ସୋନାଲିକା ଟ୍ରାକ୍ଟର୍ସର ୧୮.୬% ଅଭିବୃଦ୍ଧି ହାସଲ

Share It

ଭୁବନେଶ୍ୱର: ଭାରତର ଅଗ୍ରଣୀ ଟ୍ରାକ୍ଟର୍ ନିର୍ମାତା ବ୍ରାଣ୍ଡ ତଥା ଦେଶର ପ୍ରମୁଖ ରପ୍ତାନୀକାରୀ ସୋନାଲିକା, ଟ୍ରାକ୍ଟର୍ସ ଚଳିତ ବର୍ଷ ମେ’ ମାସର ରେକର୍ଡ ସଂଖ୍ୟକ ୯୧୭୭ଟି ଟ୍ରାକ୍ଟର୍ ବିକ୍ରି କରି ୧୮.୬% ଅଭିବୃଦ୍ଧି (ଘରୋଇ+ରପ୍ତାନୀ) ହାସଲ କରିଛି । ସେହିପରି ମେ’ ୨୦୨୦ରେ ମୋଟ ୧୫୩୭ଟି ଟ୍ରାକ୍ଟର୍ ରପ୍ତାନୀ ସହ ୨୫% ଅଭିବୃଦ୍ଧି ହାସଲ କରି ସୋନାଲିକା ଟ୍ରାକ୍ଟର ଦେଶରେ ନମ୍ବର ୱାନ୍ ରପ୍ତାନୀକାରୀ ଭାବେ ନିଜର ସ୍ଥିତିକୁ ସୁଦୃଢ କରିଛି ।
ଏସମ୍ପର୍କରେ ସୋନାଲିକା ଗ୍ରୁପ୍‌ର କାର୍ଯ୍ୟକାରୀ ନିର୍ଦ୍ଦେଶକ ରମନ ମିତଲ କହିଛନ୍ତି, କୋଭିଡ୍‌-୧୯ ମହାମାରୀର ଜଟିଳ ସ୍ଥିତି ସତ୍ୱେ ଆମେ ୧୮.୬% ଅଭିବୃଦ୍ଧି ହାସଲ କରିପାରିଥିବାରୁ ଆମ୍ଭେମାନେ ଅତ୍ୟନ୍ତ ଉତ୍ସାହିତ । ପରିସ୍ଥିତିକୁ ଅନୁଧ୍ୟାନକରି ଆମେ ସକାରାତ୍ମକ ଥିଲୁ ଓ ଟିମ୍‌ଗୁଡିକ ସହ ଅଭିନବ ଉପାୟରେ ନିୟୋଜିତ ରହିଥିଲୁ । ଆମେ ଆମର ଚ୍ୟାନେଲ ପାର୍ଟନର୍‌, ଗ୍ରାହକ ଓ ସମୁଦାୟ ସହ ସମ୍ପର୍କ ଓ ବିଶ୍ୱାସକୁ ମଜଭୁତ କରିବା ପାଇଁ ଏକାଧିକ ଅଭିଯାନ କାର୍ଯ୍ୟକାରୀ କରିଥିଲୁ । ତାହା ମଧ୍ୟରୁ କିଛି ହେଉଛି ଡିଲର୍ ସେଲ୍ସ ଟିମ୍ ପାଇଁ ଅନ୍‌ଲାଇନ୍ ପ୍ରୋତ୍ସାହନ ରାଶି ବିତରଣ, ୱାରେଂଟି ଓ ପୁନଃନବୀକରଣ ଅବଧି ବୃଦ୍ଧି, ଗ୍ରାହକଙ୍କ ପାଇଁ ଷ୍ଟାଣ୍ଡବାଏ ଟ୍ରାକ୍ଟର ସିଂତ ସେବା ଓ ସ୍ପେୟାର ପାର୍ଟସ୍ ଉପଲବ୍ଧତା, ବିଭିନ୍ନ ରାଜ୍ୟରେ ଆମର ହେଭି ଡ୍ୟୁଟି ଟ୍ରାକ୍ଟର ସହିତ ସାନିଟାଇଜେସନ୍ ଡ୍ରାଇଭ୍‌, ହସ୍ପିଟାଲଗୁଡିକରେ ଆଇସୋଲେସନ ସେଂଟର୍ ସ୍ଥାପନ, ପ୍ରବାସୀ ଶ୍ରମିକମାନଙ୍କୁ ଖାଦ୍ୟ ଓ ସ୍ୱାସ୍ଥ୍ୟସେବା କିଟ୍ ବଂଟନ, ଅତ୍ୟାଧୁନିକ ଭେଂଟିଲେଟର୍ ସିଷ୍ଟମର ନିର୍ମାଣ ଏବଂ ଦିଲ୍ଳୀ ସରକାରଙ୍କ ସହ କରୋନା ଟେଷ୍ଟିଙ୍ଗ୍ ମୋବାଇଲ କ୍ଲିନିକ୍‌ର ପରିଚାଳନା ଆଦି ସାମିଲ ରହିଛି । କାରଖାନା କାର୍ଯ୍ୟକ୍ଷମ କରିବାରେ ଆମେ ପ୍ରଥମ ଟ୍ରାକ୍ଟର ବ୍ରାଣ୍ଡ ଥିଲୁ ।
କମ୍ପାନୀର ସିକନ୍ଦର ସିରିଜ୍ ଶୁଭାରମ୍ଭ ହେବାର ୨ ବର୍ଷ ମଧ୍ୟରେ ସୋନାଲିକା ସୃଙ୍ଖଳାରେ ୭୫ରୁ ୮୦% ଯୋଗଦାନ ଦେଇଛି । ୫୦ଏଚ୍‌ପିରୁ ଅଧିକ ବର୍ଗରେ ଆମେ ଏକ ଅଗ୍ରଣୀ ବ୍ରାଣ୍ଡ ଏବଂ ୪ଟି ନୂତନ ନେକ୍ସଟ୍‌-ଜେନ୍ ସିରିଜ୍ ଟ୍ରାକ୍ଟର ଟାଇଗର୍‌, ସିକନ୍ଦର ଡିଏଲ୍‌ଏକ୍ସ, ମହାବଳି ଓ ଛତ୍ରପତିର ଲଂଚ୍ ସହିତ ଏବେ ୪୦ଏଚ୍‌ପିରୁ ଅଧିକ ବର୍ଗରେ ଲିଡର ହେବାକୁ ଲକ୍ଷ୍ୟ ରଖିଛୁ । ଏହି ନୂତନ ଟ୍ରାକ୍ଟରଗୁଡିକୁ ଚାଷୀଙ୍କ ସ୍ଥାନୀୟ ଆବଶ୍ୟକତାକୁ ପୂରଣ କରିବା ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି । ରମନ ମିତଲଙ୍କ ସୂଚନନା ମୁତାବକ, କମ୍ପାନୀ ଗତ ମେ’ ମାସରେ ଟ୍ରାକ୍ଟର ଡେଲିଭରି କ୍ଷେତ୍ରରେ ୨୬% ବୃଦ୍ଧି ହାସଲ କରିଛି ।


Share It

Comments are closed.