ସାଇମନ ବିଡିକାଙ୍କ ପୁସ୍ତକ ‘ମୌଖିକ ପରମ୍ପରାରେ ଦେଶିଆ ଲୋକ ସାହିତ୍ୟ’ର ଉନ୍ମୋଚନ
ଦେଶିଆ କୁଟୁମ୍ ଦ୍ବାରା ବିଶିଷ୍ଟ ଲୋକ ସାହିତ୍ୟିକ ସାଇମନ ବିଡିକାଙ୍କ ପୁସ୍ତକ ‘ମୌଖିକ ପରମ୍ପରାରେ ଦେଶିଆ ଲୋକ ସାହିତ୍ୟ’ର ଉନ୍ମୋଚନ ଉତ୍ସବ ଉମରକୋଟ ବିଜୁ ଶିଶୁ ଉଦ୍ୟାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଲୋକ ସଂସ୍କୃତିବିଦ୍ କୁଞ୍ଜ ଦାସ, ଦେଶିଆ ଭାଷାର କବି ରଞ୍ଜନ ମହୁରିଆ, ଯୁବ ପ୍ରଶାସନିକ ଅଧିକାରୀ ଆଲୋକ ଅନୁଗୁଲିଆ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଦେଶିଆ କୁଟୁମର ଉପଦେଷ୍ଟା ତଥା ପ୍ରଶାସକ ଧର୍ମରାଜ ମାଝୀ ସଭାପତିତ୍ବ କରିଥିବା ବେଳେ ଦୂରଦର୍ଶନ ଓ ଆକାଶବାଣୀର ନବରଙ୍ଗପୁର ଜିଲ୍ଲା ପ୍ରତିନିଧି ପ୍ରଭାତୀ ବିଷୋୟୀ ପୁସ୍ତକ ସମୀକ୍ଷା କରିଥିଲେ। ଦେଶିଆ ଲୋକ ସାହିତ୍ୟକୁ ‘ମୌଖିକ ପରମ୍ପରାରେ ଦେଶିଆ ଲୋକ ସାହିତ୍ୟ’ ଏକ ଶ୍ରେଷ୍ଠ ଅବଦାନ ବୋଲି ଉପସ୍ଥିତ ଅତିଥି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମକୁ ଉଦଘୋଷିକା ଇଂ.ଚନ୍ଦନା ମଲ୍ଲିକ ସଂଯୋଜନା କରିଥିବା ବେଳେ ଅମ୍ବିକା କଲାର ଓ ଚନ୍ଦ୍ରଶେଖର ଦାସ ପରିଚାଳନା କରିଥିଲେ। ସ୍ବାଗତ ଭାଷଣ ଦେଶିଆ କୁଟୁମର ସଂପାଦକ ସବ୍ୟସାଚୀ ବିଷୋୟୀ ଦେଇଥିବା ବେଳେ କବି ସତ୍ଯବ୍ରତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.