ଟ୍ୟାକ୍ସ ଠକେଇ ଚିହ୍ନଟ କରନ୍ତୁ: ନିଜ ପର୍ସନାଲ ଡାଟା ସୁରକ୍ଷିତ ରଖନ୍ତୁ
ITR ଫାଇଲିଂ ସିଜନର ଆରମ୍ଭ ହେବା ସହିତ, କେବଳ କାଗଜପତ୍ରର ବୋଝ ନୁହେଁ ବରଂ ଟ୍ୟାକ୍ସ ଠକେଇର ଶିକାର ହେବାର ଆଶଙ୍କା ମଧ୍ୟ ବଢ଼ିଯାଏ। ସାଇବର ଅପରାଧୀମାନେ ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଲୋକଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ, ଆଗକୁ ଥିବା ଡେଡଲାଇନ, ଏବଂ ଟ୍ୟାକ୍ସ ରିଫଣ୍ଡର ଉତ୍ସାହକୁ ବିଶେଷ ଭାବରେ ବ୍ୟବହାର କରି ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ ବ୍ୟକ୍ତିଗତ ସୂଚନା ପ୍ରକାଶ କରିବା, କ୍ଷତିକାରକ ଲିଙ୍କ ଉପରେ କ୍ଲିକ କରିବା, କିମ୍ବା ନକଲି ଫି ଦେବା ପାଇଁ ଠକିଥାନ୍ତି। ଏହା ୟୁଜରମାନଙ୍କୁ ଫିସିଂ ପ୍ରୟାସର ସମ୍ମୁଖୀନ କରାଇପାରେ, ଯାହା ସମ୍ଭବତଃ ପରିଚୟ ଚୋରି କିମ୍ବା ଆର୍ଥିକ କ୍ଷତିର କାରଣ ହୋଇପାରେ।
ଟ୍ୟାକ୍ସ ଠକେଇ କ୍ଷେତ୍ରରେ, ଅପରାଧୀମାନେ ନିଜକୁ ଟ୍ୟାକ୍ସ ପ୍ରୋଫେସନାଲ, ସରକାରୀ ସଂସ୍ଥା କିମ୍ବା ରିଫଣ୍ଡ ସେବା ପ୍ରଦାନକାରୀ ଭଳି ବିଶ୍ୱସ୍ତ ସଂସ୍ଥାର ପରିଚୟ ଦେଇ ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ, ଟଙ୍କା କିମ୍ବା ଟ୍ୟାକ୍ସ ରିଫଣ୍ଡ ଚୋରିକରିବାକୁ ଚେଷ୍ଟା କରିଥାନ୍ତି। ଏହି ଠକମାନେ କରଦାତାଙ୍କୁ ଭୟଭୀତ କରାଇ, ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରି କିମ୍ବା ଆକର୍ଷଣୀୟ ପ୍ରଲୋଭନ ଦେଖାଇ ସେମାନଙ୍କଠାରୁ ଗୋପନୀୟ ତଥ୍ୟ କିମ୍ବା ଟଙ୍କା ହାତେଇବା ପାଇଁ ଠକାମିର ଆଶ୍ରୟ ନେଇଥାଆନ୍ତି।
କିଛି ସାଧାରଣ ଠକେଇର ପରିସ୍ଥିତି ଏହିପରି ହୋଇପାରେ:
- ନକଲି ପରିଚୟ: ଠକମାନେ ଆୟକର ବିଭାଗ, ଟ୍ୟାକ୍ସ କନସଲ୍ଟଟେନ୍ସ କିମ୍ବା ରିଫଣ୍ଡ ଏଜେନ୍ସିର ପରିଚୟ ଦେଇ କରଦାତାଙ୍କ ସହିତ ଯୋଗାଯୋଗ କରନ୍ତି।
- ଏକାଧିକ ମାଧ୍ୟମ: ସେମାନେ ଫୋନ କଲ (ପ୍ରାୟତଃ ନକଲି କଲର ଆଇଡି ସହିତ), ନକଲି ସରକାରୀ ଡୋମେନ ବ୍ୟବହାର କରୁଥିବା ଇମେଲ, SMS, କିମ୍ବା WhatsApp ମେସେଜ ମାଧ୍ୟମରେ ଜରୁରୀ ଟ୍ୟାକ୍ସ ସମ୍ବନ୍ଧୀୟ ସମସ୍ୟା କିମ୍ବା ରିଫଣ୍ଡ କ୍ଲେମ କରି ଯୋଗାଯୋଗ କରନ୍ତି।
- ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିବା: ଏଥିରେ ସେମାନେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରନ୍ତି କିମ୍ବା ତରବରରେ କାର୍ଯ୍ୟ କରିବାକୁ ବାଧ୍ୟ କରି ଏହିଭଳି ମେସେଜ ପଠାନ୍ତି:
- “ଆପଣ ଟ୍ୟାକ୍ସ ବକେୟା ରହିଛି, ଗିରଫରୁ ବଞ୍ଚିବାକୁ ତୁରନ୍ତ ପେମେଣ୍ଟ କରନ୍ତୁ।”
- “ଆପଣଙ୍କ ଟ୍ୟାକ୍ସ ରିଫଣ୍ଡର ସମୟ ଶେଷ ହେବା ପୂର୍ବରୁ ତାହାକୁ କ୍ଲେମ କରନ୍ତୁ।”
- “ଆପଣଙ୍କ PAN/ଆଧାର ତଦନ୍ତ ଅଧୀନରେ ଅଛି।”
- “ଆପଣଙ୍କର ITR ରେ ତ୍ରୁଟି ଅଛି; ତୁରନ୍ତ ଆପଣଙ୍କର ବିବରଣୀ ଯାଞ୍ଚ କରନ୍ତୁ।”
- ବ୍ୟକ୍ତିଗତ ସୂଚନା ମାଗିବା: ଯେତେବେଳେ ଆପଣ ଠକମାନଙ୍କ ସହ କଥାବାର୍ତ୍ତା ଆରମ୍ଭ କରନ୍ତି, ସେମାନେ “ଭେରିଫିକେସନ” ବାହାନାରେ ଆପଣଙ୍କୁ PAN, ଆଧାର, ଜନ୍ମ ତାରିଖ, ବ୍ୟାଙ୍କ ଆକାଉଣ୍ଟ ନମ୍ବର, UPI ଆଡିଇ, କାର୍ଡ ବିବରଣୀ କିମ୍ବା OTP ପରି ସମ୍ବେଦନଶୀଳ ସୂଚନା ମାଗିଥାନ୍ତି। ସେମାନେ ଆପଣଙ୍କୁ UPI, ଗିଫ୍ଟ କାର୍ଡ କିମ୍ବା ୱାଲେଟ ମାଧ୍ୟମରେ ତୁରନ୍ତ ପେମେଣ୍ଟ କରିବାକୁ ମଧ୍ୟ କହିପାରନ୍ତି।
- ଫଳାଫଳ: ଯଦି ଆପଣ ଠକଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ନିର୍ଦ୍ଦେଶ ପାଳନ କରନ୍ତି, ତେବେ ଆପଣ ଟଙ୍କା ହରାଇପାରନ୍ତି, ଆପଣଙ୍କ ପରିଚୟ ଚୋରି ହୋଇପାରେ, ଏବଂ ଠକ ଆପଣଙ୍କ ସହିତ ଆଉ ଯୋଗାଯୋଗ କରିବେ ନାହିଁ।)
ଟ୍ୟାକ୍ସ ଠକେଇ ଚିହ୍ନଟ କରିବା ପାଇଁ କରଦାତାମାନେ କିଛି ସାଧାରଣ ସତର୍କ ସଙ୍କେତଗୁଡ଼ିକୁ ଧ୍ୟାନରେ ରଖିପାରିବେ। ଏହି ସଙ୍କେତଗୁଡ଼ିକ ହେଲା: ଆୟକର ଅଧିକାରୀଙ୍କ ପରିଚୟ ଦେଇ ଆସୁଥିବା ଅପ୍ରତ୍ୟାଶିତ କଲ, ଇମେଲ କିମ୍ବା ମେସେଜ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଧମକ କିମ୍ବା ଅବାସ୍ତବ ସମୟସୀମା, ଅସାଧାରଣ ପେମେଣ୍ଟ ପଦ୍ଧତି ପାଇଁ ଅନୁରୋଧ , ଅବିଶ୍ୱସନୀୟ ମନେହେଉଥିବା ରିଫଣ୍ଡ ଅଫର ଏବଂ OTP, ପିନ କିମ୍ବା ୟୁଜର ପାସୱାର୍ଡ ଭଳି ଗୋପନୀୟ ତଥ୍ୟ ମାଗିବା।
ଏହିଭଳି ଠକେଇରୁ ଗ୍ରାହକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଫୋନପେ’ର ସାଇବର ସୁରକ୍ଷା ବିଶେଷଜ୍ଞମାନେ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି।
