ଓଡିଶାରୁ ମଦକୁ ସମ୍ପୁର୍ଣ୍ଣ ବନ୍ଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ

ଏହି ଲିଙ୍କ www.change.org/OdishaAgainstLiquor କ୍ଲିକ କରନ୍ତୁ


ଓଡିଶାରେ ମଦ ସମସ୍ୟା ଅତି ଉତ୍କଟ ସ୍ତିତିରେ ପହଁଚିଛି । ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ହଜାର ହଜାର ପରିବାର ମଦ ଯୋଗୁଁ ଉଜୁଡି ଯାଉଛି । ଦୈନଦିନ ଖବର କାଗଜରେ ମଦ ଜନିତ ଅତି ଭୟଙ୍କରୁ ଭୟଙ୍କର ଘଟଣାମାନ ଦେଖିବାକୁ ମିଳୁଛି । ତେବେ ଏହିସବୁରୁ ମୁକ୍ତି ପାଇଁ ଏବଂ ଓଡିଶାରୁ ମଦକୁ ସମ୍ପୁର୍ଣ୍ଣ ବନ୍ଦ ପାଇଁ ଆରମ୍ଭ ହୋଇଯାଇଛି ବୃହତ୍ତ ଦସ୍ତଖତ ଅଭିଯାନ । ଏହି ଦସ୍ତଖତ ଅଭିଯାନରେ ସାମିଲ ହେବା ପାଇଁ ଆପଣଙ୍କୁ ଅନଲାଇନରେ ଯାଇ www.change.org/OdishaAgainstLiquor ଲିଙ୍କକୁ କ୍ଲିକ କରିବାକୁ ହେବ । ଏହା ପରେ ଆପଣ ନିଜର ନାମ ଏବଂ ମେଲ ଆଇଡି (Mail I’d)ଦେଇ ‘Sign this petition’ ବଟନକୁ କ୍ଲିକ କରିବାକୁ ହେବ ।

ଏହି ଅଭିଯାନ ସଂପର୍କରେ ସୂଚନା ଦେଇ ସଂଗଠନ ସଦସ୍ୟ ଶ୍ରୀ ପ୍ରୀତିରଞ୍ଜନ ନାୟକ କହିଛନ୍ତି ଯେ, “ଓଡିଶାରେ ମଦ ସମସ୍ୟା ଅତି ଗମ୍ଭୀର ସ୍ତରକୁ ଚାଲିଯାଇଛି । ମଦ ଯୋଗୁଁ ସାରା ଓଡିଶାରେ ହଜାର ହଜାର ପରିବାର ଉଜୁଡି ଯାଉଛି । ଏହା ବାଦ ରାସ୍ତା ଦୁର୍ଘଟଣା , ଚୋରି, ଡକାୟତି, ବଳାତ୍କାର ଏବଂ ଅସଦାଚରଣ ଆଦି ପଛରେ ଅନେକାଂଶରେ ମଦ ଏକ କାରଣ ଭାବେ ରହିଥାଏ । ଓଡିଶାରେ ୨ ମାସ ଧରି ଲକ୍‌ଡାଉନରେ ମଦ ଦୋକାନ ଗୁଡିକ ବନ୍ଦ ଥିବା ହେତୁ ମଦ ସମସ୍ୟା ସଂପୂର୍ଣ୍ଣ ଋପେ କମିଯାଇଥିଲା । କିନ୍ତୁ ସରକାର ପୁଣି ଥରେ ମଦର ଅନଲାଇନ ଡେଲିଭରି ଆରମ୍ଭ କରିବା ପରେ ସମସ୍ୟା ପୁନଃଶ୍ଚ ପୂର୍ବ ସ୍ତରକୁ ପହଞ୍ଚି ଯାଇଛି ।”

ସେ ଆହୁର ମଧ୍ୟ କହିଛନ୍ତି ଯେ, “ସମ୍ଭବ ଆଜି ଚେଞ୍ଜ ଡଟ ଅର୍ଗରେ ଓଡିଶାରୁ ସଂପୂର୍ଣ୍ଣ ମଦ ବନ୍ଦ ପାଇଁ ଏକ ଦସ୍ତଖତ ଅଭିଯାନର ଶୁଭାରମ୍ଭ କରିଛି । ଆମେ ଓଡିଶା ସମେତ ସଂପୂର୍ଣ୍ଣ ବିଶ୍ୱରେ ବସବାସ କରୁଥିବା ଓଡିଆମାନଙ୍କୁ ଏହି ଅଭିଯାନରେ ସାମିଲ ହୋଇ ଓଡିଶାରୁ ସଂପୂର୍ଣ୍ଣ ମଦ ବନ୍ଦ ପାଇଁ ଅନୁରୋଧ କରୁଛୁ । ”

‘ସମ୍ଭବ’ ଏକ ସାମାଜିକ ସଂଗଠନ ଭାବେ ମଦ ସମେତ ବିଭିନ୍ନ ସାମାଜିକ ସମସ୍ୟା ଉପରେ ସର୍ବଦା ସ୍ୱର ଉତ୍ତୋଳନ କରି ଆସୁଛି । ଏହ ମର୍ମରେ ଓଡିଶାରେ ମଦର କରାଳ ଋପକୁ ହୃଦଙ୍ଗମ କରି ସଂଗଠନ ମଦ ବିରୋଧରେ ଅଣ୍ଟା ଭିଡିଛି । ସଂଗଠନରେ ଏହାର ୧୦୦ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତାଙ୍କ ଜରିଆରେ ସାରା ଓଡିଶାରେ ନିଜ କାର୍ଯ୍ୟକ୍ରମ ମାନ ଆୟୋଜନ କରିଆସୁଛି ।


Share It

Comments are closed.