କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲାଗୁ କରାଯାଇଥିବା ସମସ୍ତ ନିୟମ କାନୁନକୁ ପୋଡି ଖାଇଗଲେ କଂଗ୍ରେସ ବିଧାୟକ ‘ଇଂ ମହମ୍ମଦ ମୋକିମ’
କଟକ : କରୋନା ମୁକାବିଲା ଏବଂ ଏହି ମହାମାରୀ ଭାଇରସର ସଂକ୍ରମଣକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କଠୋର ପଦକ୍ଷେପମାନ ଗ୍ରହଣ କରାଯାଉଥିବାବେଳେ କିନ୍ତୁ କଟକ କଂଗ୍ରେସ ଭବନରେ ଏକ ଦୁୁ୍ର୍ଭାଗ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଏଠି ସ୍ୱୟଂ କଟକ ବାରବାଟି ବିଧାୟକ ଇଂ ମହମ୍ମଦ ମୋକିମ ସମସ୍ତ ନିୟମ କାନୁନକୁ ବେଖାତିର କରି କଂଗ୍ରେସ କାର୍ଯ୍ୟାଳୟ ଏକ ଦଳୀୟ ସଭାର ଆୟୋଜନ କରିଥିଲେ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ପୋଷ୍ଟରେ ଆପଣ ସ୍ପଷ୍ଟ ଦେଖିପାରିବେ ଯେ, ଅନେକ କଂଗ୍ରେସ କାର୍ଯ୍ୟକର୍ତ୍ତା ସାମାଜିକ ଦୂରତା ନିୟମକୁ ଉଲ୍ଲଘଂନ କରିବା ସହ କେହି ମୁହଁରେ ମାସ୍କ ମଧ୍ୟ ପିନ୍ଧି ନାହାନ୍ତି । କେବଳ ଏତିକି ଏହି ନିୟମ ଉଲ୍ଲଘଂନକାରୀଙ୍କ ମଧ୍ୟରେ ଉପସ୍ଥିତ ରହିଛନ୍ତି କଟକ ବାରବାଟି ବିଧାୟକ ଇଂ ମହମ୍ମଦ ମୋକିମ ।
ପରସ୍ପର ଠାରୁ ସାମାଜିକ ଦୂରତା ପାଳନ କରିବା ତ ଦୂର କଥା ଓଲଟି କଂଗ୍ରେସ ବିଧାୟକ ଇଂ ମହମ୍ମଦ ମୋକିମ ନିଜ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ତଥା ବୈଠକର ଆୟୋଜନା ନିଜ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା । ଭାଇରସର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାରଙ୍କ ପକ୍ଷରୁ କଠୋରରୁ କଠୋର ପଦକ୍ଷେପମାନ ଲାଗୁ କରାଯାଉଥିବାବେଳେ କିନ୍ତୁ ଏଠାରେ କଂଗ୍ରେସ ବିଧାୟକ ସମସ୍ତ ନିୟମ କାନୁନକୁ ଉଲ୍ଲଘଂନ କରିଥିବାର ଦେଖିବାକୁ ମିଳିଛି ।
ତେବେ ଅନ୍ୟ ସାଧାରଣ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ ସରକାର ଏବଂ ପୋଲିସ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନମାନ ଗ୍ରହଣ କରୁଥିବାବେଳେ ଏ ପର୍ଯ୍ୟନ୍ତ କଂଗ୍ରେସ ବିଧାୟକଙ୍କ ବିରୋଧରେ କାହିଁକି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିବାରେ ଲାଗିଲାଣି ।
Comments are closed.