ପାୱାରପ୍ଲେ ରେ ହାଇଦ୍ରାବାଦ ପାଇଁ ଘାତକ ସାବ୍ୟସ୍ତ ହେଲେ ସିରାଜ
ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦର ଆରମ୍ଭ ଭଲ ନଥିଲା। ମହମ୍ମଦ ସିରାଜ ପ୍ରଥମ ଓଭରରେ ଟ୍ରାଭିସ୍ ହେଡଙ୍କ ୱିକେଟ୍ ନେଇଥିଲେ। ଆଇପିଏଲରେ ପୂର୍ବରୁ ସିରାଜ ଓ ହେଡ୍ ପରସ୍ପରର ମୁହାଁମୁହିଁ ହୋଇନଥିଲେ, କିନ୍ତୁ ଚଳିତ ଥର ସିରାଜ, ହେଡଙ୍କ ପାଇଁ ଘାତକ ସାଜିଥିଲେ । ଆଇପିଏଲ୍ ୨୦୨୫ରେ ନୂଆ ଫ୍ରାଞ୍ଚାଇଜ୍ ପକ୍ଷରୁ ଖେଳୁଥିବା ଭାରତୀୟ ଓ ଗୁଜରାଟ ଟାଇଟାନ୍ସ ଦ୍ରୁତ ବୋଲର ମହମ୍ମଦ ସିରାଜ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ଋତୁରେ ପାୱାରପ୍ଲେ ସମୟରେ ସିରାଜ ବିରୋଧୀ ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇଛନ୍ତି। ସେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମଧ୍ୟ ସମାନ ପ୍ରଦର୍ଶନ କରି ଟ୍ରାଭିସ୍ ହେଡ୍ ଏବଂ ଅଭିଷେକ ଶର୍ମାଙ୍କୁ ପ୍ୟାଭିଲିୟନ୍ ଫେରାଇ ଦେଇଥିଲେ, ଯାହା ଫଳରେ ହାଇଦ୍ରାବାଦ ପାଇଁ ଖରାପ ସମୟ ଆରମ୍ଭ ହୋଇଥିଲା।
Comments are closed.