କବିତା ଓ ନୃତ୍ୟର ମାଧ୍ୟମରେ ୨୫ ଟି ଦକ୍ଷିଣ ଏସିଆନ୍ ଭାଷାର ଗୁଞ୍ଜନ

Share It

ବ୍ରିଟିଶ୍ ପାର୍ଲିଆମେଣ୍ଟରେ ଆନ୍ତର୍ଜାତିକ ମାତୃଭାଷା ଦିବସର ରଜତ ଜୟନ୍ତୀ ଉତ୍ସବ

୪ ମାର୍ଚ୍ଚ ରେ ବ୍ରିଟିଶ୍ ପାର୍ଲିଆମେଣ୍ଟର ହାଉସ୍ ଅଫ୍ ଲର୍ଡସ୍‌ରେ ୨୫ତମ ଆନ୍ତର୍ଜାତିକ ମାତୃଭାଷା ଦିବସ ଉତ୍ସାହପୂର୍ଣ୍ଣ ଭାବରେ ଉଦ୍ଯାପିତ ହୋଇଥିଲା। ବାରୋନେସ୍ ଗାର୍ଡେନ୍ ଏହି କାର୍ଯ୍ୟକ୍ରମର ସଂପାଦନା କରିଥିଲେ ଏବଂ ସଂସ୍କୃତି ସେଣ୍ଟର୍ ଫର୍ କଲ୍ଚରାଲ୍ ଏକ୍ସେଲେନ୍ସ ଏହାର ଆୟୋଜନ କରିଥିଲେ। ଭାରତ ଏବଂ ଦକ୍ଷିଣ ଏସିଆର ୨୫ଟି ଭାଷାରେ କବିତା ଓ ସଂସ୍କୃତିମୂଳକ ପ୍ରଦର୍ଶନ ଘଟିଥିଲା। ଏହି ଅବସରରେ Rhyme and Resonance (Kaavya Naadam) ନାମକ ଏକ ବିଶେଷ ପୁସ୍ତିକା ପ୍ରକାଶ କରାଯାଇଥିଲା, ଯେଉଁଥିରେ ଉପସ୍ଥାପିତ ସମସ୍ତ କବିତା ଅନ୍ତର୍ଭୂକ୍ତ ଥିଲା। ବୁଟାନ୍ ର Honorary Consul ମିଷ୍ଟର୍ ଆଣ୍ଡ୍ର୍ୟୁ ସଟନ୍ ଏବଂ University of LondonEmeritus Professor in Field Linguistics ପ୍ରୋଫେସର୍ ପୀଟର୍ ଅସ୍ଟିନ୍ ଏହି ଆବସରରେ ଭାଷା ଉତ୍ସାହ ଓ ଏହାର ଗୁରୁତ୍ୱ ବିଷୟରେ ଉପସ୍ଥିତଙ୍କ ସହିତ ଅନ୍ତର୍କ୍ରିୟା କରିଥିଲେ।

ଏହି ଉତ୍ସବରେ ଅନେକ ଆକର୍ଷଣୀୟ ସଂସ୍କୃତିମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଛାତ୍ରଛାତ୍ରୀ ମନସ୍ବୀ ଏବଂ ତନୁଶ୍ରେୟା ତଞ୍ଜାଭୁର୍ ର ଶାହୁ ମହାରାଜ ର ରଚିତ ସଂସ୍କୃତ ଗୀତରେ କ୍ଲାସିକାଲ୍ ନୃତ୍ୟ ପ୍ରଦର୍ଶନ କରିଥିଲେ। ସ୍ରୀ ଲଳିତା କୋଟ୍ଲା ପ୍ରସିଦ୍ଧ ପଦ୍ମ ଭୂଷଣ ମୈଥିଳୀ ଶରଣ ଗୁପ୍ତ ଙ୍କ କବିତା ଉପରେ ଏକ ଲୋକନୃତ୍ୟ ଦେଖାଇଥିଲେ। ଏହି କାର୍ଯ୍ୟକ୍ରମରେ ଏକ ବ୍ୟାପକ ଭାଷା ସମୁଦାୟର ସହଭାଗିତା ଦେଖିବାକୁ ମିଳିଲା, ଯେଉଁଥିରେ ଓଡ଼ିଆ, ଅସମୀୟା, ବଙ୍ଗଳା, ନେପାଳୀ, ତାମିଲ୍, ତେଲୁଗୁ, କନ୍ନଡ, ମଲୟାଳମ୍, ସିଂହଳି ଇତ୍ୟାଦି ଭାଷାରେ କବିତା ପାଠ ହୋଇଥିଲା।

ସଂସ୍କୃତି ସେଣ୍ଟର୍ ଫର୍ କଲ୍ଚରାଲ୍ ଏକ୍ସେଲେନ୍ସ, ଭାରତୀୟ ଏବଂ ଦକ୍ଷିଣ ଏସିଆ ଉତ୍ସବ ଏବଂ ଏହି ଅଞ୍ଚଳର ଭାଷାଗୁଡ଼ିକୁ ସୁରକ୍ଷିତ କରିବା ନିମନ୍ତେ ଉତ୍ସର୍ଗୀଭୂତ ଏକ ସଂସ୍ଥା ଅଟେ। ଏହି କେନ୍ଦ୍ର ତକ୍ରି, ଖୁଦାବାଦୀ (ସିନ୍ଧୀ), ମିଥିଲାକ୍ଷର (ମୈଥିଲୀ) ପରି ପ୍ରାଚୀନ ଲିପି ଅଧ୍ୟୟନ ଏବଂ ଲେଖା ଉପରେ ଲୋକଙ୍କୁ ଉତ୍ସାହିତ କରୁଅଛି। ଏହି କାର୍ଯ୍ୟକ୍ରମର ଶେଷରେ ସଂସ୍କୃତି ସେଣ୍ଟର୍ ର ସଂସ୍ଥାପକ ଡ଼ଃ ରାଗସୁଧା ବିଞ୍ଜାମୁରୀ ଧନ୍ୟବାଦ ଜଣାଇଥିଲେ ଏବଂ ଏହି ସଂସ୍ଥାର ଭବିଷ୍ୟତ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ।


Share It

Comments are closed.