ସୋନାଲିକାର ମାତ୍ର ଗୋଟିଏ ମାସରେ ୧୯,୦୦୦ ଟ୍ରାକ୍ଟର ଡ଼େଲିଭରି ରେକର୍ଡ଼
ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିବା ପରେ ଭାରତର ଅଗ୍ରଣୀ ଟ୍ରାକ୍ଟର ନିର୍ମାତା ସୋନାଲିକା ଟ୍ରାକ୍ଟର୍ସ ଗୋଟିଏ ମାସରେ ସର୍ବାଧିକ ଟ୍ରାକ୍ଟର ଡେଲିଭରି କରି ରେକର୍ଡ ସୃଷ୍ଟି କରିଛି । କମ୍ପାନୀ ଗତ ଅକ୍ଟୋବର ମାସରେ ସର୍ବାଧିକ ୧୯,୦୦୦ ଟ୍ରାକ୍ଟର ଡେଲିଭରି କରିଥିବା ବେଳେ ୧୫,୨୧୮ଟି ଟ୍ରାକ୍ଟର ନିର୍ମାଣ କରିଛି । ଏହି ସମ୍ପର୍କରେ ସୋନାଲିକା ଗ୍ରୁପ୍ର କାର୍ଯ୍ୟକାରୀ ନିର୍ଦ୍ଦେଶକ, ରମଣ ମିତଲ କହିଛନ୍ତିଯେ, “ଆମେ ଗୋଟିଏ ମାସରେ ୧୯,୦୦୦ ଟ୍ରାକ୍ଟର ଓ ୧୦,୦୧୮ଟି ରୋଟାଭେଟର୍ ଡେଲିଭରି କରି ଏକ ଚମତ୍କାର ଇତିହାସ ସୃଷ୍ଟି କରିଛୁ, ଯାହା ଏହାକୁ ଭାରତରେ ଅକ୍ଟୋବର ୨୦୨୦ରେ ରିଟେଲ୍ ସେକ୍ଟର୍ର ସର୍ବାଧିକ ବିକ୍ରି କରିଛି । ସେହିପରି ଆମର ଘରୋଇ ଟ୍ରାକ୍ଟର ବିଲିଙ୍ଗ୍ ଅଭିବୃଦ୍ଧି ୧୩.୩% ରହିଛି, ଯାହାକି ଶିଳ୍ପ ଅଭିବୃଦ୍ଧି ତୁଳନାରେ ଯଥେଷ୍ଟ ଅଧିକ ରହିଛି । ଆମର ୨୮.୭%ର ସଂଗୃହିତ ବିଲିଙ୍ଗ୍ (ଏପ୍ରିଲ-ଅକ୍ଟୋର ୨୦୨୦) ଅଭିବୃଦ୍ଧି ଟ୍ରାକ୍ଟର ଶିଳ୍ପରେ ସର୍ବୋଚ୍ଚ ରହିଛି । ଆମେ ପାର୍ବଣ ଋତୁରେ ବଡ ସଫଳତା ପାଇବା ପାଇଁ ଗତ ୬ ମାସ ହେବ ନିଜକୁ ପ୍ରସ୍ତୁତ କରିଥିଲୁ । ଆମର ୨୦-୧୨୦ ଏଚ୍ପି ରେଞ୍ଜ୍ ଏବଂ ୭୦ରୁ ଅଧିକ ଉପକରଣ ରେଞ୍ଜ୍ର ବିସ୍ତୃତ ଟ୍ରାକ୍ଟର ପୋର୍ଟଫୋଲିଓ ଚାଷୀମାନଙ୍କ ଦ୍ୱାରା ଭଲ ଭାବରେ ଗ୍ରହଣୀୟ ହୋଇଛି କାରଣ ଏହି ରେଞ୍ଜ୍ ସେମାନଙ୍କୁ ଫସଲ ଉତ୍ପାଦକତା ବୃଦ୍ଧି କରିବାରେ ଖୁବ୍ ସହଯୋଗ କରୁଛି । ନିକଟରେ ଶୁଭାରମ୍ଭ ହୋଇଥିବା ଆମର ପ୍ରିମିୟମ ଟ୍ରାକ୍ଟର ସିରିଜ୍ ଟାଇଗର୍ ଏହାର ୟୁରୋପୀୟ ଡିଜାଇନ୍ ଓ ସର୍ବୋତମ ପ୍ରଦର୍ଶନ ପାଇଁ ପ୍ରଶଂସିତ ହୋଇଛି ।”
ଆମର ଫ୍ଲାଗ୍ସିପ୍ ବ୍ରାଣ୍ଡ ସିକନ୍ଦର୍ର ଅପ୍ଗ୍ରେଡେଡ୍ ସିରିଜ୍ ସିକନ୍ଦର ଡିଏଲ୍ଏକ୍ସ ଚାଷୀମାନଙ୍କ ଦ୍ୱାରା ଆଦୃତ ହୋଇଥିବା ବେଳେ କଷ୍ଟମାଇଜ୍ଡ ଟ୍ରାକ୍ଟର ସିରିଜ୍ ଭିଜ୍ମହାବଳି ଓ ଛତ୍ରପତି ଆଦିକୁ ଆଂଚଳିତ ଚାଷ ଆବଶ୍ୟକତାକୁ ପୂରଣ କରିବା ଲାଗି ଡିଜାଇନ୍ କରାଯାଇଥିଲା । ସେହିପରି କମ୍ପାନୀର ୪ଟି ପରବର୍ତୀ ପିଢିର ଟ୍ରାକ୍ଟର ମଡେଲ୍ ଆମର ସାମଗ୍ରିକ ବିକ୍ରିରେ ୨୦ରୁ ୨୫% ଯୋଗଦାନ ଦେବ ବୋଲି ଆଶା କରାଯାଉଛି । ତେବେ ସର୍ବାଧିକ ଉତ୍ପାଦନ ସତ୍ୱେ ଆମେ ଡିପୋ ଓ ଡିଲର୍ଗୁଡିକରେ ଷ୍ଟକ୍ଆଉଟ୍ ପରିସ୍ଥିତିର ସମ୍ମୁଖୀନ ହେଉଛି । ତେଣୁ ଆଗାମୀ ଧନ୍ତେରାସ୍ ଓ ଦୀପାବଳି ଡେଲିଭରି ପାଇଁ ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ଲାଗି ଆମେ ଟ୍ରାକ୍ଟର୍ଗୁଡିକ ସହିତ ପ୍ରସ୍ତୁତ ହେଉଛୁ ।
Comments are closed.