ଗାଙ୍ଗୁଲୀଙ୍କ ଜନ୍ମଦିନ ଅବସରରେ ମାସ୍କ ବାଣ୍ଟି ଜନ୍ମଦିନର ଶୁଭେଚ୍ଛା ଜଣାଇବେ ଗାଙ୍ଗୁଲୀପ୍ରେମୀ

Share It

ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ସୌରଭ ଗାଙ୍ଗୁଲୀଙ୍କ ଆଜି ହେଉଛି ଜନ୍ମଦିନ । ଗାଙ୍ଗୁଲୀଙ୍କ ପ୍ରଶଂସକମାନେ ପ୍ରତିବର୍ଷ ତାଙ୍କ ଜନ୍ମଦିବସକୁ ଖୁବ ଧୁମଧାମରେ ପାଳନ କରି ଆସୁଥିବାବେଳେ କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା ଭାଇରସ କାରଣରୁ ପ୍ରଶଂସକମାନେ ଭିନ୍ନ ଢଙ୍ଗରେ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ଗାଙ୍ଗୁଲୀଙ୍କ ପ୍ରଶଂସକମାନେ ଚଳିତ ବର୍ଷ ମାସ୍କ ବାଣ୍ଟି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ଗାଙ୍ଗୁଲୀଙ୍କ ପ୍ରଶଂସକମାନେ ଚଳିତ ବର୍ଷ ତାଙ୍କ ଘର ବାହାରେ ଏକାଠି ହୋଇ ଜନ୍ମଦିନର ଅଭିନନ୍ଦନ ଜଣାଇବ ପରିବର୍ତ୍ତେ ସମସ୍ତ ଅସହାୟ ଏବଂ ଦୁଃଖଦରିଦ୍ରଙ୍କୁ ଗାଙ୍ଗୁଲୀଙ୍କ ଛବିଥିବା ମାସ୍କ ବାଣ୍ଟି ବଣ୍ଟନ କରି ଏକ ନିଆରା ଢଙ୍ଗରେ ତାଙ୍କ ଜନ୍ମଦିନ ପାଳନ କରିବାର ନିଷ୍ପତି ନେଇଛନ୍ତି ।
ଫେସବୁକରେ ‘Maharajer Darbare’ ନାମରେ ଥିବା ଗାଙ୍ଗୁଲୀଙ୍କ ପ୍ରଶଂସକଙ୍କ ପେଜକୁ ସଞ୍ଚାଳନ କରୁଥିବା ମାନସା ଚାଟାର୍ଜି ପିଟିଆଇକୁ ସୂଚନା ଦେଇ କହିଛନ୍ତି ଯେ, “ଚଳିତ ବର୍ଷ ଏହା ଆହୁରୀ ଖାସ ଅଟେ କାରଣ ବିସିସିଆଇ ଅଧ୍ୟକ୍ଷ ଋପରେ ଏହା ତାଙ୍କ ପ୍ରଥମ ଜନ୍ମଦିନ, କିନ୍ତୁ ଏହା ଦୁର୍ଭାଗ୍ୟଜନକ ଯେ, ଆମେ କେକ୍ କାଟି ତାଙ୍କ ଜନ୍ମଦିନ ପାଳନ କରିପାରୁ ନାହୁଁ । ଏଥିପାଇଁ ମାସ୍କ ବାଣ୍ଟିବା ପାଇଁ ନିଷ୍ପତି ନେଇଛୁ । ”
ସେ କହିଛନ୍ତି ଯେ, “ଆମେ ୧୦୦ ମାସ୍କ ପ୍ରସ୍ତୁତ କରିଛୁ । ଯେଉଁଥିରେ ଗୋଟିଏ ପାଶ୍ୱର୍ରେ ୧୯୯୬ରେ ଲର୍ଡସର ମଇଦାନରେ ପଦାର୍ପଣ କରିଥିବା ଦାଦ (ଗାଙ୍ଗୁଲୀ)ଙ୍କ ଛବି ଅଛି ଏବଂ ଅନ୍ୟପଟେ ବିସିସିଆଇ ଅଧ୍ୟକ୍ଷ ଋପରେ ତାଙ୍କର ବର୍ତ୍ତମାନର ଛବି ରହିଛି । ଆମେ ସଦସ୍ୟଙ୍କ ମଧ୍ୟରେ ମାସ୍କ ବାଣ୍ଟିବୁ । ”
ସେ ଆହୁରୀ କହିଛନ୍ତି, “କୋଲକତା କିଛି ସଦସ୍ୟ ତାଙ୍କ ଘରକୁ ଯାଇ ଉପହାର ଋପରେ ମାସ୍କ ବାଣ୍ଟିବେ । ଏଥିପାଇଁ ଆମେ ସୁରକ୍ଷା ଅଧିକାରୀଙ୍କ ସହ କଥାବାର୍ତ୍ତା ହୋଇ ସାରିଛୁ । ” ପ୍ରଶଂସକଙ୍କୁ ଏହି ମାସ୍କ ବିକ୍ରି କରି ସେଥିରୁ ଆମ୍ଫନ ପ୍ରଭାବିତ ପୀଡିତଙ୍କୁ ସାହାଯ୍ୟ କରିପାରିବୁ ।


Share It

Comments are closed.