ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ପିପିଇ କିଟ୍ସ ଯୋଗାଇବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ କଲେ ସୋନାକ୍ଷୀ

Share It

ମହାମାରୀ କରୋନା ଭାଇରସକୁ ନେଇ ବଲିଉଡର ଅନେକ କଳାକାର ନିଜର ସମର୍ଥନ ଦେଉଥିବାବେଳେ ଏହି ମଧ୍ୟ ଅଭିନେତ୍ରୀ ସୋନିକ୍ଷୀ ସିହ୍ନା ସ୍ୱାସ୍ଥ୍ୟକର୍ମୀ (କରୋନା ଯୋଦ୍ଧା) ମାନଙ୍କ ପାଇଁ ପିପିଇ କିଟ୍ସ ଯୋଗାଡ କରିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି । ଡାକ୍ତରଖାନାରେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ପିପିଇ କିଟ୍ସର ଅଭାବକୁ ଦୃଷ୍ଟିରେ ରଖି ସୋନାକ୍ଷୀ ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଆରମ୍ଭ କରିଛନ୍ତି । ସୋନାକ୍ଷୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, “ଆମ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ନିଜ ନିଜର ଜୀବନକୁ ବିପଦ ମୁହଁକୁ ଠେଲିଦେଇ ଆମର ସୁରକ୍ଷା କରୁଛନ୍ତି ଏବଂ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରୁଛନ୍ତି । ସେମାନେ ସମସ୍ତ ଅନ୍ୟଙ୍କୁ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବିପଦ ମୁହଁକୁ ଠେଲିଦେବା ଠାରୁ ମହତ୍ତ କାର୍ଯ୍ୟ ଆଉ କିଛି ନାହିଁ ।”

ସେ ଆହୁରୀ କହିଛନ୍ତି ଯେ, “ଦୁର୍ଭାଗ୍ୟବଶତଃ ହସ୍ପିଟାଲଗୁଡିକରେ ପିପିଇ କିଟ୍ସର ଅଭାବକୁ ନେଇ ସେମାନଙ୍କୁ ଅନେକ ବାଧାର ସମ୍ମୁଖୀନ ହେବାକୁ ପଡୁଛି । ଏହି ଅଭିଯାନ ମାଧ୍ୟମରେ ମୁଁ ମୋର ସମସ୍ତ ପ୍ରଶଂସକଙ୍କୁ ଆଗେଇ ଆସିବା ପାଇଁ ଏବଂ ଉଦାରତାପୂର୍ବକ ପିପିଇ କିଟ୍ସ ଦାନ କରିବା ପାଇଁ ନିବେଦନ କରୁଛି, । ଯେଉଁଠାରେ ଏହାର ଆବଶ୍ୟକତା ରହିଛି, ସେଠାରେ ଏହାକୁ ତରନ୍ତ ଯୋଗାଇ ଦିଆଯିବ । କିଛି ସମୟର ଆବଶ୍ୟକତା ରହିଛି ଏବଂ ମୁଁ ଆଶା କରୁଛି ଆମେ ନିଶ୍ଚୟ ଏହି ଲଢେଇ ବିରୋଧରେ ବିଜୟୀ ହେବୁ । ”
ଯେଉଁ ବ୍ୟକ୍ତି ୨୫-୧୦୦ କିଟ୍ସ ଯୋଗାଇଦେବାରେ ସହାୟତା କରବେ ସୋନାକ୍ଷୀ ବ୍ୟକ୍ତିଗତ ଭାବେ ଫେସବୁକ ଜରିଆରେ ତାଙ୍କୁ ମେସେଜ କରି ଧନ୍ୟବାଦ ଜଣାଇବେ । ସେହିଭଳି ୧୦୦-୨୦୦ କିଟ୍ସ ଯୋଗାଇଦେବାରେ ସହାୟତା କରିଥିବା ବ୍ୟକ୍ତିଙ୍କ ପାଇଁ ସୋନାକ୍ଷୀ ଏକ ସ୍ୱତନ୍ତ୍ର ଭିଡିଓ ବାର୍ତ୍ତା ଦେବେ ଏବଂ ୨୦୦ରୁ ଅଧିକ କିଟ୍ସ ଯୋଗାଇଦେବାରେ ସହାୟତା କରିଥିବା ବ୍ୟକ୍ତିଙ୍କ ସହ ସୋନାକ୍ଷୀ ନିଜେ ଭିଡିଓ କଲ ମାଧ୍ୟମରେ କଥା ହେବେ ।


Share It

Comments are closed.