କରୋନାରେ ଆଖି ବୁଜିଲେ ସୀତାରାମ ୟେଚୁରୀଙ୍କ ପୁଅ ଆଶିଷ ୟେଚୁରୀ
ସିପିଆଇ (ଏମ୍) ନେତା ସୀତାରାମ ୟେଚୁରୀଙ୍କ ବଡ଼ ପୁଅ ଆଶିଷ ୟେଚୁରୀଙ୍କ ଦେହାନ୍ତ। କରୋନାରେ ଆଶିଷ ୟେଚୁରୀଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ପୁଅର ମୃତ୍ୟୁ ନେଇ ସୂଚନା ଦେଲେ ବାପା ସୀତାରାମ ୟେଚୁରୀ। ନିଜେ ଟ୍ୱିଟ୍ କରି ଏହି ବିଷୟରେ ସୂଚନା ଦେଇଛନ୍ତି ସୀତାରାମ ୟେଚୁରୀ ।
It is with great sadness that I have to inform that I lost my elder son, Ashish Yechury to COVID-19 this morning. I want to thank all those who gave us hope and who treated him – doctors, nurses, frontline health workers, sanitation workers and innumerable others who stood by us.
— Sitaram Yechury (@SitaramYechury) April 22, 2021
ସୀତାରାମ ୟେଚୁରୀ ଟ୍ୱିଟରରେ ଲେଖିଛନ୍ତି, ବହୁତ ଦୁଃଖର ସହିତ ସୂଚନା ଦେବାକୁ ପଡ଼ୁଛି ଯେ, ମୋର ବଡ଼ ପୁଅ ଆଶିଷ ୟେଚୁରୀଙ୍କର ଆଜି ସକାଳେ କରୋନା ଯୋଗୁ ଦେହାନ୍ତ ହୋଇଛି। ଯେଉଁମାନେ ଆମକୁ ଭରସା ଦେଇଥିଲେ ଏବଂ ପୁଅର ଚିକିତ୍ସା କରିଥିଲେ ମୁଁ ସେମାନଙ୍କୁ ଧନ୍ୟବାଦ ଦେବାକୁ ଚାହେଁ – ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ ଏବଂ ଆମ ପାଖରେ ଠିଆ ହୋଇଥିବା ବନ୍ଧୁମାନେ। “
Comments are closed.