କରଦାତାମାନେ ଠକମି ସୋର୍ସକୁ ଯାଞ୍ଚ କରି ଏହି ଠକେଇରୁ ନିଜକୁ ସୁରକ୍ଷିତ ରଖିପାରିବେ। ସରକାରୀ ଟ୍ୟାକ୍ସ ସୂଚନା କେବଳ @gov.in ରେ ଶେଷ ହେଉଥିବା ଇମେଲ ଆଡ୍ରେସରୁ ଆସିଥାଏ। ଆୟକର ବିଭାଗ କେବେବି SMS କିମ୍ବା ଫୋନ କଲ ମାଧ୍ୟମରେ ବ୍ୟକ୍ତିଗତ ସୂଚନା ମାଗେ ନାହିଁ। ସେମାନେ ଟ୍ୟାକ୍ସ ଫାଇଲ କରିବା ପାଇଁ କେବଳ incometax.gov.in ଭଳି ବିଶ୍ୱସ୍ତ ପ୍ଲାଟଫର୍ମ କିମ୍ବା ବିଶ୍ୱସ୍ତ ପ୍ରଫେସନାଲଙ୍କ ମାଧ୍ୟମରେ କରିବା ଉଚିତ। ଯେକୌଣସି ଅପରିଚିତ ୱେବସାଇଟ କିମ୍ବା ବିନା ଅନୁରୋଧରେ ଆସିଥିବା ଲିଙ୍କକୁ କଦାପି ବ୍ୟବହାର କରନ୍ତୁ ନାହିଁ। ଆହୁରି ମଧ୍ୟ, ନିଜର OTP କିମ୍ବା ପାସୱାର୍ଡ କେବେବି କାହା ସହିତ ସେୟାର ନାହିଁ, କାରଣ ଆୟକର ଅଧିକାରୀମାନେ OTP, ପିନ କିମ୍ବା ବ୍ୟାଙ୍କିଂ ପାସୱାର୍ଡ କେବେ ମାଗନ୍ତି ନାହିଁ। ଏହା ବ୍ୟତୀତ, ନୂତନ ଆଣ୍ଟିଭାଇରସ ଏବଂ ଆଣ୍ଟି-ମାଲୱେର ପ୍ରୋଗ୍ରାମ ବ୍ୟବହାର କରି ନିଜର ସମସ୍ତ ସଫ୍ଟୱେର, ବିଶେଷକରି ଟ୍ୟାକ୍ସ ଫାଇଲିଂ ସଫ୍ଟୱେର ଏବଂ ଫାଇନାନ୍ସିଆଲ ଆପଗୁଡ଼ିକୁ ସବୁବେଳେ ଅପଡେଟ ରଖନ୍ତୁ।
ଯଦି ଆପଣ PhonePe ରେ ଏଭଳି କୌଣସି ଠକେଇର ଶିକାର ହୋଇଛନ୍ତି, ତେବେ ଆପଣ ତୁରନ୍ତ PhonePe ଆପରେ, କିମ୍ବା 080–68727374 / 022–68727374 କଷ୍ଟମର କେୟାର ନମ୍ବରରେ କଲ କରି, କିମ୍ବା PhonePe ର ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ଠକେଇ ବିଷୟରେ ରିପୋର୍ଟ କରିପାରିବେ। ଶେଷରେ, ଆପଣ ନିକଟସ୍ଥ ସାଇବର କ୍ରାଇମ ସେଲରେ ଫ୍ରଡ ଅଭିଯୋଗ ରିପୋର୍ଟ କରିପାରିବେ କିମ୍ବା https://www.cybercrime.gov.in/ ରେ ଅନଲାଇନରେ ଏକ ଅଭିଯୋଗ ରେଜିଷ୍ଟର କରିପାରିବେ, କିମ୍ବା 1930 ରେ ସାଇବର କ୍ରାଇମ ସେଲ ହେଲ୍ପଲାଇନକୁ ସମ୍ପର୍କ କରିପାରିବେ। ଆପଣ ସଞ୍ଚାର ସାଥୀ ପୋର୍ଟାଲରେ ଥିବା ଚକ୍ଷୁ ସୁବିଧା ମାଧ୍ୟମରେ ସନ୍ଦେହଜନକ ମେସେଜ, କଲ, କିମ୍ବା WhatsApp ଫ୍ରଡ ରିପୋର୍ଟ କରି ଦୂରସଞ୍ଚାର ବିଭାଗ (DOT) କୁ ମଧ୍ୟ ସମ୍ପର୍କ କରିପାରିବେ। ଆପଣ PhonePe ଗ୍ରିଭାନ୍ସ ପୋର୍ଟାଲରେ ମଧ୍ୟ ଏକ ଅଭିଯୋଗ ଦାଖଲ କରିପାରିବେ।
Comments are closed.