କେଜ୍ରିୱାଲ ସରକାରଙ୍କ ‘ଦେଶ କା ମେଣ୍ଟର’ କାର୍ଯ୍ୟକ୍ରମ ପାଇଁ ବ୍ରାଣ୍ଡ ଆମ୍ବାସାଡର ହେଲେ ସୋନୁ ସୁଦ

Share It

ଶୁକ୍ରବାର ଦିନ ‘ଦେଶ କା ମେଣ୍ଟର’ କାର୍ଯ୍ୟକ୍ରମ ପାଇଁ ଲୋକପ୍ରିୟ ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଏଏପି ସରକାର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ପଦକ୍ଷେପ ଅନୁଯାୟୀ ଛାତ୍ରମାନେ ସେମାନଙ୍କ କ୍ୟାରିୟର ପସନ୍ଦ କରିବାରେ ମାର୍ଗଦର୍ଶନ ପାଇବେ।

ଏହି ପଦକ୍ଷେପ ବିଷୟରେ କଥାବାର୍ତ୍ତା କରି କେଜ୍ରିୱାଲ ଶିକ୍ଷିତ ଲୋକଙ୍କୁ ଆଗକୁ ଆସିବାକୁ ଏବଂ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ସହରର ଗରିବ ଶ୍ରେଣୀର ଛାତ୍ରମାନଙ୍କୁ ପରାମର୍ଶ ଦେବାକୁ ନିବେଦନ କରିଛନ୍ତି। କେଜ୍ରିୱାଲ କହିଛନ୍ତି, “ସରକାରୀ ବିଦ୍ୟାଳୟର କିଛି ଛାତ୍ର ଅତ୍ୟନ୍ତ ଗରିବ ପୃଷ୍ଠଭୂମିରୁ ଆସିଛନ୍ତି ଏବଂ ସେମାନଙ୍କୁ ମାର୍ଗଦର୍ଶନ କରିବା ପାଇଁ ବହୁତ କମ୍ ଲୋକ ଅଛନ୍ତି। ଆମେ ଶିକ୍ଷିତ ଲୋକଙ୍କୁ ଏହି ପିଲାମାନଙ୍କ ପାଇଁ ମେଣ୍ଟର ହେବା ପାଇଁ ନିବେଦନ କରୁଛୁ। ସୋନୁ ସୁଦ ଏହି କାର୍ଯ୍ୟକ୍ରମ ପାଇଁ ଆମର ବ୍ରାଣ୍ଡ ଆମ୍ବାସାଡର ହେବେ।” ବୋଲି ପ୍ରେସରେ କେଜ୍ରିୱାଲ କହିଛନ୍ତି ।

“ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ସମୟ ବାହାର କରିଥିବାରୁ ଆମେ ସୋନୁ ସୁଦଙ୍କୁ ଧନ୍ୟବାଦ ଦେଉଛୁ। ସେ ସମଗ୍ର ଦେଶ ପାଇଁ ଏକ ପ୍ରେରଣା | ସାହାଯ୍ୟ ପାଇଁ ହଜାର ହଜାର ଲୋକ ତାଙ୍କ ନିକଟରେ ପହଂଚୁଛନ୍ତି | ଏହା ଏକ ପ୍ରକାର ଚମତ୍କାର ଯାହା ସେ ଏତେ ସଂଖ୍ୟକ ସରକାର କରିପାରୁ ନାହାଁନ୍ତି। ତାଙ୍କ କାର୍ଯ୍ୟ ବିଷୟରେ ଆମେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲୁ ଏବଂ ତାଙ୍କ ସହ ଦିଲ୍ଲୀ ସରକାରଙ୍କ କାର୍ଯ୍ୟ ବାଣ୍ଟିଥିଲୁ ବୋଲି କେଜ୍ରିୱାଲ କହିଛନ୍ତି।


Share It

Comments are closed.