ମନି ଲଣ୍ଡରିଂ ମାମଲାରେ ସତ୍ୟନ୍ଦ୍ର ଜୈନଙ୍କୁ ଝଟକା, ଜାମିନ ଆବେଦନକୁ ଖାରଜ କଲେ ସିବିଆଇର ସ୍ୱତନ୍ତ୍ର କୋର୍ଟ

Share It

ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମନ୍ତ୍ରୀ ତଥା ଆମ୍ ଆଦମୀ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଝଟକା । ସତ୍ୟନ୍ଦ୍ର ଜୈନଙ୍କ ଜାମିନ ଆବେଦନକୁ ଆଜି (ଶନିବାର) ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଖାରଜ କରିଛନ୍ତି । ସ୍ୱତନ୍ତ୍ର ବିଚାରପତି ଗୀତାଞ୍ଜଳି ଗୋଏଲ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ତେବେ ସବିଶେଷ ଆଦେଶକୁ ଅପେକ୍ଷା କରାଯାଇଛି । ସୂଚନାଥାଉକି, ସତ୍ୟନ୍ଦ୍ର ଜୈନଙ୍କୁ ମନି ଲଣ୍ଡରିଂ ମାମଲାରେ ମେ ୩୦ ରେ ଗିରଫ କରାଯାଇଥିଲା । ଗତ ସୋମବାର ତାଙ୍କୁ ୧୪ ଦିନ ପାଇଁ ଜେଲ ପଠାଯାଇଥିଲା ।


Share It

Comments are closed.