ଦିନିକିଆ ପୂର୍ବରୁ Shreyas Iyer ଙ୍କୁ ମିଳିଲା ଦଳର ଅଧିନାୟକତ୍ୱ
ଭାରତୀୟ ବ୍ୟାଟ୍ସମ୍ୟାନ Shreyas Iyer , ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଚୟନ ହୋଇଛନ୍ତି । ତୁରନ୍ତ ଯେପରି ଫିଟ ହେବେ ସେହି ସର୍ତରେ ତାଙ୍କୁ ଦଳରେ ସାମିଲ କରାଯାଇଛି । ୧୧ ଜାନୁଆରୀରୁ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି । Shreyas Iyer ଦଳରେ ସାମିଲ ଅଛନ୍ତି ଏବଂ ଉପଅଧିନାୟକ ମଧ୍ୟ ଅଛନ୍ତି । ପ୍ରକାଶ ଥାଉକି, ଏହା ପୂର୍ବରୁ ଜଣା ପଡି ଯାଇଥିଲା ଯେ ସେ ଆସନ୍ତା ୧୧ ଜାନୁଆରୀରେ ବଡୋଦରାରେ ଖେଳାଯିବାକୁ ଥିବା ମ୍ୟାଚରେ ସେ ଖେଳିବେ, କାରଣ ୬ ଜାନୁଆରୀ ପୂର୍ବରୁ ସେ ଫିଟନେସ ହାସଲ କରିନେବେ । ଏହା ପଛର କାରଣ ଏହା କି ଶ୍ରେୟସ ମୁମ୍ବାଇର ଅଧିନାୟକ ହୋଇଯାଇଛନ୍ତି ।
Shreyas Iyer ୬ ଜାନୁଆରୀ ରେ ଜୟପୁରରେ ମୁମ୍ବାଇ ପାଇଁ ବିଜୟ ହାଜରେ ଟ୍ରଫି ମ୍ୟାଚ ଖେଳି ନିଜର ଫିଟନେସ ପ୍ରମାଣିତ କରିବେ । ୫ ଜାନୁଆରୀରେ ଜୟପୁରରେ ପଂହଚିବେ । ବର୍ତମାନ ପର୍ଯ୍ୟନ୍ତ ବିଜୟ ହାଜରେ ଟ୍ରଫି ପଇଁ ଅଲରାଉଣ୍ଡର ଶଦ୍ଧ୍ରାଲ ଠାକୁର ଅଧିନାୟକତ୍ୱ କରୁଥିଲେ , ଯିଏକି ବର୍ତ୍ତମାନ ଦଳରୁ ବାହାର ଅଛନ୍ତି ।
Comments are closed.