ପିଲା ମାନଙ୍କ ପାଇଁ ରକେଟ ଲଂଚିଂ ଦେଖିବାର ସୁଯୋଗ ଆଣି ଦେଇଛି ଏସ୍ଆଇପି ଏକାଡେମୀ
ଭୁବନେଶ୍ୱର: ଭାରତର ଶିଶୁ ଦକ୍ଷତା ବିକାଶର ଅଗ୍ରଣୀ ସଂସ୍ଥା, ଏସ୍ଆଇପି ଏକାଡେମି ପକ୍ଷରୁ ଚେନ୍ନାଇରେ ୨୨ ବର୍ଷ ପୂର୍ତି ଉତ୍ସବକୁ ମହା ଆଡ଼ମ୍ବରରେ ପାଳନ କରାଯାଇଛି । ଏସ୍ଆଇପି ଆବାକସ୍, ଗ୍ଲୋବାଲଆର୍ଟ, ମାଇକିଡସ୍ ଓ କ୍ରିକୋ ଇଂଲିଶ ଭଳି କାର୍ଯ୍ୟକ୍ରମ ପାଇଁ ପରିଚିତ ଏହି ଏକାଡେମୀ ବର୍ତମାନ ଭାରତର ୧,୨୫୦ରୁ ଅଧିକ ଫ୍ରାଂଚାଇଜ କେନ୍ଦ୍ରକୁ ବିସ୍ତାର କରିଛି ଏବଂ ୧୪ ଲକ୍ଷରୁ ଅଧିକ ପିଲାଙ୍କ ଜୀବନକୁ ସ୍ପର୍ଶ କରିଛି ।
ଏସ୍ଆଇପି ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛିଯେ ଏହାର ୧୦ମ ଅଙ୍କ ଗଣିତ ପ୍ରତିଭା ପ୍ରତିଯୋଗିତାର (ଏଜିସି) ବିଜେତାମାନେ ଶ୍ରୀହରିକୋଟାରେ ଇସ୍ରୋର ଏକ ରକେଟ୍ ଉତ୍କ୍ଷେପଣ ଦେଖିବାର ସୁଯୋଗ ପାଇବେ । \”ଆମେ ଶିକ୍ଷାର ଉତ୍କର୍ଷକୁ ଭାରତର ମହାକାଶ ସଫଳତା ସହିତ ଯୋଡି ନୂଆ ପିଢିର ବୈଜ୍ଞାନିକ ଓ ଚିନ୍ତକଙ୍କୁ ପ୍ରେରଣା ଦେବାକୁ ଚାହୁଁଛୁ ବୋଲି ଏସଆଇପି ଏକାଡେମୀର ପରିଚାଳନା ନିର୍ଦେଶକ, ଶ୍ରୀ ଦିନେଶ ଭିକ୍ଟର କହିଛନ୍ତି । ଏହି ଅନନ୍ୟ ପୁରସ୍କାର ଶିଶୁମାନଙ୍କ ମଧ୍ୟରେ ଷ୍ଟେମ୍ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରସ୍ତୁତ କରାଯାଇଛି ।
ପରିବେଶ ଶିକ୍ଷା ପ୍ରତି ପ୍ରତିବଦ୍ଧ ଏସଆଇପି ଏକାଡେମୀ କୋଲକାତା, ତଞ୍ଜାଭୁର ଏବଂ ଶିବକାଶୀରେ ତିନୋଟି ମିୟାବାକି ଜଙ୍ଗଲ ରୋପଣ କରିବ । ଏହି ଘନ, ସ୍ଥାନୀୟ ସବୁଜ ଅଂଚଳ ଶିଶୁମାନଙ୍କୁ ସଚେତନ ରହିବା ଏବଂ ପରିବେଶୀୟ ଦାୟିତ୍ୱ ଶିଖିବାର ଜୀବନ୍ତ ଶ୍ରେଣୀକକ୍ଷ ଭାବରେ କାର୍ଯ୍ୟ କରିବ । ଶିକ୍ଷା କେବଳ ପୁସ୍ତକ ନୁହେଁ, ଏହା ଦାୟିତ୍ୱଶୀଳ ନାଗରିକ ଗଠନ କରିବାର ଏକ ମାଧ୍ୟମ ବୋଲି ଶ୍ରୀ ଭିକ୍ଟର କହିଛନ୍ତି ।
ଏକ ନୂତନ ଏସ୍ଆଇପି ଆବାକସ୍ ଟେଲିଭିଜନ ବିଜ୍ଞାପନ ଆରମ୍ଭ କରାଯାଇଛି ଯାହା ଛାତ୍ରଛାତ୍ରୀମାନଙ୍କ ବାସ୍ତବ ପରିବର୍ତନକୁ ଆତ୍ମବିଶ୍ୱାସୀ, ତୀବ୍ର ଏବଂ କେନ୍ଦ୍ରିତ ଶିକ୍ଷାର୍ଥୀ ଭାବରେ ଉପସ୍ଥାପନ କରିବ । ଏହି ଜାତୀୟ ବିଜ୍ଞାପନ ଅଭିଯାନ ଏସ୍ଆଇପିକୁ ଶିଶୁ ବିକାଶର ଏକ ପ୍ରମୁଖ ନାମ ଭାବରେ ସ୍ଥାପିତ କରିବ । ୨୩ତମ ବର୍ଷରେ ପ୍ରବେଶ କରି ଏସ୍ଆଇପି ଏକାଡେମୀ ନବୀନତା, ଦୃଢ଼ ରହିବା ଏବଂ ଭାରତର ଭବିଷ୍ୟତ ନେତୃତ୍ୱକୁ ଗଠନ କରିବାର ଦୃଷ୍ଟି ସହିତ ବିଦ୍ୟାଳୟ ପରବର୍ତୀ ଶିକ୍ଷାକୁ ପୁନର୍ବିଚାର କରୁଛି ।
Comments are closed.