ସୋନି ଇଣ୍ଡିଆ ପକ୍ଷରୁ ଏହାର ସ୍ମାଟ ବ୍ରାଭିଆ ଟିଭି ସିରିଜର ଶୁଭାରମ୍ଭ

Share It

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ୪କେ ଅଲଟ୍ରା ଏଚଡି ଡିସପ୍ଲେ ଯୁକ୍ତ ଏହାର ସମସ୍ତ ନୂତନ ବ୍ରାଭିଆ ଏକ୍ସ୮୦୦୦ଏଚ ଏବଂ ଏକ୍ସ୭୫୦୦ଏଚ ଟେଲିଭିଜନ ସିରିଜର ଘୋଷଣା କରାଯାଇଛି । ଏହି ଆଗାମୀ ପିଢ଼ିର ଟେଲିଭିଜନଗୁଡ଼ିକରେ ବ୍ୟକ୍ତିଗତ ଏବଂ ବାସ୍ତବିକ ଜୀବନକୁ ଦେଖିବାର ଅନୁଭୂତିକୁ ପରିଭାଷିତ କରାଯାଇଛି, ଯେଉଁ ମୂଳତତ୍ୱକୁ ସୋନି ଏହି ବିକାଶ ପ୍ରକ୍ରିୟାରେ ମୂଳରେ ରଖିଛି । ଏହି ନୂତନ ଟେଲିଭିଜନର ଉଦ୍ଦେଶ୍ୟ ହେଉଛି ଗ୍ରାହକଙ୍କୁ ଏଗୁଡ଼ିକର ଶ୍ରେଣୀରେ ସର୍ବାଧିକ ଦେଖିବାର ଅନୁଭବ ପ୍ରଦାନ କରିବା ଏବଂ ଉନ୍ନତମାନର ଟେକ୍ନୋଲୋଜି ସହିତ ସେମାନଙ୍କୁ ୪କେ ରିଜୋଲ୍ୟୁସନର ଅନୁଭୂତି ପ୍ରଦାନ କରିବା ।
ସୋନିର ନୂତନ ୪କେ ଏଚଡିଆର ଟିଭି ସରିଜ୍‌ର ଏକ୍ସ୮୦୦୦ଏଚ ୨୧୬ ସେମି(୮୫), ୧୮୯ସେମି(୭୫), ୧୬୫ ସେମି(୬୫), ୧୪୦ ସେମି(୫୫), ୧୨୩ସେମି(୪୯) ଏବଂ ୧୦୮ସେମି(୪୩)ରେ ଉପଲବ୍ଧ ଏବଂ ଏହାର ଏକ୍ସ୭୫୦୦ଏଚ ସିରିଜ ୧୪୦ସେମି(୫୫), ୧୨୩ ସେମି(୪୯) ଏବଂ ୧୦୮ ସେମି(୪୩)ରେ ଉପଲବ୍ଧ ହେଉଛି । ବ୍ରାଭିଆ ଏକ୍ସ୮୦୦୦ଏଚ ସିରିଜରେ ଏକ୍ସ୧ଟିଏମ୪କେ ଏଚଡିଆର ପିକ୍‌ଚର ପ୍ରୋସେସର ସାମିଲ ଥିବାବେଳେ ଏକ୍ସ୭୫୦୦ଏଚ ସିରିଜରେ ଏକ୍ସ୧ଟିଏମ୪କେ ପିକ୍‌ଚର ପ୍ରୋସେସର ରହିଛି ଯାହାକି ଜୀବନ୍ତ ସଦୃଶ ଚିତ୍ର ଗୁଣବତା ସହ ରଙ୍ଗ, କଂଟ୍ରାଷ୍ଟ ଏବଂ ସ୍ୱଚ୍ଛତା ପ୍ରଦାନ କରିଥାଏ । ଏହାର ଏକ୍ସ-ରିଅଲିଟି-ପ୍ରୋ ସହିତ ଅସାଧାରଣ ସ୍ପଷ୍ଟତା, ବାସ୍ତବ ଦୁନିଆର ବିବରଣୀ ଓ ଗଠନକୁ ଅନୁଭବ କରନ୍ତୁ । ଏହାର ଅନ୍ୟାନ୍ୟ ବୈଶିଷ୍ଟ୍ୟ ଗୁଡ଼ିକ ମଧ୍ୟରେ ଟ୍ରାଇଲ୍ୟୁମିନସ ଭିଡିଓ ଲେନ୍ସ, ଏକ୍ସ ବାଲାନ୍ସ ସ୍ପିକର, ଡଲବି ଭିଜନ ଏବଂ ଶକ୍ତିଶାଳୀ ମୁଭିଂ ଅଡିଓ ସହିତ ଅଲଟ୍ରା-ଭିଭିଡ ପିକଚର ସହିତ ଏକ୍ସ୮୦୦୦ଏଚରେ ଡଲବି ଆଟମ୍‌ସ ଏବଂ ଏକ୍ସ୭୫୦୦ରେ ବାସ ରିଫ୍ଲେକ୍ସ ସ୍ପିକର, ସୀମାହୀନ ମନୋରଞଜନ ପାଇଁ ଗୁଗଲ ଆସିଷ୍ଟାଂଟ ଦ୍ୱାରା ସଂଚାଳିତ ଭଏଜ ସର୍ଚ ସହିତ ଅଣ୍ଡ୍ରୋଏଡ ସ୍ପିକର, ଆପଲ ଏୟାରପ୍ଲେ ଏବଂ ଆପଲ ହୋମଟିକ ସହିତ ଆପଲ ଡିଭାଇସ, ସ୍ମାର୍ଟ ରିମୋର୍ଟ ଆଦି ଭଳି ଉନ୍ନତ ବୈଶିଷ୍ଟ୍ୟ ଅନ୍ତର୍ଭୁକ୍ତ ।
ଭାରତରେ ଶୁଭାରମ୍ଭ କରାଯାଇଥିବା ଏକ୍ସ୮୦୦୦ଏଚ ଏବଂ ଏକ୍ସ୭୫୦୦ଏଚ ମଡେଲ ସମସ୍ତ ସୋନି ସେଂଟର, ପ୍ରମୁଖ ଇଲେକ୍ଟ୍ରୋନିକ ଷ୍ଟୋର ଏବଂ ଇ-କମର୍ସ ପୋର୍ଟାଲଗୁଡ଼ିକରେ ଉପଲବ୍ଧ ଅଟେ । ୮୫ଏକ୍ସ୮୦୦୦ଏଚ ଏକ ଆକର୍ଷଣୀୟ ସର୍ବୋତମ କ୍ରୟ ମୂଲ୍ୟ ଟ.୫,୯୯,୯୯୦ରେ, ୬୫ଏକ୍ସ୮୦୦୦ଏଚ ଟ.୧,୩୯,୯୯୦ରେ ଏବଂ ୫୫ଏକ୍ସ୭୫୦୦ଏଚ ଟ.୭୯,୯୯୦ମୂଲ୍ୟରେ ଶୁଭାରମ୍ଭ ହେବ । ନିୟମ ଏବଂ ସର୍ତାବଳୀ ସହିତ ଗ୍ରାହକମାନେ ବଛା ବଛା କ୍ରେଡିଟ କାର୍ଡଗୁଡ଼ିକ ଉପରେ ୫%ର ଅତିରିକ୍ତ କ୍ୟାଶ୍‌ବ୍ୟାକ ଉପଲବ୍ଧ କରିପାରିବେ ।


Share It

Comments are closed.