ମା’ଙ୍କ ହାତ ତିଆରି ଦୋଷା ନେଇ ବିରାଟଙ୍କ ଘରେ ପହଞ୍ଚିଲେ ଆୟର
ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ବର୍ତ୍ତମାନର ସମୟରେ ନିଜ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ମୁମ୍ବାଇରେ ନିଜ ଘରେ ଅଛନ୍ତି । କରୋନା ମହାମାରୀ କାରଣରୁ ଭାରତରେ ସମସ୍ତ ଖେଳ ଗତିବିଧି ସ୍ଥଗିତ ହୋଇଯାଇଥିବାବେଳେ ବିରାଟ ମଧ୍ୟ ଖେଳ ଠାରୁ ଦୂରରେ ରହିଛନ୍ତି । ଭାରତୀୟ ଦଳର ଯୁବ ଖେଳାଳୀ ଶ୍ରେୟସ ଆୟର ମୁମ୍ବାଇରେ ମଧ୍ୟ ନିଜର ଘରେ ଅଛନ୍ତି । ବିରାଟ ଏବଂ ଆୟରଙ୍କ ଘର ମଧ୍ୟରେ ଦୂରତା ବେଶି ନାହିଁ । ଆୟର ନିଜ ମା’ଙ୍କ ହାତ ତିଆରି ଦୋଷାକୁ ବିରାଟଙ୍କ ଘରେ ନେଇ ପହଞ୍ଚିଛନ୍ତି । ଆଜ୍ଞା ହଁ ଏହା ଆମେ କହୁ ନାହୁଁ, ଅଧିନାୟକ ବିରାଟ କୋହଲି ଏହ ସଂପର୍କରେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି ।
A kind neighbour who lives 500 m away from us brought us some home made neer dosas and made us smile. A big Thank you to your mom amigo we haven't had such delicious dosas for a longgg time. Hope you enjoyed the mushroom biriyani we sent back. 😃 Good man @ShreyasIyer15 pic.twitter.com/NywJAhvQ3G
— Virat Kohli (@imVkohli) July 8, 2020
ବିରାଟ, ଆୟରଙ୍କ ଏହ ଫଟୋ ସେୟାର କରି ଲେଖିଛନ୍ତି ଯେ, “ଜଣେ ଭଲ ପଡୋଶୀ, ଯିଏକି ଆମ ଘର ଠାରୁ ମାତ୍ର ୫୦୦ ମିଟର ଦୂରରେ ରୁହନ୍ତି, ଆମ ପାଇଁ ନିଜ ଘର ତିଆରି ଦୋଷା ନେଇ ଆସିଛନ୍ତି, ଯାହା ଦ୍ୱାରା ଆମ ମୁହଁରେ ଖୁସିର ଲହରି ଖେଳିଯାଇଛି । ଆପଣଙ୍କ ମା’ଙ୍କୁ ଧନ୍ୟବାଦ କାରଣ ଆମେ ଦୀର୍ଘ ଦିନ ଧରି ଏଭଳି ସ୍ୱାଦିଷ୍ଟ ଖାଦ୍ୟ ଖାଇନାହୁଁ । ଆଶା କରୁଛୁ ଆମେ ଯେଉଁ ମସରୁମ ବିରିୟାନ ପଠେଇଥିଲୁ ତାହା ତୁମକୁ ଭଲ ଲାଗିବ । ”
ଫଟୋରେ ବିରାଟ ଏବଂ ଶ୍ରେୟାସ ଉଭୟ ମାସ୍କ ପିନ୍ଧିଥିବାର ନଜର ଆସୁଛନ୍ତି, ବିରାଟ ନିଜ ହାତରେ ଗ୍ଲୋଭସ ବି ପିନ୍ଧିଛନ୍ତି । ଏହି ଫଟୋ ପାଇଁ ବିରାଟ ଲେଖିଛନ୍ତି ଯେ, “ଏହି ସାଧାରଣ ଫଟୋ ସାମାଜିକ ଦୂରତାର ସହ ଅଟେ ।”
ଉାର୍ଚ୍ଚ ପରଠାରୁ ଭାରତୀୟ ଦଳ କୌଣସି ଆନ୍ତର୍ଜାତିକ ମ୍ୟାଚ ଖେଳି ନାହିଁ । ବିସିସିଆଇ ଭାରତୀୟ ଦଳକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଭ୍ୟାସ ଶିବିର ମଧ୍ୟ ଖୋଲି ନାହିଁ । ସମସ୍ତ ଖେଳାଳୀ ନିଜେ ନିଜେ ଇଣ୍ଡୋର ଏବଂ ଆଉଟଡୋର ଅଭ୍ୟାସ ଚଳାଇଛନ୍ତି ।
Comments are closed.