ସୋନି ଇଣ୍ଡିଆ ପକ୍ଷରୁ ଉନ୍ନତମାନର ଇନ୍ କାର୍ ମିଡିଆ ରିସିଭର୍ର ଶୁଭାରମ୍ଭ
ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ଡ୍ରାଇଭିଙ୍ଗ ଅଭିଜ୍ଞତାକୁ ବୃଦ୍ଧି କରି ଏକ ସୁରକ୍ଷିତ ଓ ସ୍ମାର୍ଟର ରୋଡ ଅନୁଭୂତି ପ୍ରଦାନ କରିବା ପାଇଁ ଇନ୍-କାର୍ ମିଡିଆ ରିସିଭର୍ସର ଏକ ନୂତନ ଶୃଙ୍ଖଳାର ଶୁଭାରମ୍ଭ କରାଯାଇଛି । ୱେବଲିଙ୍କ ଟିଏମ୧ କାଷ୍ଟ ଦ୍ୱାରା ସ୍ମାର୍ଟଫୋନ ମିରରିଙ୍ଗ ସହିତ ଏହାର ପାଂଚୋଟି ନୂଆ ଅଡିଓ ରିସିଭର ମଡେଲଗୁଡ଼ିକ ହେଉଛି ଏକ୍ସଏଭି-ଏଏକ୍ସ୮୦୦୦, ଏକ୍ସଏଭି-ଏଏକ୍ସ୭୦୦୦, ଏକ୍ସଏଭି-ଏଏକ୍ସ୫୫୦୦, ଏକ୍ସଏଭି-୩୫୦୦ ଏବଂ ଏକ୍ସଏଭି-୧୫୦୦ । ଏହାର ଟପ ମଡେଲଗୁଡ଼ିକ ଯେପରିକି, ଏକ୍ସଏଭି-ଏଏକ୍ସ୮୦୦୦ ମଡେଲ, ଏକ୍ସଏଭି-ଏଏକ୍ସ୭୦୦୦ ଏବଂ ଏକ୍ସଏଭି-ଏଏକ୍ସ୫୫୦୦ କେତେକ ବିକଶିତ ବ୍ୟବହାରଯୋଗ୍ୟ ବୈଶିଷ୍ଟ୍ୟ ଏବଂ ଆପଲ କାର୍ପ୍ଲେ, ଆଣ୍ଡ୍ରୋଏଡ ଅଟୋ ଭଳି ଅନେକ ବିସ୍ମୟକର ଡିସପ୍ଳେର ସମର୍ଥନ କରୁଛି । ସେହିଭଳି ଏହାର ଏକ୍ସଏଭି-୩୫୦୦ ମଡେଲ ୬.୯୫ ଡିସପ୍ଲେ ଓ ଏହାର ଏକ୍ସଏଭି-୧୫୦୦ ମଡେଲ ୬.୨ ଡିସପ୍ଲେରେ ବ୍ୟବସ୍ଥିତ ହୋଇଛି ।
ଏଗୁଡ଼ିକରେ ଥିବା ଆପଲ୍ କାରପ୍ଲେ ଅଡିଓ ଡିସପ୍ଲେ ଏବଂ ନିୟନ୍ତ୍ରଣ ସହିତ ଆଇଫୋନ ସାଙ୍ଗରେ ସଂଯୋଜିତ, ଯାହା ବ୍ୟବହାରକାରୀଙ୍କୁ ଗାଡ଼ି ଚଳାଇବା ସମୟରେ ଫୋନ କଲ କରିବା, ସଙ୍ଗୀତ ଶୁଣିବା,ମେସେଜ ପଠାଇବା ଏବଂ ପାଇବା ଏବଂ ଯାତାୟାତ ପାଇଁ ଦିଗ ଜାଣିବାରେ ସକ୍ଷମ କରାଇଥାଏ । ବର୍ତମାନ ଆପଲ କାରପ୍ଲେ ତୃତୀୟ-ପକ୍ଷ ନାଭିଗେସନ ଆପ୍ଗୁଡ଼ିକୁ ସମର୍ଥନ କରୁଛି, ତେଣୁ ଏହା ଆପଣଙ୍କୁ ନିଜର ଗନ୍ତବ୍ୟସ୍ଥଳରେ ପହଂଚିବା ପାଇଁ ଅନେକ ବିକଳ୍ପ ପ୍ରଦାନ କରୁଛି । ସୁରକ୍ଷା ଏବଂ ସୁବିଧାକୁ ଦୃଷ୍ଟିରେ ରଖି ଦ୍ୱିତୀୟ ବୈଶିଷ୍ଟ୍ୟ ଆଣ୍ଡ୍ରୋଏଡ ଅଟୋକୁ ଡିଜାଇନ କରାଯାଇଛି । ଏହା ହେଉଛି କାର୍ର ଡିସପ୍ଲେ ସହିତ ଗୋଟିଏ ସ୍ମାର୍ଟଫୋନ ବ୍ୟବହାର କରିବାର ସରଳ ଉପାୟ । ଆଣ୍ଡ୍ରୋଏଡ ଅଟୋରେ ଥିବା ଗୁଗଲ ଆସିଷ୍ଟାନ୍ସ ସହିତ ଚାଳକ ଗାଡ଼ି ଚଲାଇବା ସମୟରେ ନିଜର ଧ୍ୟାନକେନ୍ଦ୍ରିତ ରଖିବା ସହ ସଂଯୋଜିତ ଓ ମନୋରଂଜିତ ରହିପାରିବେ । ୱେବଲିଙ୍କ ଟିଏମ୧ କାଷ୍ଟ ଏକ ହାଲ୍କା ଓଜନର ଆପ୍ ଡେଲିଭରୀ ପ୍ଲାଟଫର୍ମ, ଯାହାକୁ ଆଣ୍ଡ୍ରଏଡ କିମ୍ବା ଆଇଓଏସ ଡିଭାଇସ କନେକ୍ସନର ବ୍ୟବହାର କରି ବିଶେଷ ରୂପେ ଯାନର ଆଭ୍ୟନ୍ତର ବ୍ୟବହାର ପାଇଁ ଡିଜାଇନ କରାଯାଇଛି ।
ସୋନିର ଏକ୍ସଏଭି-ଏଏକ୍ସ୮୦୦୦ ମଡେଲ ମାତ୍ର ୩୩,୯୯୦ଟଙ୍କାରେ, ଏକ୍ସଏଭି-ଏଏକ୍ସ୭୦୦୦ ମଡେଲ ମାତ୍ର ୩୧,୯୯୦ଟଙ୍କାରେ ଏବଂ ଏକ୍ସଏଭି-୧୫୦୦ ମଡେଲ ମାତ୍ର ୧୬,୯୯୦ଟଙ୍କାରେ ଚଳିତ ବର୍ଷର ମେ ମାସରୁ ଉପଲବ୍ଧ ହୋଇଯାଇଛି । ଯେବେକି ଏହାର ଏକ୍ସଏଭି-ଏଏକ୍ସ୫୫୦୦ ମଡେଲ ଏବଂ ଏକ୍ସଏଭି-୩୫୦୦ ମଡେଲ ଯଥାକ୍ରମେ ୨୬,୯୯୦ ଟଙ୍କା ଏବଂ ୨୧,୯୯୦ଟଙ୍କାରେ ଆସନ୍ତା ଜୁଲାଇରୁ ଉପଲବ୍ଧ ହୋଇଯିବ । ଏହି ନୂତନ ରେଞ୍ଜର ଇନ୍-କାର୍ ଅଡିଓ ଡିଭାଇସଗୁଡ଼ିକ ଦେଶର ସମସ୍ତ କାର୍ ଆକ୍ସେସୋରିଜ୍ ସପ୍ ଏବଂ କାର ଶୋରୁମଗୁଡ଼ିକରେ ଉପଲବ୍ଧ ହେବ ।
Comments are closed.