକିସ୍ତାନ ଗୁଇନ୍ଦା ଅଧିକାରୀଙ୍କ ସହ ମଧ୍ୟ ଅଲ୍ଲୀ ହସନ ତାଙ୍କୁ ପରିଚୟ କରାଇଥିଲେ । ସନ୍ଦେହ ଏଡାଇବା ପାଇଁ ସାକିରଙ୍କ ନମ୍ବରକୁ ‘ଜାଟ ରାନ୍ଧୱା’ ନାମରେ ସେଭ କରିଥିଲେ । ଭାରତ ଫେରିବା ପରେ ସେ ହ୍ୱାଟସଆପ, ସ୍ନାପଚାଟ, ଟେଲିଗ୍ରାମ ଭଳି ଏନକ୍ରିପଟେଡ ମେସେଜିଙ୍ଗ ପ୍ଲାଟଫର୍ମରେ ତାଙ୍କ ସହ ଯୋଗା ଯୋଗରେ ଥିଲେ । ”
Comments are closed.